ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡମୋଳ ରେ ଆତଙ୍କର ଅନ୍ୟନାମ କିଡ଼ନୀ ରୋଗ  

କାମାକ୍ଷାନଗର (ମ ନି ସ)୧/୧୧_ ରୋଗ ତ ରୋଗ, ପୁଣି କିଡ଼ନୀ ରୋଗ, ଶୁଣିବା ମାତ୍ରେ ସତେ ଯେପରି ପାଦ ତଳୁ ମାଟି ଖସି ଯାଏ ତେବେ ଏଠାରେ ଚିନ୍ତା କଲେ ଏ ରୋଗ ଯିଏ ଭୋଗୁଛି ତାର କେମିତି ଜୀବନ ବିତୁଥିବ ???

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ରାଜ୍ୟରେ ଏମିତି ଅନେକ ଗାଁ ଅଛି ଯେଉଁଠି ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ପ୍ରତି ପରିବାର ରୁ ଜଣେ କିମ୍ବା ଦୁଇ ଜଣ କିଡ଼ନୀ ରୋଗ ରେ ଆକ୍ରାନ୍ତ ଆଉ ଏକ ଚିନ୍ତା ଜନକ ବିଷୟ ହେଉଛି ପିଇବା ପାଣି ଯୋଗୁଁ ସେଠାରେ କିଡ଼ନୀ ରୋଗ ର ଆକ୍ରାନ୍ତ ବ୍ୟାପୁ ଥିବାର ଅଭିଯୋଗ ହୁଏ l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡ଼ମୋଳ ଗ୍ରାମରେ କିଡ଼ନୀ ରୋଗ ଆତଙ୍କ ସୃଷ୍ଟି କରିଥିବା ବେଳେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ପ୍ରାୟ 15 ରୁ 20 ଜଣ ରୋଗୀ ଙ୍କ ମଧ୍ୟରୁ 10 ରୁ 12 ଜଣ ଙ୍କ ଜୀବନ ନେଲାଣି କିଡ଼ନୀ ରୋଗ, ବଡ଼ ଦୁଃଖର ବିଷୟ ଏ ଯାଏ ଖୋଜି ପାଇନି ମୃତ୍ୟୁ ର କାରଣ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ରୋଗର ନିବାରଣ ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଙ୍କୁ ଡ଼ମୋଳ ସରପଞ୍ଚ ଶ୍ରୀ ସୋନିଲ କୁମାର ଧଳ ବାରମ୍ବାର ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ଓ ସରକାର ଦୃଷ୍ଟି ଦେଉ ନଥିବା କହିଛନ୍ତି l ମୁଖ୍ୟତଃ ପାନୀୟ ଜଳରେ ମାତ୍ରାଧିକ ଫ୍ଲୋରାଇଡର ମିଶ୍ରଣ ଉଚ୍ଚ ରକ୍ତ ଚାପ, ରକ୍ତ ସର୍କରା ବୃଦ୍ଧି ଓ ମାତ୍ରାଧିକ ଧୁମ୍ରପାନ କିଡ଼ନୀ ରୋଗର କାରଣ ବୋଲି ବିଶେଷଜ୍ଞ ଙ୍କ ମତ ରହିଥିବା ବେଳେ, ଡ଼ମୋଳ ଗ୍ରାମରେ ମଧ୍ୟ ପାଣି ସମସ୍ୟା ଯୋଗୁଁ ରୋଗ ବୃଦ୍ଧି ପାଉଥିବା ଅନୁମାନ କରାଯାଉଛି l ପୂର୍ବରୁ ପରଜଙ୍ଗ ର ଏକ ଡାକ୍ତରୀ ଦଳ ଗାଁ କୁ ଯାଇ ପ୍ରାଥମିକ ଚିକିତ୍ସା କରି ଫେରିଥିଲେ l ସେମାନେ ଏହି ରୋଗ ନେଇ କୌଣସି ପରୀକ୍ଷା କରାଇ ନଥିଲେ ଗ୍ରାମରେ ଗରିବ ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ କିଡ଼ନୀ ରୋଗରେ ଆକ୍ରାନ୍ତ ଙ୍କ ସୁଫଳ ଚିକିତ୍ସା କରି ପାରୁନାହାନ୍ତି ଅର୍ଥ ସାଜିଛି ବାଧକ l ଗରିବ ଖଟି ଖିଆ ଅର୍ଥ ଅଭାବ ରୁ ଗ୍ରାମର କୁଞ୍ଜ ନାଏକ, ସୁଶାନ୍ତ ପଧାନ, ଚିହିରୁ ନାଏକ, ଯୁଆଙ୍ଗ ବେହେରା, ସୁଦର୍ଶନ ନାଏକ, ଟିକିଲି ବେହେରା, ନୃସିଂହ ବେହେରା ଘରେ ପଡି ରହି କିଡ଼ନୀ ରୋଗ ସହ ସଂଗ୍ରାମ କରୁଛନ୍ତି 10 ରୁ 12 ଜଣ କିଡ଼ନୀ ରୋଗ ରେ ପ୍ରାଣ ହରାଇଥିବା ସରପଞ୍ଚ କହନ୍ତି, ଗାଁ ରେ କିଡ଼ନୀ ରୋଗ କାହିଁକି ବୃଦ୍ଧି ପାଉଛି ଓ ନିରାକରଣ ପାଇଁ ଗାଁ କୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ପଠାନ୍ତ ଜିଲ୍ଲାପାଳ ଓ ରୋଗରେ ପୀଡିତ ପରିବାର କୁ ଆର୍ଥିକ ସହାୟତା ଯୋଗାଇ ଦିଅନ୍ତୁ ବୋଲି ସରପଞ୍ଚ ଶ୍ରୀ ଧଳ ଏବଂ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l 

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନାଉରିଆ

Sunil Chandra Nayak

ଭୁବନେଶ୍ୱରରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ତିନି ଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!