ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ସ୍ନେହ ମିଶ୍ର ଙ୍କ କବିତା ଶଂଖା ସିନ୍ଦୁର

ଶଂଖା ସିନ୍ଦୁର

ଶ୍ରୀମତୀ ସ୍ନେହ ମିଶ୍ର

ସନାତନଧର୍ମ ଶାସ୍ତ୍ର ପ୍ରଣମିତ 
ମୁନିଋଷି ମାର୍ଗ ଦର୍ଶକ
ମନୁଷ୍ୟର ଜନ୍ମ ବହୁପୁଣ୍ୟଫଳ
ଜ୍ଞାନ ତାର ଅଲୌକିକ ||୧||
ସଂସାରଜୀବନ ନୁହେଁ ଖେଳଘର
ଯାତ୍ରାଟି ବଡ କଠିନ
ଜୀବନର ସ୍ରୋତ ବହେ ଅପ୍ରମିତ
ପତିପତ୍ନୀଙ୍କର ମିଳନ ||୨||
ଆମରି ସଭ୍ୟତା ସଂସ୍କାରକାରଣେ
ପବିତ୍ର ଏ ପରିଣୟ 
ପତିପତ୍ନୀଦୁହେଁ ବନ୍ଧନରେ ବନ୍ଧା
ଜୀବନମୁକ୍ତି ପାଥେୟ ||୩||
ବିବାହବନ୍ଧନ ନୁହେଁ ସେତ ଖେଳ
ଦୁଇପ୍ରାଣ ଏକ ମନ
ପରସ୍ପର ମଧ୍ୟେ ନିବିଡ ସମ୍ପର୍କ
ସଙ୍କଲ୍ପରେ ସଚେତନ ||୪||
ଏକପତ୍ନୀବ୍ରତ ପତିର ଆଦର୍ଶ
ପତ୍ନୀର ସଦା ରକ୍ଷକ
ପତିବ୍ରତାନାରୀ ପତି ଅନୁସରି
ଜୀବନମାର୍ଗ ଦର୍ଶକ ||୫||
ଦୁଇ ପଟ ଶଂଖା ମଥାରେ ସିନ୍ଦୁର
ପରିଣୟ ଦିବସରେ
ଅତୁଟ ବନ୍ଧନ କରେ ନିଦର୍ଶନ
ଝଟକେ ତା’ର ମଥାରେ ||୬||
ମଥାର ସିନ୍ଦୁର ପ୍ରୀତିର ଝଲକ
 ପତିର ଆୟୁଷ ଡୋର 
ଆମ ପରମ୍ପରା ଅମୂଲ୍ୟ ସମ୍ପଦ 
ପତ୍ନୀର ଏ ଉପହାର ||୭||
ବିବାହ ଦିବସେ କୋହରେ ଆଶୀଷ
ରୁହେ ପିତାମାତାଙ୍କର
ଶଂଖାସିନ୍ଦୁରକୁ ଆଦରି ନେଇତୁ
ସୁଖରେ ସଂସାର କର ||୮||
ଅହ୍ୟ ସୁଲକ୍ଷଣୀ ମୃତ୍ୟୁ ସମୟରେ 
କୋକେଇଟିକୁ ସଜାନ୍ତି
ନାଲିପାଟଶାଢୀ ଶଂଖା ସିନ୍ଦୁରରେ
ସର୍ବେ ବିଦାୟ ଦିଅନ୍ତି ||୯||

Related posts

ମିଶନ ଶକ୍ତି ଋଣ ମେଳା ରେ ୧୮୧ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ 

Sunil Chandra Nayak

ଜାମଦାର ଚିରସ୍ରୋତା ଜୁମ୍ବାଗଳା ଜଳ ଉତ୍ସ ପ୍ରକଳ୍ପ ନିର୍ମାଣ ନେଇ ବରିଷ୍ଠ ବିଜେପି ନେତା ବିଜୁଗୋପାଲ ଏବଂ ସାମନ୍ତ ଗିରିଙ୍କ ନେତୃତ୍ୱରେ କେନ୍ଦ୍ର ଜନଶକ୍ତି ମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

Sunil Chandra Nayak

ବେହେରା ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ମାତ୍ରୁଭାଷା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!