ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଣିପୁର ଘଟଣାକୁ ନେଇ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) କଳାହାଣ୍ଡି ଜିଲ୍ଲା କମିଟି ତରଫରୁ ବିକ୍ଷୋଭ ଓ ପ୍ରତିବାଦ

ମ.ରାମପୁର,୨୫/୦୭( ମସୀହା):ମଣିପୁର ରାଜ୍ୟ ରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ମାଡ ମାରି ସମ୍ପୂର୍ଣ ଉଲଗ୍ନ କରି ରାସ୍ତା ରେ ଚଲାଇ ଚଲାଇ ନେଇ ସର୍ବ ସମ୍ମୁଖରେ ଗଣ ଦୁଷ୍କର୍ମ କରିବା ଓ ପ୍ରତିବାଦ କରୁଥିବା ଦୁଇ ଜଣ ପରିବାର ସଦସ୍ୟ ଙ୍କୁ ହତ୍ୟା କରିବା ଘଟଣାର ଭିଡ଼ିଓ ପ୍ରସାରିତ ହେବା ପରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ସ୍ତମ୍ଭୀଭୁତ ହୋଇ ଯାଇଛି l

ଦୀର୍ଘ ଦୁଇ ମାସ ରୁ ଉର୍ଦ୍ଧ୍ୱ ସମୟ ପୂର୍ବରୁ ଘଟିଥିବା ଏହି ଲଜ୍ଜିତ କାଣ୍ଡ ଓ ପରିବାର ପକ୍ଷରୁ ଥାନା ରେ ରିପୋର୍ଟ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ l ଏବେ ଘଟଣା ର ଭିଡ଼ିଓ ପ୍ରସାରିତ ହେବା ପରେ ହିଁ ଏହା ଲୋକ ଲୋଚନ କୁ ଆସିଲା l ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ଲଜ୍ଜିତ ଘଟଣାକୁ ନେଇ କଡା ଟିପଣି ମଧ୍ୟ ଦେଇ ସାରିଛନ୍ତି l ମଣିପୁର ଘଟଣା ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ନଚେତ ବରଖାସ୍ତ କରିବା ସହିତ ଗଣ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ପାଇଁ ଦାବୀ ହୋଇଛି l

ଆଜି ସିପିଆଇ(ଏମ ) କଳାହାଣ୍ଡି ଜିଲ୍ଲା କମିଟି ତରଫରୁ ମଦନପୁର -ରାମପୁର ରେ ପ୍ରତିବାଦ ଏବଂ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି l ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ସି ପି ଆଇ(ଏମ) ର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ,ଓଡିଶା କୃଷକ ସଭା ର ରାଜ୍ୟ ଯୁଗ୍ମ ସମ୍ପାଦକ ବିକାଶ ନାଥ, ସି ପି ଆଇ(ଏମ) କଳାହାଣ୍ଡି ଜିଲ୍ଲା ସମ୍ପାଦକ ବିଶ୍ୱଜିତ ଚାଟାର୍ଜୀ, ଜିଲ୍ଲା ନେତା ସତ୍ୟଜିତ ଚାଟାର୍ଜୀଙ୍କ ସମେତ ଗଙ୍ଗାଧର ପ୍ରହରାଜ, ଦେବାଦୀ ମାଝୀ, ଶତ୍ରୁଘ୍ନ ରଣା, ଲଙ୍କେଶ୍ୱର ମାଝୀ, ନକୁଳ ମାଝୀ, କୋଦଣ୍ଡ ଦୋରା, ଦେବଜ୍ୟୋତି ଚାଟାର୍ଜୀ, ଲାଇବନ ରଣା ପ୍ରମୁଖ ସାମିଲ ରହିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ବିଜେପି ଜିଲ୍ଲା ସଭାପତି ଙ୍କୁ କୋକସରା ଓ ଧର୍ମଗଡ଼ ଗ୍ରସ୍ତ ମଣ୍ଡଳ ବିଜେପି କର୍ମକର୍ତ୍ତା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

masiha

ବିଜେପିର ସ୍ୱାଗତ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ 

masiha

Leave a Comment

error: Content is protected !!