ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଇଲାରୀ ଗ୍ରାମରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଜିଲା ପ୍ରକଳ୍ପ ସଂଯୋଜକଙ୍କୁ ଦାବିପତ୍ର ପ୍ରଦାନ

ଡାବୁଗାଁ, ୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କୋଇଲାରୀ ପଞ୍ଚାୟତ ସଦର ମହକୁମା ସ୍ଥିତ କୋଇଲାରୀ ଗ୍ରାମରେ ଉଚ୍ଚ ବିଦ୍ୟାଳୟ ଖୋଲାଯିବା ପାଇଁ ଜିଲା ଶିକ୍ଷା ଅଧିକାରୀ ଙ୍କ ଉଦ୍ଦେଶ୍ୟରେ ଜିଲା ବାଳିକା ଶିକ୍ଷା ସଂଯୋଜିକା ମମତା ପରିଚ୍ଛା ଙ୍କୁ ଗ୍ରାମବାସୀ ମାନେ ମଙ୍ଗଳବାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି | କୋଇଲାରୀ ଗ୍ରାମରେ ଥିବା ବିଦ୍ୟାଳୟରେ ୧ ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ମାନେ ପାଠ ପଢିଥାନ୍ତି | ଏହାସହ ବାଳିକା ମାନଙ୍କ ପାଇଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଟିଏ ରହିଛି | ଏଥିରେ ୧୫୦ ରୁ ଊର୍ଦ୍ଧ୍ଵ ଜଣ ଛାତ୍ରୀ ରହି ପାଠ ପଢୁଛନ୍ତି | ଏଠାରୁ ୮ମ ଶ୍ରେଣୀ ଉତିର୍ଣ୍ଣ ହୋଇ ୯ମ ଓ ୧୦ ମ ଶ୍ରେଣୀ ରେ ପାଠ ପଢିବା ପାଇଁ ଜୁନାପାଣି ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥାନ୍ତି | ଉକ୍ତପ୍ରାୟ ୧୦୦ରୁ ଊର୍ଦ୍ଧ୍ଵ ଛାତ୍ରୀମାନେ କୋଇଲାରୀ ବିଦ୍ୟାଳୟରେ ଥିବା ଛାତ୍ରୀନିବାସ ରେ ରହି ପ୍ରାୟ ୩ କିମି ଜଙ୍ଗଲି ରାସ୍ତାରେ ଚାଲି ଚାଲି ପାଠ ପଢିବାକୁ ଯାଉଛନ୍ତି | ଯାହାଦ୍ଵାରା ଛାତ୍ରୀ ମାନେ ସୁରକ୍ଷିତ ମଣୁନାହାନ୍ତି | ତେଣୁ ଉକ୍ତ ଗ୍ରାମରେ ଉଚ୍ଚ ବିଦ୍ୟାଳୟ ଖୋଲାଗଲେ ଛାତ୍ରୀମାନ ଙ୍କ ସହ ଗ୍ରାମର ବାହାରେ ପଢୁଥିବା ପିଲାମାନେ ମଧ୍ୟ ଉପକୃତ ହେବେ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ କୋଇଲାରୀ ସରପଞ୍ଚ ଚନ୍ଦ୍ରୀ ଭତ୍ରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନୀଲାବତୀ ମାଝି, ଗ୍ରାମବାସୀ ଭୈରବସିଂ ମାଝି, ସୁକରାମ ମାଝି, ସୋମନାଥ ମାଝି, ପଦ୍ମନ ଭତ୍ରା, ମନୁ ଭତ୍ରା, ଇଶ୍ଵର ମାଝି ଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରଣତି ମହାପାତ୍ର ଙ୍କ କବିତା ଜୟ ବିନାୟକ

Sunil Chandra Nayak

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ  

Sunil Chandra Nayak

Leave a Comment

error: Content is protected !!