ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତ ଦାନ ଶିବିର

ମ,ରାମପୁର,୧୧/୮( ମସୀହା):- ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଆଜି ମ,ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ମ,ରାମପୁର ର ସହଯୋଗ କ୍ରମେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି । ଏହି ଶିବିର ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଉଦ୍ଘାଟନ କରିଥିଲେ । ଏହି ଶିବିର ରେ ୫୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତ ସଂଗ୍ରହ ଭବାନୀପାଟଣା ରକ୍ତ ଭଣ୍ଡାର ର ଟେକ୍ନିସିଆନ ଡମ୍ବରୁ ଧର ସାହୁ, ଡୋଳା ମଣି ମାଝୀ, ସହଯୋଗୀ ବୃକୋଦର ଚନ୍ଦନ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ମାରୱାଡ଼ି ଯୁବା ମଞ୍ଚ ର ସଭାପତି ଜୟ କୁମାର ମିତ୍ତଲ, ସମ୍ପାଦକ ପ୍ରତୀକ କୁମାର ଅଗ୍ରୱାଲ, ଆବାହକ ସୁମିତ୍ କୁମାର ଅଗ୍ରୱାଲଙ୍କ ସମେତ ଭାରତ ଭୁଷଣ ଜୈନ, ନବୀନ ଅଗ୍ରୱାଲ, ପପୁ ଅଗ୍ରୱାଲ, ନସିବ ଜିନ୍ଦଲ, ରାଜ କୁମାର ମିତ୍ତଲ, ଅଙ୍କିତ ଅଗ୍ରୱାଲ, ସାର୍ଥକ ଅଗ୍ରୱାଲ, ଆର୍ୟାନ ମିତ୍ତଲ, କମଲ୍ ଅଗ୍ରୱାଲ ଏବଂ ମଞ୍ଚର ସମସ୍ତ ସଦସ୍ୟ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ଆହ୍ବାନ କ୍ରମେ ଧର୍ମଗଡ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଡେଙ୍ଗୁ ନିରାକରଣ ମାସ ପାଳନ ପାଇଁ ସମ୍ମନୟ ବୈଠକ

Sunil Chandra Nayak

ମାରୱାଡି ଯୁବା ମଞ୍ଚର ମେଗା ରକ୍ତଦାନ ଶିବିର  , ୧୧୧ ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

Leave a Comment

error: Content is protected !!