ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ଶ୍ରେଣୀ ଗୃହ ଛାତରୁ ଝରୁଛି ବର୍ଷା ପାଣି ,ଶ୍ରେଣୀ ବାହାରେ ପଢୁଛନ୍ତି ଛାତ୍ରଛାତ୍ରୀ

ନର୍ଲା (ମନିସ) ଶ୍ରେଣୀ ଗୃହ ଛାତରୁ ପାଣି ଝରି କାନ୍ଥ କେତେ ବେଳେ ଯେ ଭୁଷୁଡି ପଡିବ ଏହାର କୈାଣସି ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ନର୍ଲା ବ୍ଳକ୍ କୁର୍ମେଲ ପଞ୍ଚାୟତର ପାଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ଲାସ୍ ରୁମ୍ ଛାତରେ ପାଣି ଝରି କୋଠରୀରେ ପାଣି ଜମି ରହୁଥିବା ଓ କାନ୍ଥ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଅଭିଯୋଗ ହେଉଛି। ପ୍ରାୟ ଗତ ଏକ ବର୍ଷ ଉପରେ ହେଲା ଏ ସ୍କୁଲର ସମସ୍ୟା ଲାଗି ରହିଥିବାରୁ ଆସ୍ତେ ଆସ୍ତେ କାନ୍ଥରେ ପାଣି ପଡ଼ି ଫାଟ ସୃଷ୍ଟି କରି ଇଟା ଖସିବାରେ ଲାଗିଛି। ଛାତର ତଳ ପାର୍ଶ୍ଵରୁ କଂକ୍ରିଟ ଅତଡ଼ା ଖସୁଛି। ସ୍ୱଳ୍ପ ବର୍ଷା ହେଲେ ମଧ୍ୟ ଅନବରତ ଛାତରୁ ପାଣି ଝରୁଛି। ଫଳରେ ସ୍କୁଲ ଛାତ୍ର ଛାତ୍ରୀ ମାନେ ଅନେକ ସମୟରେ ବାରଣ୍ଡାରେ ବସୁଥିବା ଦେଖା ଯାଉଛି। ଏ ବର୍ଷ ପରିଚାଳନା କମିଟି ସଭାପତି ତ୍ରିନାଥ ପାତ୍ର ଓ ପ୍ରଧାନ ଶିକ୍ଷକ ବିଭିନ୍ନ ସମୟରେ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ଅବଗତ କରାଇଛନ୍ତି। ଏଥିରେ ବ୍ଳକ୍ ଶିକ୍ଷା ଅଧିକାରୀ, ନର୍ଲା ବି ଡି ଓ ଙ୍କୁ, ପଞ୍ଚାୟତ ସରପଞ୍ଚଙ୍କୁ ବାରମ୍ବାର ଜଣାଇ ଲିଖିତ ଆକାରରେ ଜଣାଇ ଥିଲେ ମଧ୍ୟ ସ୍କୁଲର ସମାଧାନ ହୋଇନାହିଁ। ପୁଣି କନିଷ୍ଠ ଯନ୍ତ୍ରୀ ସ୍କୁଲକୁ ତିନିଥର ଯାଇ ମାପକରି ଆସିଥିବା ପରିଚାଳନା କମିଟିର ସଦସ୍ୟ ମାନେ ଜଣାଇଛନ୍ତି। କିନ୍ତୁ ପାଙ୍ଗା ସ୍କୁଲର ସମାଧାନ ହୋଇପାରି ନ ଥିବାରୁ ସ୍ଥାନୀୟ ପ୍ରଶାସନ ଉପରେ ସ୍କୁଲ କମିଟି ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଦୀପକ ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଵଢଦୁନ୍ଦୁ ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ 

Sunil Chandra Nayak

ଵହଳଦା ତହସିଲ ଠାରୁ ଅଗ୍ନିଶମ କାର୍ଯ୍ୟାଳୟ ରାସ୍ତା ମରଣଯନ୍ତା ; ମରାମତି ପାଇଁ ଗ୍ରାମବାସୀଙ୍କ ଦାବି 

masiha

କଟକ ସଦର ୪୨ ମୌଜାରେ ମାଟି ମା ପାଇଁ ବୃକ୍ଷ ଟିଏ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!