ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପଦରେ କଳାହାଣ୍ଡି ଦେଵୋତ୍ତର – ଜମି ମାଫିଆଙ୍କୁ ଅହେତୁକ ଅନୁକମ୍ପା

ପ୍ରଶାସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚି ?

କଲମପୁର = ୦୫/୦୬ କଳାହାଣ୍ଡି ଜିଲ୍ଲା ରେ ଦେଵୋତ୍ତର ଜମି ନେଇ ମାଫିଆ ମାନଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ଜବର ଦଖଲ ହେବା ପ୍ରସଙ୍ଗ       ଗଣ ମାଧ୍ୟମରେ  ପ୍ରସାରଣ ପରେ କଲମପୁର ତହସିଲ ଅନ୍ତର୍ଗତ ବରଗାଁ ପୋଖରୀ ଖନନ ସ୍ଥଳ କୁ ତହସିଲଦାର କରିସ୍ମା ବେଶ୍ରା ଙ୍କ ନିର୍ଦେଶ କ୍ରମେ ରାଜସ୍ୱ ନିରୀକ୍ଷକ ସରଜମିନ ତଦନ୍ତ ପାଇଁ ଯାଇଥିଲେ । ପୋଖରୀ ଖନନ ସ୍ଥଳରେ ଜମି ମାପ କରି ପ୍ରାୟ ୨୦ଡିସମିଲ ରୁ ଅଧିକ ଗୋଚର ଜମି ରେ ପୋଖରୀ ଖନନ ହେଉଥିବା ବେଳେ ପ୍ରାୟ ୫ଡିସମିଲ ରୁ ଉର୍ଦ୍ଧ୍ୱ ଇନ୍ଦ୍ରାବତୀ କେନାଲ ଜମିରେ ପୋଖରୀ ଖନନ ହେଉଥିବା ଜଣାପଡିଥିଲା ।ରିପୋର୍ଟ ପାଇବା ପରେ ତହସିଲଦାର କୌଣସି ପଦକ୍ଷେପ ନେବା ପୂର୍ବରୁ କରିତକର୍ମା ଜମି ମାଫିଆ ଗାଁ ର ଲୋକମାନଙ୍କୁ ଭୋଜି ଭାତରେ ଆପ୍ୟାୟିତ କରି ତହସିଲଦାର ଙ୍କ ନିକଟକୁ ଧରି ଆସିଥିଲେ । କାକା ପୁତୁରା ଙ୍କ ଜମି ଜବରଦଖଲ ପ୍ରସଙ୍ଗ ହାଟରେ ପଡି ଦାଣ୍ଡ ରେ ଗଡୁଥିବା ବେଳେ ପ୍ରଶାସନିକ ଅଧିକାରୀ ଙ୍କ ନିରବଦ୍ରଷ୍ଟା କୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ନିୟମ ଉଲ୍ଲଂଘନ କାରୀ ମାନଙ୍କ ପ୍ରତି ପ୍ରଶାସନିକ ଅଧିକାରୀ ମାନଙ୍କ କୋହଳ ମନୋଭାବ କୁ ଲୋକେ ନା ପସନ୍ଦ କରିଛନ୍ତି ।ଗୋଚର ,ପତରା , ଜଳଚର,ଅନାବାଦୀ ଭଳି ବିଭିନ୍ନ କିସମର ଜମି ପ୍ରଶାସନିକ ଅଧିକାରୀ ମାନଙ୍କ ସମ୍ଭୁଖରେ ଜବର ଦଖଲ ହୋଇ ଚାଲିଥିବା ବେଳେ ନିଜ ଅଧିନରେ ଥିବା ଦେଵୋତ୍ତର ଜମି ଗୁଡିକୁ ସୁରକ୍ଷା ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି ।ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଖାତା ନଂ୧୨୪ ଅଧିନ ରେ ୫୦ ଏକର ୪୧ଡିସମିଲ ରହିଥିବା ବେଳେ ଖାତା ନଂ ୧୨୫ ଅଧିନରେ ୭୦ ଏକର ୯୦ଡିସମିଲ ରହିଛି । ଏଥି ମଧ୍ୟରୁ ୭ଏକର ଜମି କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସେହି ଭଳି ମା ମାଣିକେଶ୍ୱରୀ ଠାକୁରାଣୀ ଙ୍କ ଖାତା ନଂ ୩ରେ ୩୫ଏକର୩୪ ଡିସମିଲ ,ଖାତା ନଂ ୧୫୩ ରେ ୫୪ ଏକର ୩୯ ଡିସମିଲ ସହିତ ଶ୍ରୀ ରାମେଶ୍ୱର ମହାଦେବ ଙ୍କ ଖାତା ନଂ ୧୦୫ ରେ ୨୨ଏକର ୪୧ ଡିସମିଲ ରହିଥିବା ବିଭାଗ ସୂତ୍ର ରୁ ଜଣା ପଡ଼ିଛି । ଏ ସବୁରୁ ଅସମର୍ଥୀତ ଆକଳନ ଅନୁଯାୟୀ ପ୍ରାୟ ୩୦ ଏକର ଜମି ଜବରଦଖଲ ହୋଇ ସାରିଥିବା ବେଳେ ପ୍ରଶାସନ ନିଦା ବିଷ୍ଣୁ ପାଲଟିବା ପରିତାପର ବିଷୟ ପାଲଟିଛି । ନିଜ ଅଧିନରେ ଥିବା ଜମି ଗୁଡିକୁ ନିଜେ ସୁରକ୍ଷା ଯୋଗାଇ ପାରୁନଥିବା ବେଳେ ସାଧାରଣ ଲୋକଙ୍କ ଜମି କୁ କିଭଳି ସୁରକ୍ଷା ଯୋଗାଇ ଦିଆଯାଇ ପାରୁଥିବ ତାହା ଏଥିରୁ ହିଁ ଅନୁମେୟ ।

କଲମପୁର ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ

Related posts

ସମବାୟ ବ୍ୟାଙ୍କ ଡାଇରେକ୍ଟର ନିର୍ବାଚନ: ଟିକମନ ବାରିକ ନିର୍ଦ୍ବନ୍ଦ୍ୱ ରେ ନିର୍ବାଚିତ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟ ରେ ଦାବି ପତ୍ର ପ୍ରଦାନ 

Sunil Chandra Nayak

ଡାଃ ବିଚିତ୍ରାନନ୍ଦ ପଟ୍ଟନାୟକ ଗୃହ ନିର୍ମାଣ ସମବାୟ ସମିତି ସଭାପତି

Sunil Chandra Nayak

Leave a Comment

error: Content is protected !!