ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ନନ୍ଦଙ୍କ କୋଳରେ କଳାଗୋବିନ୍ଦ

ନନ୍ଦଙ୍କ କୋଳରେ କଳାଗୋବିନ୍ଦ

ପାପିର ପାପରେ ପାଦର ଚାପରେ ଧରା ହେଲା ଥରହର
ସବୁ ଦେବାଦେବୀ ମାତା ବସୁନ୍ଧରା ଗଲେ ବଇକୁଣ୍ଠ ପୁର।
ଧରଣୀ ଆଖିରେ ଲୋତକ କୁ ଦେଖି ନିଦ୍ରା ତେଜି ନାରାୟଣ
ମତ୍ତ୍ଯଭୁବନ ରେ ଦେବକୀ ଗର୍ଭରୁ ଜନ୍ମ ହୋଇବି ତକ୍ଷଣ।
ଯଶୋଦା ଗର୍ଭରୁ ମାତା ଅମ୍ବିକା ଯେ ଜନମ ହୋଇବେ ଯାଇ
କଂସ କୁ ତାର ମରଣ ଶୁଣାଇ ଶୂନ୍ୟ ରେ ଯିବେ ଉଭେଇ।
ଦେବକୀ ଗର୍ଭରେ ଉଦୟ ହୋଇଲେ ସ୍ବୟଂ ପ୍ରଭୁ ନାରାୟଣ
ଦେବକୀ ସୁନ୍ଦର ଦିଶିଲା ଯେପରି ପୁର୍ଣିମା ରାତିର ଜହ୍ନ।
ଭାଦ୍ରବ ରାତିର ଶୁକ୍ଳ ଅଷ୍ଟମୀ ରେ ଗରଜଇ ମେଘ ମାଳ
ଚାରି ମେଘ ପୁଣି ସେ ଦିନ ଏକାଠି ହୋଇଛି ଶରତ କାଳ।
ଜନମ ହୋଇଲେ ବନ୍ଦିଶାଳ ଘରେ ନୀଳ କାନ୍ତି ପରି ରୂପ
ଶ୍ରୀକୃଷ୍ଣ ଙ୍କୁ ଜନ୍ମ ଦେଇ ସେ ଦେବକୀ ହୋଇଗଲେ ମୁର୍ଚ୍ଛା ଗତ।
ନୀଳକାନ୍ତି ରୂପ ଦେଖି ବସୁଦେବ ମନେ ମନେ ହୁଏ ଭାଳି
ଧନ୍ୟ ମୋ ଜୀବନ ଧନ୍ଯ ମୋର ବଂଶ କୋଳେ ମୋର ବନମାଳୀ।
ମୁଣ୍ଡରେ ମୁଣ୍ଡେଇ ଚାଲେ ବସୁଦେବ ଯିବେ ବୋଲି ଗୋପପୁର
ଆକାଶ ମାର୍ଗରୁ ପୁଷ୍ପ ବରଷିଲା ଧନ୍ୟ ସେ ଭକ୍ତ ବତ୍ସଳ।
ଯଶୋଦା ଗର୍ଭରୁ ମାତା ଅମ୍ବିକା ଯେ ହୋଇଥିଲେ ଆର୍ବିଭୁତା
କନ୍ୟା ପାଲଟାଇ ଫେରି ବସୁଦେବ ମନରେ ଅନେକ ଚିନ୍ତା।
ଗୋପ ଗୋପାଳୁଣୀ ଆନନ୍ଦେ ଅଧିର ବଜାନ୍ତି ବାଇଦ ବାଜା
ଅପୁଆ ଘରରେ ପୁଅ ହୋଇଅଛି ଖୁସି ଆଜି ନନ୍ଦ ରାଜା।
ଯଶୋଦା ଙ୍କ କୋଳେ
ଜଗତର ନାଥ ଯଶୋଦା ମନେ ଆନନ୍ଦ
ନନ୍ଦ ରାଜା ମନେ ଭାଳି ହେଉଛନ୍ତି ଘରେ ମୋ କଳା ମୁକୁନ୍ଦ।
ସତ୍ଯର ସ୍ଥାପନ କରିବା ପାଇଁ କି ଯୁଗେ ଯୁଗେ ଭଗବାନ
ଦ୍ଵାପର ଯୁଗରେ ଗୋପେ ଜନ୍ମ ହେଲେ ତାଙ୍କୁ ମୋ କୋଟି ପ୍ରଣାମ।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା , ଖୋର୍ଦ୍ଧା

Related posts

ପ୍ରଫେସର ଭୁବନେଶ୍ବର ବେହେରାଙ୍କ ଏକବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସାରସ୍ଵତ ସମାରୋହ

Sunil Chandra Nayak

ତେରେସିଂହା ମାଁ ପାଟଖଣ୍ଡା ଯାତ୍ରା ସମ୍ପନ୍ନ

Sunil Chandra Nayak

ବିଦ୍ୟୁତ ସମସ୍ୟା ର ସମାଧାନ ପାଇଁ ଗଠନ ହେଲା ବିଦ୍ୟୁତ ଉପଭୋକ୍ତା ମହାସଂଘ

Leave a Comment

error: Content is protected !!