ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଂଜ – ପୁରାଣ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ  ଉଠିଲା ଦାବି

ମୟୂରଭଂଜ- ,୨୩।୦୫/୨୨ (ମସିହା): ରାଜ୍ୟରେ ପୁରାଣ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସ.ଟି)ରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଉକ୍ତ ସମ୍ପ୍ରଦାୟ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।ଏଥିନିମନ୍ତେ ବିଶୋଇ ସ୍ଥିତ ସ୍ଥାନୀୟ ଡାକବଙ୍ଗଳା ଠାରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ପୁରାଣ ସମ୍ପ୍ରଦାୟର ବରିଷ୍ଠ କର୍ମକର୍ତା ମାନେ ଏକତ୍ରିତ ହୋଇ ପୁରାଣ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ଅନ୍ତର୍ଭୁକ୍ତ କରିବା ପାଇଁ  ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ସହିତ ଆଲୋଚନା କରିବା ସହିତ ଏନେଇ ଏକ ସ୍ମାରକପତ୍ର ସାଂସଦ ମହୋଦୟାଙ୍କୁ ପ୍ରଦାନ କରିଛନ୍ତି।ପୁରାଣ ସମ୍ପ୍ରଦାୟକୁ ଏସ୍. ଟି ମାନ୍ୟତା ପ୍ରଦାନ କରିବା ପାଇଁ ଚଳିତ ବର୍ଷ ରାଜ୍ୟସଭା ସାଂସଦ ମମତା ମହାନ୍ତଙ୍କ ପକ୍ଷରୁ ସାଂସଦରେ ପ୍ରସ୍ତାବ ରଖାଯାଇଲା। ନିକଟ ଅତୀତରେ ଝାଡ଼ଖଣ୍ଡ ରାଜ୍ୟରେ ବସବାସ କରୁଥିବା ପୁରାଣ ସମ୍ପ୍ରଦାୟର ଅଧିବାସୀ ମାନଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରାଯାଇଛି ସେଥିନିମନ୍ତେ ପୁରାଣ ସମ୍ପ୍ରଦାୟ ପକ୍ଷରୁ ସାଂସଦ ମମତା ମହାନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।ତେବେ,ଝାଡ଼ଖଣ୍ଡ ରାଜ୍ୟ ଏବଂ ଓଡିଶା ରାଜ୍ୟରେ ବସବାସ କରୁଥିବା ପୁରାଣ ସମ୍ପ୍ରଦାୟ ମଧ୍ୟରେ କୌଣସି ପାର୍ଥକ୍ୟ ନଥିବାବେଳେ ଓଡିଶା ରାଜ୍ୟର ବସବାସ କରୁଥିବା ପୁରାଣ ସମ୍ପ୍ରଦାୟକୁ ବର୍ତ୍ତମାନ ସୁଦ୍ଧା ଏସ.ଟି ମାନ୍ୟତା ପ୍ରଦାନ କରାଯାଇନାହିଁ।ରାଜ୍ୟର ପୁରାଣ ସମ୍ପ୍ରଦାୟର ସାମାଜିକ ସଂସ୍କୃତି,ଦେବତା ପୂଜନ,ସାମାଜିକ ରୀତିନୀତି,ପରମ୍ପରା ଝାଡ଼ଖଣ୍ଡରେ ବସବାସ କରୁଥିବା ପୁରାଣ ସମ୍ପ୍ରଦାୟ ସହିତ ସମ୍ପୂର୍ଣ ସମାନ।ମାତ୍ର ପୁରାଣ ସମ୍ପ୍ରଦାୟର ମଧ୍ୟ ଅନ୍ୟ ଅନୁସୂଚିତ ଜନଜାତିର ସମସ୍ତ ଆଦିବାସୀ ଗୁଣଗୁଡିକର ସମାନ ରହିଥିଲେ ସୁଦ୍ଧା ଓଡ଼ିଶାର ପୁରାଣ ସମ୍ପ୍ରଦାୟ ଅନୁସୂଚିତ ଜନଜାତି ମାନ୍ୟତା ପାଇବାରୁ ବଞ୍ଚିତ ହୋଉଛନ୍ତି।ତେଣୁ,ପୁରାଣ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ପାଇଁ ରାଜ୍ୟ ସରକାର କେନ୍ଦ୍ରସରକାରଙ୍କ ନିକଟକୁ ଗତ ୨୦୧୮ ମସିହାରେ ଆର.ଜି.ଆଇ ରିପୋର୍ଟ ପ୍ରଦାନ କରିଥିଲେ ସୁଦ୍ଧା ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ।ତେଣୁ,ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ପୁରାଣ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ଅନ୍ତର୍ଭୁକ୍ତ କରିବା ପାଇଁ ବାମନଘାଟି ପୁରାଣ ସମ୍ପ୍ରଦାୟ ରାଜ୍ୟସଭା ସାଂସଦ ଶ୍ରୀମତୀ ମହାନ୍ତଙ୍କୁ ସୁପାରିଶ କରିବା ସହିତ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରି ରାଜ୍ୟସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି।ବାମନଘାଟି ପୁରାଣ ସମିତି ଅଧ୍ୟକ୍ଷ ବିରେନ୍ଦ୍ର ଭଞ୍ଜଙ୍କ ନେତୃତ୍ୱରେ,୩୪ ନଂ ଜିଲ୍ଲା ପରିଷଦ ସଦସ୍ୟା ବିନ୍ଦୁସ୍ମିତା ଦେଓ, ସମ୍ପାଦକ ଶିବନାଥ ପାଟବନ୍ଧା,କୃଷ୍ଣଚନ୍ଦ୍ର ନାଏକ,ରାଜକମଲ ତୁଙ୍ଗ,ପଦ୍ମଲୋଚନ ପାଟବନ୍ଧା,ବିମ୍ବାଧର ଧୀର,ଦୁର୍ଗାଚରଣ ପାଟବନ୍ଧା,ପ୍ରଶାନ୍ତ ଧୀର,ସୁଶାନ୍ତ ଦେଓ ସମେତ ବାମନଘାଟି ଉପଖଣ୍ଡ ପୁରାଣ ସମ୍ପ୍ରଦାୟର ବହୁ କର୍ମକର୍ତା ଏଥିରେ ଉପସ୍ଥିତ ଥିଲେ।

ମୟୂରଭଂଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

Sunil Chandra Nayak

ଭବାନୀପାଟଣା ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା ଉଦ୍ଘାଟିତ

Sunil Chandra Nayak

ମାଝୀଗୁଡାରେ କୁରାଲ ଦେବତାଙ୍କ ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!