ରାଇଘର ୨୩/୭ ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗ ପକ୍ଷରୁ ଏକ ବଜ୍ରକାପ୍ତା ଜବତ ହୋଇଥିବା ସହିତ ଏହାର କାରବାରରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି | ଅପରପକ୍ଷରେ ଏହି ଘଟଣା ଗତ ଶୁକ୍ରବାର ଠାରୁ ହୋଇଥିବା ବେଳେ ଗଣମାଧ୍ୟମ ଆଗରେ ବନ ବିଭାଗ କର୍ମଚାରୀ କାହିଁକି ମୁହଁ ଖୋଲୁ ନ ଥିବା ନେଇ ସାଧାରଣରେ ଆଲୋଚନା ହେଉଥିଲା ଏହା ପରେ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛି ବନ ବିଭାଗ |
ଏକ ବିଶେଷ ସୂତ୍ରରୁ ଜଣାପଡି ଥିଲା ଯେ ଗତ ଶୁକ୍ରବାର ଦିନ କୌଣସି ସୂତ୍ରରୁ ଖବର ପାଇ ରାଇଘର ବନ ବିଭାଗର କିଛି କର୍ମଚାରୀ ନବରଙ୍ଗପୁର ସ୍ଥିତ କୁସୁମି ରାସ୍ତାରେ ବଜ୍ରକାପ୍ତା ନେଇ ଯାଉଥିବା ଏକ ବାଇକଟିକୁ ଅଟକାଇ ଥିଲେ | ଘଟଣା ସ୍ଥଳରୁ କିଛି ଲୋକ ଚମ୍ପଟ୍ ମାରିଥିବା ବେଳେ ବଜ୍ରକାପ୍ତା ଚାଲାଣ ଅଭିଯୋଗ ରେ ଜଣେ ବ୍ୟକ୍ତିଙ୍କୁ ଧରି ଆଣି ସ୍ଥାନୀୟ ରେଞ୍ଜ କାର୍ଯ୍ୟାଳୟ ଠାରେ ଅଟକ ରଖିଥିଲେ l ଉକ୍ତ ବ୍ୟକ୍ତି ଜଣକ କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମାଗୁଡ଼ାର ବୋଲି ଜଣାପଡିଛି | ଏହି ଘଟଣା ପ୍ରକାଶ ପାଇବା ପରେ ଗଣମାଧ୍ୟମ ପ୍ରତିନିଧି ମାନେ ରେଞ୍ଜ କାର୍ଯ୍ୟାଳୟକୁ ଯାଇ ଖବର ସଂଗ୍ରହ ନିମନ୍ତେ ତଥ୍ୟ ମାଗିଥିଲେ l କିନ୍ତୁ ବନ ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ସୂଚନା ଦେବାକୁ ମନା କରିଦେଇଥିଲେ l ଅପରପକ୍ଷରେ ବନ ବିଭାଗର କର୍ମଚାରୀ ତିନିଦିନ ଧରି କଣ ଏଭଳି ତଦନ୍ତ ଚଳାଇଛନ୍ତି ଯେ କାହାରିକୁ ସୂଚନା ଦେଇ ପାରୁନାହାନ୍ତି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଥିଲା | ଏହିି ଘଟଣାରେ ବନ ବିଭାଗ କର୍ମଚାରୀ ମୁହଁ ଖୋଲିବାକୁ କାହିଁକି ଏତେ ସମୟ ନେଉଛି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା | ଅପରପକ୍ଷରେ ଏ ନେଇ ନବରଙ୍ଗପୁର ଏସିଏଫଓ ଧନଞ୍ଜୟ ମହାପାତ୍ରଙ୍କୁ ପଚାରିବାରୁ ବଜ୍ରକାପ୍ତା ଜବତ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ ନିମନ୍ତେ ଆବଶ୍ୟକ କାଗଜ ପତ୍ର ହୋଇ ନଥିବାରୁ ଗଣମାଧ୍ୟମକୁ ସୂଚନା ଦିଆଯାଇ ପାରିନାହିଁ ବୋଲି ପ୍ରକାଶ କରିଥିଲେ |
ଆଜି ରାଇଘର ରେଞ୍ଜର ତନୁଜା କାର୍ତ୍ତିକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି କହିଛନ୍ତି ଯେ ସଂଜୀ (25)ନାମକ ଯୁବକ ଯାହାଙ୍କ ଘର କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅଧୀନରେ ଥିବା ଡ଼ୁମାଗୁଡା ଗ୍ରାମରେ ସେ ଏକ ବାଇକ ଯୋଗେ ଛତିଶଗଡ଼ ଯିବା ସମୟରେ ବନବିଭାଗ ବିଶେଷ ସୂତ୍ରରୁ ଖବର ଖବର ପାଇ ପିଛା କରି ହାଟଭରଣ୍ଡି ଠାରେ ଧରିବାରେ ସଫଳ ହୋଇଥିଲା | ଏହା ପରେ ରାଇଘର ରେଞ୍ଜର ଅଫିସ କୁ ଅଣା ଯାଇଥିଲା |ଏବଂ ବିଭାଗ ତରଫ ରୁ ଏକ ମାମଲା ରୁଜୁ କରି ଅସମୀଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ସୂଚନା ଦେଇଥିଲେ |ପ୍ରକାଶ ଥାଉକି ମିଳିଥିବା ବଜ୍ରକାପ୍ତା ର ଓଜନ 7kg ଓ ଲମ୍ବ 90cm ଥିବା ଜଣା ପଡିଛି |