ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଵହଳଦା ବ୍ଳକର ଟାଙ୍ଗରଯୋଡା ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

ମୟୂରଭଞ୍ଜ -୩୧/୧୦/୨୨(ମସିହା)  ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ଅସନା ପଞ୍ଚାୟତର ଟାଙ୍ଗରଯୋଡା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନ ସଂପର୍କ ପଦଯାତ୍ରା ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ମୟୂରଭଞ୍ଜ ବିଜେଡି ଜିଲ୍ଲା ଉପସଭାପତି ତଥା ଵହଳଦା ବ୍ଳକ ବିଜେଡି ପ୍ରଭାରୀ ସୁବାଷ ମଣ୍ଡଳଙ୍କ ନେତୃତ୍ବରେ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇଥିଲା।ଏହି ଅବସରରେ ବହଳଦା ବ୍ଳକ ବିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ, ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା ସଚିନ ଦାସ, ୨୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଭଗବତୀ ମିଶ୍ର,୨୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ସୂର୍ଯ୍ୟମଣି ହାଁସଦା,ସାପକୁ ହେମ୍ବ୍ରମ,ରଘୁ ହେମ୍ବ୍ରମ,ମଧୁ ଦଳେଇ, ପଙ୍କଜ ରାଉତ,ବାବୁଲା ପାତ୍ର,କୁଳ ଦାସ,ରାଜସ୍ୱ ମାରାଣ୍ଡି,ଅସନା ପଞ୍ଚାୟତ ପୂର୍ବତନ ସରପଂଚ,ଲାଲ ମୋହନ ବାରିକ,ବନ୍ଧ ଚକିଆଙ୍କ ସମେତ ବହୁ ସଂଖ୍ୟାରେ ଯୁବ ଛାତ୍ର, ମହିଳା, ଶ୍ରମିକ,ଦଳୀୟ କର୍ମକର୍ତ୍ତାବୃନ୍ଦ, ଖଟିଖିଆ ପ୍ରମୁଖ ଶତାଧିକ ସମର୍ଥକ ଯୋଗ ଦେଇ ଏଥିରେ ସକ୍ରିୟ ସହଯୋଗ କରିବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ ।ପ୍ରାରମ୍ଭରେ ପଟାଙ୍ଗରଯୋଡା ଗ୍ରାମ ଛକରୁ ପଦଯାତ୍ରା ଦଳୀୟ କର୍ମୀବୃନ୍ଦ ଘରକୁ ଘର ନବୀନ ସରକାରଙ୍କ ଯୋଜନାର ସଫଳତାର ବାର୍ତ୍ତା ପହଞ୍ଚାଇଥିଲେ । ନବୀନ ସରକାରଙ୍କ ଯୋଜନାର ସୂଚନାପତ୍ର ବଣ୍ଟନ କରିଥିଲେ । ନବୀନ ସରକାରଙ୍କ ମମତା ଯୋଜନା, ମିଶନ ଶକ୍ତି,କାଳିଆ ଯୋଜନା, ଖାଦ୍ୟ ସୁରକ୍ଷା,ବିଜୁ କୃଷକ ଯୋଜନା,ବିଜୁ ସ୍ବାସ୍ଥ୍ୟ ଯୋଜନା, ଦିବ୍ଯାଙ୍ଗ ଯୋଜନା,କୋଭିଡିର ସଫଳ ମୁକାବିଲା,ମହାବାତ୍ୟା ମୁକାବିଲା, ହରିଶ୍ଚନ୍ଦ୍ର ଯୋଜନା,୫ଟି ,ସ୍କିଲଡ୍ ଇନ୍ ଓଡ଼ିଶା,ଜାଗା ମିଶନ,ବିଶ୍ଵ ସ୍ତରୀୟ କ୍ରୀଡା ଯୋଜନା, ସାମାଜିକ ସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ ଯୋଜନା,କ୍ରୀଡାର ବିକାଶ,ବିଶ୍ବ କପ୍ ହକି ଖେଳ ଆୟୋଜନ,ଯୁବ ମହିଳା ବିଶ୍ଵ କପ୍ ଫୁଟବଲ୍ ଆୟୋଜନ ପ୍ରମୁଖ ବହୁ ଜନ କଲ୍ୟାଣ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ଯୋଜନାରେ କିଭଳି ସାମିଲ ହୋଇ ଉପକୃତ ହେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା । ବହଳଦା ବ୍ଳକର ସମସ୍ତ ପଞ୍ଚାୟତର ବିଜେଡିର ଜନ ସଂପର୍କ ଯାତ୍ରାକୁ ସଫଳ କରାଇଥିବାରୁ ସମସ୍ତ ନେତୃବୃନ୍ଦ,କର୍ମିବୃନ୍ଦ, ଗ୍ରାମବାସୀ , ଛାତ୍ର, ମହିଳା ପ୍ରମୁଖ ସାମିଲ ହୋଇ ସଫଳ କରାଇଥିବାରୁ ସମସ୍ତଙ୍କୁ ବରିଷ୍ଠ ବିଜେଡି ନେତା ସୁବାଷ ମଣ୍ଡଳ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପୋଖରୀଭଟ୍ଟାଗୁଡା ଗ୍ରାମରେ ଜିଓ ଟାୱାର ଉଦଘାଟନ

Sunil Chandra Nayak

ବିକାଶ ବିଦ୍ୟାଳୟର ବାର୍ଷିକ ଉତ୍ସବ “ହାରଭେଷ୍ଟ୍”ଉଦଯାପିତ

Sunil Chandra Nayak

ଗାର୍ଡ ୱାଲ୍ ଭାଙ୍ଗି ପଥର ଚୋରି ତଥା ଡ୍ୟାମ ନିକଟ ପାହାଡ଼ ରୁ ପଥର ଚୋରି ତଥାପି ମୁକ ସମସ୍ତ ବିଭାଗ

Sunil Chandra Nayak

Leave a Comment

error: Content is protected !!