ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ଚାଳକଙ୍କ ପାଇଁ ଜାତୀୟ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା/ ଅଟୋ ଚାଳକ ଙ୍କ ପାଇଁ ଆଜି ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ସେକ୍ଟର -୭ ସ୍ଥିତ ସିୟର ୟୁନିୟନ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା ।

ଏଥିରେ ରାଉରକେଲା ଆରଟିଓ କାର୍ଯ୍ୟାଳୟର ଜୁନିୟର ଏମଭିଆଇ ଟି. ସୌରଭ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍କଳ ମେଲ ର ମୁଖ୍ୟ ସମ୍ପାଦକ ଡ଼ଃ ପୀତବାସ ମିଶ୍ର, ସିୟର ୟୁନିୟନ ର ସାଧାରଣ ସମ୍ପାଦକ ତଥା ସୁନ୍ଦରଗଡ଼ ଅଟୋ କର୍ମଚାରୀ ସଙ୍ଘ ର ସଭାପତି ବୈଦ୍ୟନାଥ ଦାସ, ଆଇନଜୀବୀ ଗାରିମା ପତ୍ରୀ ଢୋଲକିଆ,ସୁନ୍ଦରଗଡ଼ ଅଟୋ କର୍ମଚାରୀ ସଙ୍ଘର ସାଧାରଣ ସମ୍ପାଦକ ଭୁବନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସାମ୍ବାଦିକ ବିବେକାନନ୍ଦ ଦାସ ସଭା ସଂଚାଳନ କରିଥିଲେ l

ଅତିଥିମାନେ ସଡକ ସୁରକ୍ଷା ସଂପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ଅଟୋ ଚାଳକ ମାନେ ଗାଡି ଚାଳନା ସମୟରେ ନିଶା ସେବନ ନକରିବା ଓ ସମସ୍ତ ସଡକ ସୁରକ୍ଷା ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ବେପରୁଆ ଗାଡି ଚାଳନା ନ କରିବା ସହ ଗାଡି ଚାଳନା ସମ୍ପର୍କିତ କାଗଜାପତ୍ର ଓ ଲାଇସେନ୍ସ ନିଜ ପାଖରେ ରଖିବା ନେଇ ଗୁରୁତ୍ୱ ଦେଇଥିଲେ l

ଶେଷରେ ବାସୁ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଦର୍ଶ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ବିଦ୍ୟାଧର ତ୍ରିପାଠୀ ଏହି ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲେକପାତ କରି ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଚେତନତା ଜରୁରୀ ବୋଲି କହିଥିଲେ । ସଡ଼କ ସୁରକ୍ଷା ନିୟମ ମାନିବା ନେଇ ସମସ୍ତେ ଶପଥ ପାଠ କରିଥିଲେ l କାର୍ଯ୍ୟକ୍ରମରେ ସହର ର ଶତାଧିକ ଅଟୋ ଚାଳକ ଯୋଗ ଦେଇଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ର ଅଖିଳ ରାଜ୍ୟ ଆଦିବାସୀ ଉନ୍ନୟନ ସମବାୟ ନିଗମ ର ରାଜ୍ୟ ନିର୍ଦେଶକ ନିର୍ବାଚିତ

Sunil Chandra Nayak

କ୍ଷତି ପୂରଣ ଦାବିରେ କୁମ୍ଭାରୀପୁଟ ଗ୍ରାମ ନିକଟରେ ରାସ୍ତା ଅବରୋଧ, ଅଟକିଛି ବହୁ ଯାନ

masiha

ପୁରୀରେ ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ମିଳିତ ଆନୁକୂଲ୍ୟରେ ସାଂସ୍କୃତିକ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!