ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଭାରତ ପଡ଼ିଆ ଠାରେ କୋକସରା ବ୍ଲକ ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀର କର୍ମକର୍ତ୍ତା ଚୟନ

କୋକସରା,୧୦/୬- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ମହାଭାରତ ପଡ଼ିଆ ଠାରେ ଶନିବାର କୋକସରା ବ୍ଲକ ସ୍ତରୀୟ ସଂକୀର୍ତ୍ତନ ମଣ୍ଡଳୀ କର୍ମକର୍ତ୍ତା ସଙ୍ଘ ଚୟନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଉପସ୍ଥିତ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଯୋଗ ଦେଇଥିବା କର୍ମକର୍ତ୍ତା ମାନେ ନିଜ ନିଜର ମତ ଉପସ୍ଥାପନ କରିବା ସହ ସଂକୀର୍ତ୍ତନ ମଣ୍ଡଳୀ ସଙ୍ଘ ଆଗକୁ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ମତ ଦେଇଥିଲେ। ଜିଲ୍ଲା ଜଗନ୍ନାଥ ଚେତନା ସଭାପତି ଦୁଷ୍ମନ୍ତ କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ସର୍ଵ ସମ୍ମତିକ୍ରମେ କୋକସରା ବ୍ଲକ ସଂକୀର୍ତ୍ତନ ସଙ୍ଘର ସଭାପତି ଭାବେ ସୁଶିଳ କୁମାର ପଣ୍ଡା, ଉପ ସଭାପତି ସୁନିଲ ପୁରୋହିତ, କାର୍ଯ୍ୟକାରୀ ସଭାପତି ଦୟାନିଧି ଭାଟି, ସମ୍ପାଦକ ବିଜୟ କୁମାର ପଣ୍ଡା, ସାଙ୍ଗଠାନିକ ସମ୍ପାଦକ ପଞ୍ଚକ ପୋଢ଼, କୋଷାଧ୍ୟକ୍ଷ ଗଜିନ୍ଦ୍ର ନାଗ ମନୋନୀତ ହୋଇଥିଲେ । ଏଥିରେ ଘନଶ୍ୟାମ ନାଏକ, ଯୁଗଳ କିଶୋର ବାଗ, ଲକ୍ଷ୍ମୀ ନାରାୟଣ ପଣ୍ଡା, ସାଧୁ ବେମାଲ, ସୁରେଶ କୁମାର ହଂସ ସମେତ ବିଭିନ୍ନ ପଞ୍ଚାୟତରୁ ପ୍ରାୟ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମା ଭୁବନେଶ୍ୱରୀ ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ ‘ମାନାପୁରମ୍ ଗୋଲ୍ଡ ଲୋନ’ଅଫିସରେ ୫ ଦୁବୃର୍ତ୍ତଙ୍କ ଲୁଟ୍ ଉଦ୍ୟମ ବିଫଳ ; ସାଇରନ୍ ବାଜିବା ଯୋଗୁଁ ଲୁଟ୍ ଉଦ୍ୟମ ଫସର ଫାଟିଗଲା

masiha

Leave a Comment

error: Content is protected !!