ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ସଂଯୁକ୍ତ ମୋର୍ଚ୍ଚାର କେନ୍ଦ୍ର ସରକାରଙ୍କ ୯ ବର୍ଷର ସୁଶାସନ,ସେବା ଓ ଜନକଲ୍ଯାଣ କାର୍ଯ୍ୟକ୍ରମ ନେଇ ଖବରଦାତା ସମ୍ମୀଳନୀ

ମୟୂରଭଞ୍ଜ- ୧୦/୬ (ମସିହା) ରାଇରଙ୍ଗପୁରସ୍ଥ କୁଡୁମି ଭବନ ପରିସରରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସୁଶାସନ,ସେବା ଓ ଜନକଲ୍ଯାଣ କାର୍ଯ୍ୟକ୍ରମ ନେଇ ଏକ ବୈଠକ ଏବଂ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଯ୍ଯଵେକ୍ଷକ ଭାବେ କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜାତି ମୋର୍ଚା ର କେନ୍ଦ୍ରୀୟ ସଂପାଦକ ସଂଜୟ ନିର୍ମଳ ଜୀ ବୈଠକରେ ଯୋଗ ଦେଇଥିଲେ । ତାଙ୍କ ସହିତ କେନ୍ଦ୍ର ଜନଶକ୍ତି ଓ ଅନ୍ୟାନ୍ୟ ଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ,ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ବୁଢାନ ମୁର୍ମୁ,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ମନୋଜ ଦାସ, ପଶ୍ଚିମ ମୟୂରଭଞ୍ଜ ଏହି ମୋର୍ଚା ଜିଲ୍ଲା ସଭାପତି କିଶୋର ରଜକ,ଏସପି ମୋର୍ଚା ଜିଲ୍ଲା ସଭାପତି ବିର୍ସା କାଣ୍ଡେକାଲ,ମହିଳା ଜିଲ୍ଲା ସଭାନେତ୍ରୀ ସୋନାଲି ମହାନ୍ତି,ବିଜୁ ଗୋପାଲ ଗୋପ,କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ରଂଜନ ମହାନ୍ତ,, ସଂଖ୍ୟା ଲଘୁ ଜିଲ୍ଲା ସଭାପତି ଅବଦୁଲ ଲତିଫ, ବରୁଣ ଦେ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ,ଲାଗୁ ମାରାଣ୍ଡି,ସାମନ୍ତ ଗିରି,ସଂଜୟ ନାୟକ,ମିଥିଳା ଟୁଡୁ,ରାଣୀ ମଣ୍ଡଳ ସମେତ ବିଭିନ୍ନ ସଂଗଠନର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ବୈଠକରେ କେନ୍ଦ୍ର ସରକାରଙ୍କ ସୁଶାସନ,ସେବା ଓ ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ପ୍ରଭାରୀ ସଂଜୟ ନିର୍ମଳ ଜୀ ଆଲୋକପାତ କରିବା ସହ ସମସ୍ତେ ନେତୃବୃନ୍ଦ ଓ କର୍ମିମାନେ ଘରକୁ ଘର ଯାଇ ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ କହିଥିଲେ ।ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ କେନ୍ଦ୍ର ସରକାରଙ୍କ ସୁଶାସନ,ସେବା,ଓ ଜନ କଲ୍ୟାଣ ଯୋଗୁଁ ଭାରତ ବିକାଶ ପଥରେ ଆଗେଇ ଚାଲିଛି ।ସାରା ଦେଶର ଭାରତ ପ୍ରତି ପ୍ରଶଂସାର ସୁଅ ଛୁଟୁଛି ।୨୦୪୭ ସୁଦ୍ଧା ଭାରତ ବିଶ୍ଵର ଏକ ଶ୍ରେଷ୍ଠ ଅର୍ଥ ବୈଭବର ଦେଶ ହେବ ।