ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ରର ବିଜେପି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବା ବିରୋଧରେ ଜାମଦା ବିଜେଡି ବ୍ଳକ ସ୍ତରୀୟ ବିକ୍ଷୋଭ ଓ ଗଣ ଧାରଣା

ମୟୂରଭଞ୍ଜ ୧୬/୨/୨୪ (ମସିହା)  କେନ୍ଦ୍ର ସରକାରଙ୍କ ପକ୍ଷରୁ “ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା” ବନ୍ଦ କରାଯାଇଥିବା ପ୍ରତିବାଦରେ ଆଜି ଜାମଦା ବ୍ଳକ ସମ୍ମୁଖରେ ଜାମଦା ବ୍ଳକ ବିଜେଡି ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ପ୍ରତିବାଦ ସଭା ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ବିଜେପି ସରକାର ଗରିବଙ୍କ ଭାତହାଣ୍ଡିରୁ ଚାଉଳ ଛଡ଼ାଇ ନେଇଛନ୍ତି ।ଖାଦ୍ୟ ସୁରକ୍ଷା ଏକ ଜନକଲ୍ଯାଣ ରାଷ୍ଟ୍ରର ଏକ ପ୍ରଧାନ କର୍ତ୍ତବ୍ୟ । କାହାରିକୁ ଭୋକ ଉପାସରେ ମରିବାକୁ ଦିଆଯିବ ନାହିଁ ।ହେଲେ କେନ୍ଦ୍ର ସରକାର ଗରୀବ କଲ୍ୟାଣ ଯୋଜନାରେ ୧୦ କେଜିରୁ ୫ କେଜି ଚାଉଳ କାଟି ଦେଇଛନ୍ତି ।ଯାହାଫଳରେ ଗରୀବ ଲୋକେ ଭୁକମାରୀରେ ସମ୍ମୁଖୀନ ହେବାକୁ ଯାଉଛନ୍ତି ।ଗରୀବ ଲୋକଙ୍କର ଆଛାଦିନ ଵୁରାଦିନ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟ ବିଜେଡି ଦଳର ନିଷ୍ପତ୍ତି କ୍ରମେ ରାଜ୍ୟର ସବୁ ବ୍ଳକ ଓ ପୌରାଞ୍ଚଳ ଭଳି ଜାମଦା ବ୍ଳକ ସମ୍ମୁଖରେ ବବ୍ଳକ ବିଜେଡି ତରଫରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ କେନ୍ଦ୍ର ସରକାରଙ୍କ ଗରୀଵମାରଣନୀତି ବିରୋଧରେ ଗର୍ଜନ କରିଛନ୍ତି ।ଏହି ପ୍ରତିବାଦ ସଭାରେ ଦୁର୍ଗା ହେମ୍ବ୍ରମ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ଜାମଦା ବ୍ଳକ ବିଜେଡି ପ୍ରଭାରୀ ଜିଲ୍ଲା ଉପସଭାପତି ସ୍ବରୂପ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି,ଜିଲ୍ଲା ସଂପାଦକ ଶ୍ଯାମ ଚରଣ ଦାସ,ହୋ ସଭାପତି ମଟକା ବିରୁଆ, ମହିଳା ସଭାନେତ୍ରୀ ସତ୍ଯବତୀ ମହାକୁଡ଼, ପାର୍ବତୀ ବିରୁଆ,ମୁସ୍ତାଫା ଅଲ୍ଲୀ ,ବିମାନ ମାର୍ଣ୍ଡୀ,ହରିହର ଟୁଡୁ,ବାବୁଲା ବେହେରା,ଶିବ ବେହେରା,ଶତ୍ରୁଘ୍ନ ଦଳେଇ,ଶୁରେଶ କିସ୍କୁ,ବସ୍କୋ ମାରାଣ୍ଡି,ଫୁଲ ମୁର୍ମୁ,ଶୁକ୍ରୁମଣି ସର୍ଦ୍ଦାର,ଭାସ୍କର ମଣ୍ଡଳ, ସାବିତ୍ରୀ ହେମ୍ବ୍ରମ,ନିମ୍ବାଇ ସୋରେନ, ରାମଚନ୍ଦ୍ର ଟୁଡୁ,ମାଳତୀ କିସ୍କୁ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ ।୧୦ ଟା ପଞ୍ଚାୟତର ଗରୀବ ହିତାଧିକାରୀମାନେ ସ୍ଥାନୀୟ ନେତୃତ୍ବରେ ସମ୍ମିଳିତ ହୋଇ ନିଜ ପେଟର କ୍ଷୋଭ କଥା କହିଥିଲେ ।ଏଥି ସହିତ ମିଳିତ ଦସ୍ତଖତରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏବିଡିଓଙ୍କୁ ପ୍ରଦାନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆଦିବାସୀ କଂଗ୍ରେସ ରାଇରଙ୍ଗପୁର ପକ୍ଷରୁ ଆଦିବାସୀ ମାନଙ୍କୁ”ବନବାସୀ ” ସମ୍ବୋଧାନ ପ୍ରତିବାଦ ରେ ଗୃହମନ୍ତ୍ରୀ ଅମିତ ସାହା ଙ୍କ ପୁତୁଳା ଦାହ କରାଯାଇଛି 

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ୧୦୭ ତମ ଜୟନ୍ତୀ

Sunil Chandra Nayak

କାମାକ୍ଷାନଗରରେ ବିଜେପିର ପ୍ରେସମିଟ୍ 

Leave a Comment

error: Content is protected !!