ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୂଡ଼ାପାହାଡ଼ସ୍ଥିତ ଶିବମନ୍ଦିରରେ ଶିବ ବିବାହ ମହୋତ୍ସବ 

ଟେମରି (ମ. ନି. ସ ):-ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚୂଡ଼ାପାହାଡ଼ ସ୍ଥିତ ଶିବ ମନ୍ଦିର ଠାରେ ତା 04/06/2022ରିଖ ଶନିବାର ଦିନ ଶିବ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମହାଦେବଙ୍କ ପିତାମାତା ଭାବରେ ଫରଙ୍ଗ ଗ୍ରାମର ଗଣେଷ ଚନ୍ଦ୍ର ରାଉତ ଓ ତାଙ୍କ ଧର୍ମ ପତ୍ନୀ ଗୀତାଞ୍ଜଳି ରାଉତ ଏଵଂ ପାର୍ବତୀଙ୍କ ପିତାମାତା ଭାବରେ ଡୁକ୍ରିପଡା ନିବାସୀ ଭବାନୀ ସରାପ ଓ ତାଙ୍କ ସହଧର୍ମିଣୀ ରଂଜିତା ସରାପ କାର୍ଯ୍ୟଭାର ଗ୍ରହଣ କରିଥିଲେ l ଗତ କାଲି ମନ୍ଦିର ମଧ୍ୟରେ ଶୁଭ ଖମ୍ବ ସ୍ଥାପନ ଶିବାଭିଷେକ ସହିତ ମାତା ପାର୍ବତୀଙ୍କୁ କନ୍ୟା ପିତାମାତାଙ୍କୁ ଅର୍ପଣ କରାଯାଇଥିଲା l ଆଜି ମହାଦେବ ଙ୍କୁ ପଞ୍ଚପୋଚାର ସହିତ ହରିଦ୍ରା ଲେପନ କରି ଦିନ ଘ.10.20 ମି.ବରାନୁଗମନ କାର୍ଯ୍ୟକ୍ରମ ହୋଇଥିଲା l ବହୁ ଭକ୍ତଙ୍କ ଗହଣରେ ବାଜା ରୋଷଣୀ ସହ ଡୁକ୍ରିପରା ଗ୍ରାମକୁ ଯାଇ ଦିନ ଘ.12.30ମି. ମଧ୍ୟେ ବିବାହ ପାଣି ଗ୍ରହଣ ଅନୁଷ୍ଠିତ ହୋଇଥିଲା l ଦିନ 1.30ମି ମଧ୍ୟେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀ ମନ୍ଦିର ପ୍ରତ୍ୟାବର୍ତ୍ତନ କରି ହୋମଦାନ ସହ ବିଧି ପୂର୍ବକ ବିବାହ ଉତ୍ସବ ସମାପନ କରି ସମସ୍ତ ଭକ୍ତ ବୃନ୍ଦ ଅର୍ଣ୍ଣପ୍ରସାଦ ସେବନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଦସ୍ୟ ତଥା ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତ ଉତ୍ସବ କୁ ମୁଖରିତ କରିଥିଲା l ବିଶେଷ ଭାବରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସି ଥିବା ଭକ୍ତ ବୃନ୍ଦ ସହ ଏହି ଅଂଚଳର ସୁନାମ ଧନ୍ୟ କଳାକାର ଶୋଭାବନ ଭାଟି, ଅକ୍ଷୟ କୁମାର ପଧାନ, କୁଞ୍ଜ ବିହାରୀ ସରାପ, ଖଗେଶ୍ୱର ମାଝୀ ପ୍ରମୁଖ ଯୋଗ ଦାନ କରି ସମସ୍ତ ଭକ୍ତ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ l

ଜଗଜ୍ଜୀବନ ସାଙ୍କ ରିପୋର୍ଟ

Related posts

ଜଙ୍ଗଲ ସୁରକ୍ଷା ଓ ନିଆ ଦାଉ ରୁ ରକ୍ଷା କରିବା ନେଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଆଶ୍ରମ ର ଅବହେଳା ଯୋଗୁ ଚିକିତ୍ସା ପାଇବାରେ ବିଳମ୍ବ , ଛାତ୍ରୀ ଙ୍କ ମୃତ୍ୟୁ ଅଭିଯୋଗ 

Sunil Chandra Nayak

ମ.ରାମପୁର ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

Leave a Comment

error: Content is protected !!