ସୁପରିଚାଳନା ପାଇଁ ଭାରତ ଆଜି ବିଶ୍ବର ୫ ମ ଶ୍ରେଷ୍ଠ ବିଭବଶାଳୀ ଦେଶ ହୋଇପାରିଛି । ବିଜ୍ଞାନ, ସୁରକ୍ଷା,ମହିଳା ସଶକ୍ତିକରଣ,,ଶିଳ୍ପନୋନ୍ନତ, ଶିକ୍ଷା, ସ୍ବାସ୍ଥ୍ୟ,ଗମନାଗମନ,ବିଜୁଳି,ରେଳ,ଘର ଘର ପୀଇବା ପାଣି ,୮୦ କୋଟି ଲୋକଙ୍କୁ ଖାଦ୍ୟ ଯୋଜନା,୩ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଆବାସ ଯୋଜନା,ଉଜ୍ବଳ ଯୋଜନା,ସ୍ବଛ ଭାରତ ଯୋଜନା,ନଦୀ ସଫେଇ ଯୋଜନା,ଆୟୂଷ୍ମାନ ଯୋଜନା, ଯକ୍ଷ୍ମା ମୁକ୍ତ ଯୋଜନା,ମ୍ୟାଲେରିଆ ,ପୋଲିଓ ମୁକ୍ତ ଯୋଜନା,କରୋନାର ସଫଳ ପରିଚାଳନା, ପ୍ରଧାନମନ୍ତ୍ରୀ କୃଷି ଵୀମା ଯୋଜନା,ସୁକନ୍ୟା ଯୋଜନା,ମୁଦ୍ରା ଯୋଜନା,ଷ୍ଟାର୍ଟ ଅପ୍ ଯୋଜନା, ସ୍ବୟଂ ସହାୟିକା ଗୋଷ୍ଠୀ, ଯୁବକଙ୍କ ପାଇଁ ଅଗ୍ନବୀର ଯୋଜନାଶିଳ୍ପାୟନ ବୃଦ୍ଧି,ଏସପି ବୃଦ୍ଧି,କାଶ୍ମିରରେ ୩୭୦ ଧାରା ଉଚ୍ଛେଦ, ବିଶ୍ବରେ ଯୋଗର ପ୍ରଚାର କରିବା, ମୁସଲମାନ ମହିଳାଙ୍କ ପାଇଁ ୩ ତଲାକ ଉଛେଦ, ବିଭିନ୍ନ ଧର୍ମ,ଜାତି, ସଂସ୍କୃତି କୁ ବଂଚାଇ ରଖିବା ପାଇଁ ବହୁମୁଖୀ ଯୋଜନା, ବିଭିନ୍ନ ରାଜ୍ଯରେ ଆଇଆଇଟି,ଆଇଆଇଏମ୍,ନାଇଜର,ଆଇଜର, ପ୍ରତିଷ୍ଠା,କୃଷି ବିଦ୍ୟାଳୟ ପ୍ରତିଷ୍ଠା,ଅମୃତ ମହୋତ୍ସବ ଉପଲକ୍ଷେ ବହୁ ଦିବଂଗତ ପ୍ରତିଭାବାନ ବ୍ୟକ୍ତିଙ୍କ ଲୋକଲୋଚନକୁ ଆଣି ପ୍ରଚାର,ପ୍ରସାର ଓ ସମ୍ମାନ ଜଣାଇବା, ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା,ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା,କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ,ବହୁ ସରକାରୀ ମେଡିକାଲ କଲେଜ, ଆତଙ୍କୀଵାଦୀ ଦମନ,ନକ୍ସଲ ଦମନ,ଭଳି ବିଭିନ୍ନ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି ।୨୦୪୭ ସୁଦ୍ଧା ଭାରତ ବିଶ୍ଵର ଏକ ଶ୍ରେଷ୍ଠ ଦେଶରେ ପରିଗଣିତ ହେବ ବୋଲି ସଂଜୟ ନିର୍ମଲ ଜୀ ଗଣମାଧ୍ୟମ ସମ୍ମୁଖରେ କହିଥିଲେ । କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ କେନ୍ଦ୍ର ସରକାରଙ୍କ ୯ ବର୍ଷ ର ସଫଳତା,ସେବା, ସୁଶାସନ ,ସମସ୍ତ ଯୋଜନା କାର୍ଯ୍ୟକ୍ରମକୁ ସମସ୍ତ ଦଳୀୟ କର୍ମୀ ଦୁଆର ଦୁଆର ବୋଲି ଲୋକମାନଙ୍କୁ ଵୁଝାଇବା ପାଇଁ କହିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲା ଆମ ଆଦମୀ ପାର୍ଟି ଯୁବ ସଚେତନ 

ବିଜେପର ମିଶ୍ରଣ ପର୍ବ 

masiha

ନୂତନ ବିଜେପି ସଭାପତି ଓ ଜିଲ୍ଲା ପ୍ରତିନିଧି ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!