ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ପ୍ରଶାନ୍ତ କୁମାର ନାଥ

 

କି ଆନନ୍ଦ ଦେଖ ଚଷାପୁଅ ମନ

   ଆସିଛି ଅକ୍ଷି ତୃତୀୟା

ହଳ ଲଙ୍ଗଳକୁ ସଜ କରି ତା’ର

    ହେଉଛି ଖୁସିରେ ଵାୟା। 

 

ଅକ୍ଷି ଟୋକେଇକୁ ଚିତାରେ ସଜେଇ

     ଆଙ୍କିଛି ଝୋଟି ଅନେକ

ଶୁକ୍ଳ ଧାନ ଭରି ବିଲକୁ ଵାହାରେ

    ହସ୍ତରେ ଧରି କୃଷକ। 

 

ହାତେ ଅଛି ତା’ର ଫୁଲ ଚନ୍ଦନ ଯେ

     ଭୋଗ ପାଇଁ ନାରିକେଳ

ଧୂପ ଦୀପ ସାଥେ ଶୁଭ ଲଗନକୁ

    ଥିଲା ଅପେକ୍ଷାର ଵେଳ। 

 

ଶୂନ୍ୟ ବିଲ ଆଜି ପଡୁଅଛି ହୁରି

     ହଳ ସାଥେ ହରିବୋଲ

ଅନୁକୂଳ କରେ ମସ୍ତକରେ ମାରି

    ଫସଲ ହେବାକୁ ଭଲ। 

 

ଲକ୍ଷ୍ମୀ ସାଆନ୍ତାଣୀ ହୋଇଲେ ସୁଦୟା

     କୃଷକର ହେଵ ଜୟ

ଏ ସାରା ସଂସାର ସୁଖରେ ଵଞ୍ଚିବ

    ନଥିବ ଖାଦ୍ୟର ଭୟ।।

ପ୍ରଶାନ୍ତ କୁମାର ନାଥ

ଜୁଣଗଡି (ରାଜନଗର )କେନ୍ଦ୍ରାପଡ଼ା।

Related posts

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

Sunil Chandra Nayak

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିବେକକୁ ପ୍ରକାଶ କର

Sunil Chandra Nayak

ସାମ୍ୱାଦିକ ଙ୍କ ମାତୃ ବିୟୋଗ

Sunil Chandra Nayak

Leave a Comment

error: Content is protected !!