ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ରକ୍ତ ହୀନତା ନିରାକରଣ ଅଭିଯାନ ର ଶୁଭାରମ୍ଭ ,”ଆନିମିଆ ମୁକ୍ତ କଳାହାଣ୍ଡି ଆଜିର ଆହ୍ଵାନ “

ଭବାନୀପାଟଣା: (ମ ନି ସ) ତା ୨୦.୧୦.୨୦୨୨: ଆଜି ଭବାନୀପାଟଣା ସହର ସ୍ତିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ରକ୍ତହୀନତା ନିରାକରଣ ଅଭିଯାନ ର ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ସହ ” ଆନିମିଆ ମୁକ୍ତ କଳାହାଣ୍ଡି ” ର ଲୋଗୋ କୁ ଉନ୍ମଚୋନ କରିଥିଲେ। ପ୍ରଥମେ ଡି ପି ଏମ ଶ୍ରୀ ଅବନୀ ମହାପାତ୍ର ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ଓ ରୂପାୟନ ଉପରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାପାଳ ନିଜ ବକ୍ତବ୍ୟ ରେ ଉପସ୍ଥିତ ଛାତ୍ରୀମାନଙ୍କୁ ରକ୍ତହୀନତା କୁ ରୋକିବା ପାଇଁ ଯତ୍ନବାନ ଓ ଉପଚାର ସହ ଏକ ସୁସ୍ଥ ଜୀବନ ଶୈଳୀ କୁ ଆପଣେଇବାକୁ ଆହ୍ବାନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ T3(TEST,TREAT AND TALKS)ମାଧ୍ୟମରେ ପ୍ରତ୍ୟେକ ଛାତ୍ରୀମାନଙ୍କ ହିମୋଗ୍ଲୋବିନ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ପ୍ରଦାନ କରାଯାଉଛି।ଜିଲ୍ଲା ସ୍ବାସ୍ଥ୍ୟ ସମିତି ଓ ଜିଲ୍ଲା ପ୍ରଶାସନର ଆୟୋଜନ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ରେଜିଷ୍ଟ୍ରେସନ,ରକ୍ତ ପରୀକ୍ଷା ଏବଂ ଉପଚାର ସମ୍ବଧୀୟ ଔଷଧ ପ୍ରଦାନ କରାଗଲା । ବିଦ୍ୟାଳୟର ପ୍ରାୟ ୨୦୦ ଜଣ ଛାତ୍ରୀଙ୍କ ରକ୍ତ( ହିମୋଗ୍ଲୋବିନ ) ପରୀକ୍ଷା କରାଯାଇ ଔଷଧ ଦିଆଯାଇଥିଲା।NFHS -5 ର ସର୍ଭେ ଅନୁଯାୟୀ 2019-2020ରେ କଳାହାଣ୍ଡି ଜିଲ୍ଲାରେ କିଶୋରୀ ବାଳିକା ଓ ଗର୍ଭବତୀ ମହିଳା ପ୍ରାୟ 68% ରକ୍ତହୀନତାର ଶିକାର ହୋଇଛନ୍ତି। ରାଜ୍ୟରେ କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରି ଆନିମିଆମୁକ୍ତ ଜିଲ୍ଲା ରୂପେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି।ଏହି ରକ୍ତହୀନତା ନିରାକରଣ ପାଇଁ ଜିଲ୍ଲାପାଳ ଙ୍କ ଉଦ୍ୟମରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତପ୍ତରତାରେ ଏକ ପ୍ରସ୍ତାବ ନୀତି ଆୟୋଗ କୁ ପ୍ରଦାନ କରାଯାଇଥିଲା । ଆକାଂକ୍ଷି ଜିଲ୍ଲା ରୂପେ ଏହି ପ୍ରସ୍ତାବ ନୀତି ଆୟୋଗ ଦ୍ଵାରା ଗ୍ରହଣ ହୋଇଥିଲା ।ଉକ୍ତ ଅଭିଯାନ ମାଧ୍ୟମରେ ଜିଲ୍ଲାର ପ୍ରାୟ ୨ଲକ୍ଷ କିଶୋରୀ ବାଳିକା ଓ ୩୦ ହଜାର ଗର୍ଭବତୀ ମହିଳାମାନଙ୍କୁ ହିମୋଗ୍ଲୋବିନ ପରୀକ୍ଷା ପୂର୍ବକ ପୃଥକିକରଣ କରାଯିବ ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦିଆଯିବ। ସଭା କାର୍ଯ୍ୟକ୍ରମରେ ୩ ଜଣ ଛାତ୍ରୀ ଲୋହ ବଟିକା ଖାଇଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରେ ତ୍ୱରାନ୍ୱିତ କରାଯିବ।ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ,ଜିଲ୍ଲା ଶିକ୍ଷା ବିଭାଗ,ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗ ମିଳିତ ସମନ୍ୟୟ ରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରତି ବଦ୍ଧ ଅଛନ୍ତି।କାର୍ଯ୍ୟକ୍ରମ ଶିବିରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ପୌଷ୍ଟିକ ଆହାର ଓ ଲୋହସାର ଜାତୀୟ ଖାଦ୍ୟ ଉପରେ ବିଶେଷ ପ୍ରଦର୍ଶନୀ ହୋଇଥିଲା। ସଭାରେ ସମ୍ମାନିତ ଅତିଥିରୁପେ ସି ଡ଼ି ଏମ ଓ ଡ ଅଞ୍ଜନ ମିତ୍ର, ଡି ଇ ଓ ଶ୍ରୀ ସୁଶାନ୍ତ ଚୋପଦାର , ଡି ଆଇ ପି ଆର ଓ ଶ୍ରୀ ମନୋଜ ବେହେରା, ଡି ଏସ୍ ଡବ୍ଲୁ ଓ ଜ୍ୟୋସ୍ନାରାଣୀ ପାତ୍ର, ଡି ଡବ୍ଲୁ ଓ ଶ୍ରୀ ଅରବିନ୍ଦ ରାୟ ,ଏ ଡି ପି ଏଚ ଓ ଡ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଅଭିଭାଷଣ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର କର୍ମକର୍ତ୍ତା, ୱାଲ୍ଡ ଭିଜନ ର ଅଧିକାରୀ, ସରକାରୀ ବାଳିକା ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁନନ୍ଦା ପଣ୍ଡା, ଶିକ୍ଷୟତ୍ରୀ ଓ ଛାତ୍ରିଗଣ ଉପସ୍ଥିତ ଥିଲେ।

Related posts

ଶ୍ରବଣ ବାଧୀତ ଓ ବାକଶକ୍ତି ଅକ୍ଷମତା ପିଲାଙ୍କ ପାଇଁ ତ୍ରୀଦିଵସୀୟ ତାଲିମ ଶିବିର

Sunil Chandra Nayak

ରାଇରଙ୍ଗପୁର ରେ ୭ଟି ଆଦିବାସୀ ସଂଗଠନ ପକ୍ଷରୁ ଶହୀଦ ବିର୍ସା ମୁଣ୍ଡାଙ୍କ ୧୨୨ ତମ ଶହୀଦ ଦିବସ ପାଳିତ

ନବରଙ୍ଗପୁର ରେ ଲୋକମହୋତ୍ସବ ମଣ୍ଡେଇ ପର୍ବ ପାଇଁ ପଡିଆ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!