ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଥୁଆମୂଳ ରାମପୁର – କାହା ସ୍ବାର୍ଥରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ 

ଥୁଆମୂଳ ରାମପୁର:୨୨/୫ – ମ.ନି.ସ: ସରକାରଙ୍କ ପକ୍ଷରୁ ପ୍ରାଣୀ ଧନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ଚିକିତ୍ସା ନେଇ ପ୍ରତ୍ୟେକ ବ୍ଳକର ମୂଖ୍ଯାଳୟ ଠାରେ ଗୋଟିଏଗୋଟିଏ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ସ୍ଥାପନ କରାଯାଇଛି। ସେ ଅଞ୍ଚଳରେ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସାର ସୁବ୍ଯବସ୍ଥା କରିବ ପାଇଁ ତାହା ସ୍ଥାପନ କରାଯାଇଛି। ସେଅନୁସାରେ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ହେଲେ ଅନେକ ସ୍ଥାନରେ କର୍ମଚାରୀଙ୍କ ଅନୁପସ୍ଥିତ ରହୁଥିବା ଯୋଗୁଁ ଅଞ୍ଚଳର ପ୍ରାଣୀଧନ ଅକାଳରେ ବିଭିନ୍ନ ଅଜଣା ରୋଗରେ ପୀଡତ ହୋଇ ଜୀବନ ହରାଉଥିବା ଅନେକ ସମୟରେ ଅଭିଯୋଗ ଆସୁଛି। ଏହି ଭଳି ଏକ ଉଦାହରଣ ଏଠାରେ ନିଆଯାଇଛି ଯାହାକି, କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଧ୍ଯୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକରେ ଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଏ ଠାରେ ବିଭାଗୀୟ ଅଧିକାରୀ ଓ ତାଙ୍କ ସହକର୍ମୀମାନେ ପ୍ରାୟ ସମୟରେ ଅନୁପସ୍ଥିତ ରହୁଥିବା ଅଞ୍ଚଳର ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି। ଏହି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀ ମାନଙ୍କ ଚିକିତ୍ସା ଅଭାବରୁ ଲୋକଙ୍କ ପ୍ରାଣୀ ଧନ ଅନେକ ସମୟରେ ଅକାଳରେ ମୃତ୍ୟୁବରଣ କରୁଥିବା ଜଣାଯାଏ। ହିତାଧିକାରୀ ମାନେ କୌଣସି ଗୃହପାଳିତ ପ୍ରାଣୀଧନ ଚିକିତ୍ସା ନେଇ କିମ୍ବା ପରାମର୍ଶ ପାଇଁ ଚିକିତ୍ସାଳକୁ ଯାଆନ୍ତି ତୋ ସେମାନଙ୍କୁ ନିରାଶରେ ଫେରୁଥିବା ବିଷୟରେ କ୍ଷୋଭର ସହ ପ୍ରକାଶ କରିଛନ୍ତି। କର୍ମଚାରୀଙ୍କ ମନୋମୁଖୀ କାର୍ଯ୍ୟ କରୁଥିବା ଯୋଗୁଁ ହିତାଧିକାରୀ ଅସନ୍ତୋଷ ବ୍ଯକ୍ତ କରୁଛନ୍ତି। କର୍ମଚାରୀ ମାନେ ତାଙ୍କ ଇଛାନୁସାରେ କେତେ ବେଳେ ଆସୁଛନ୍ତି କେତେବେଳେ ଯାଉଛନ୍ତି ତାହା ହିତାଧିକାରୀଙ୍କୁ ଜଣାପଡୁନାହିଁ। କିଛି ପରାମର୍ଶ ନେଇ କାର୍ଯ୍ଯାଳୟକୁ ଆସୁଥିବା ବେଳେ କର୍ମଚାରୀଙ୍କ ଦେଖା ଦର୍ଶନ ମିଳେ ନାହିଁ। ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ଯେ,ଏହି କାର୍ଯ୍ଯାଳୟ କାର୍ଯ୍ଯରତ କିଛି କର୍ମଚାରୀଙ୍କ ଦୌରାତ୍ମ ଯୋଗୁଁ ହିତାଧିକାରୀ ହନ୍ତସନ୍ତ ହେଉଥିବା ଜଣାଯାଏ। ଏହି କିଛିଦିନ ତଳେ ଜଣେ ହିତାଧିକାରୀଙ୍କ ପ୍ରସୂତୀ ଗାଈ କୌଣସି କାରଣରୁ ଅକାଳରେ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଥିଲେ। ଗାଈର ଚିକିତ୍ସା କରିବା ପାଇଁ କୌଣସି କର୍ମଚାରୀ ଉପସ୍ଥିତ ହେଲେ ନାହିଁ, କିମ୍ବା କାର୍ଯ୍ଯାଳୟରୁ ଯାହା ସବୁ ଔଷଧ ଚିକିତ୍ସା ପାଇଁ ଯୋଗାଦେବା କଥା କିମ୍ବା ରୋଗରେ ପୀଡିତ ପ୍ରାଣୀଧନ ପାଖକୁ କର୍ମଚାରୀ ଯିବା କଥା ତାହା ମଧ୍ୟ ତୃଟି ଦେଖାଦେଇଛି। ତେବେ ଅଞ୍ଚଳର ପ୍ରାଣୀଧନ ସୁରକ୍ଷା ଦିଗରେ ବିଭାଗ ପକ୍ଷରୁ ସଚେତନ ରହୁନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ସୂଚନା ଦେଇଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କ୍ଲଷ୍ଟର ସ୍ତରୀୟ ସୁନେତ୍ର କାର୍ଯ୍ୟକ୍ରମ

Sunil Chandra Nayak

ସେମେଲପଦର ଓ ବାଲାପଦର ଝାଡ଼ାବାନ୍ତି ରୋଗ ନିୟନ୍ତ୍ରଣାଧୀନ, ସଂପୂର୍ଣ୍ଣ ବିପଦ ଟଳିନି

Sunil Chandra Nayak

14 ହାଇସ୍କୁଲ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତି

Sunil Chandra Nayak

Leave a Comment

error: Content is protected !!