ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କୁମାର ପଣ୍ଡା ଙ୍କ କବିତା ବୟସର ଅପରାହ୍ନେ

   ବୟସର ଅପରାହ୍ନେ

ଦେଇ ଦେଇ ଛାଇ ବୟସ ବଢିଲା 
ଚାହିଁଛି ସେ ଥୁଣ୍ଟା ହୋଇ ,
ପାଖରେ ତାହାର ଆହାଃ କହିବାକୁ 
ଜଣେ ହେଲେ କେହି ନାହିଁ ।
ସ୍ବାର୍ଥ ଜର୍ଜରିତ ଚେତନା ବିହୀନ
ମିଛ ମାୟା ଭବ ଭୁଇଁ ,
ଲୁଚି ଲୁଚି ଏଠି କାନ୍ଦିବାଟା ସାର 
ସ୍ମୃତି ଦର୍ପଣକୁ ଚାହିଁ ।
ଦିନେ ଥିଲା ସିଏ ସଭିଙ୍କ ନିମନ୍ତେ
ଭରସାର କେନ୍ଦ୍ରବିନ୍ଦୁ,
କାହାକୁ ବି କେବେ ନିରାଶ କରିନି 
ହୃଦୟ ତା ସପ୍ତସିନ୍ଧୁ ।
ତ୍ୟାଗରେ ନିହିତ ଅପାର ଆନନ୍ଦ
ସେହି ତା ଜୀବନ ଧର୍ମ,
ଅନ୍ୟ ପାଇଁ ପୁଣି ଜଳିଛି ନିରତ 
ତଥାପି ଭୁଲିନି କର୍ମ ।
କେତେ ଯେ ଜୀବନ ତା ବିଶାଳ ବକ୍ଷେ
ବସି ବସି ରାତିଦିନ ,
ଦେଖୁଥିଲେ ନିଜ ଉଜ୍ଜ୍ୱଳ ଭବିଷ୍ୟ 
ଶକ୍ତ କରୁଥିଲେ ମନ ।
ଯେଉଁମାନେ ସବୁ ଆଶରାକୁ ତା’ର
ଚାହିଁ ରହିଥିଲେ ଦିନେ,
ଅସହାୟ ଦେଖି ଛାଡ଼ି ଚାଲିଗଲେ
ବୟସର ଅପରାହ୍ନେ ।
କାହାକୁ କହିବ କିଏ ବା ଶୁଣିବ 
ତା’ ଜୀବନ ଅନୁଭୁତି ,
ନିଜକୁ ନିଜେ ସେ ପଚାରୁଛି ଖାଲି
ଏଇ କି ସଂସାର ପ୍ରୀତି ?

ପ୍ରତାପ କୁମାର ପଣ୍ଡା

ରାଉରକେଲା

Related posts

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ବଢ଼ି ବାତ୍ୟାର ପିଲାଟିଏ

ମହିଳା ଓ ଶିଶୁ ବିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରେମ୍ ଙ୍କ କଳାହାଣ୍ଡି ଗସ୍ତ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା କବି ଗୁହୁଡ଼ି ଆଉର୍‌ ମୂଖିଆ

Leave a Comment

error: Content is protected !!