ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦରମଣି ପ୍ରଧାନ ଙ୍କ ଗଳ୍ପ ଶୂନ୍ୟ ପଥର ସହଯାତ୍ରୀ

    ଶୂନ୍ୟ ପଥର ସହଯାତ୍ରୀ

       ଆଦରମଣି ପ୍ରଧାନ

 

   ସମୟ ପ୍ରାୟ ଦିନ ୨ଟା ହେବ,,,କଟକ ଅଭିମୁଖେ ବାହାରିଛି ଛନ୍ଦା,,, ହାତରେ ତାର ଗୋଟିଏ ଆଟାଚି,,,କାନ୍ଧରେ ଭ୍ୟାନିଟ ଝୁଲୁଚି,,,ଏଇ ଚାରି ବର୍ଷରେ ଛନ୍ଦା ବହୁତ ବଦଳି ଗଲାଣି,,,କୁମାରକୁ ବାହା ହେବା ପରେ ଶାଶୁ ଘରେ ଭଲ ବୋହୁଟିଏ ବି ହେଇପାରିଛି ଛନ୍ଦା,,,କୁମାର ତାକୁ ଅଜାଡି ଦେଇଛି ଅନେକ ଖୁସି, ସୁଖ ,ଓ ଶାନ୍ତି,,,। ଛନ୍ଦା ଗାଡିକୁ ଅପେକ୍ଷା କରି ଠିଆ ହୋଇଛି । ବାରମ୍ବାର ହାତର ଘଣ୍ଟାକୁ ଦେଖୁଚି,,,ପୁଣି ଭାବୁଛି,,,ସେ ଯଦି ସନ୍ଧ୍ୟା ଆଗରୁ ନ ପହଞ୍ଚେ , ବଡ଼ ଅସୁବିଧା ହେଇପାରେ,,,! ସକାଳୁ କାମ ସାରି ବାହାରୁ ବାହାରୁ ଦିନ ୨ଟା ହେଲା,,,।

   ଏମିତି ଭାବୁ ଭାବୁ ନଜର ପଡିଲା ପାଖ ପାନ ଦୋକାନରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ଉପରେ,,,କେଉଁଠି ଦେଖିଲା ଦେଖିଲା ପରି ଲାଗୁଛି,,,ମୁଁହରେ ବୋଝାଏ ଦାଢ଼ି,,, ହାତରେ ଧରିଛି ଅଧାଜଳା ସିଗାରେଟଟିଏ,,,।ଗାଡି ଆସିଛି,,,ଆଉ ଛନ୍ଦା ଗାଡିକୁ ଉଠିଛି,,,ସେ ଦାଢ଼ିଆ ଲୋକ ବି ଉଠିଲା,,, ବୋଧେ ତାର କଟକ ଯିବାର ଥିଲା,,,।ଛନ୍ଦା ସିଟ ପାଖରେ, ଯାଇ ବସିଲା । ଛନ୍ଦା ଦର ଦର ଚିହ୍ନା ହେଉଥିଲେ ବି ,ସେ ଲୋକଟା ଛନ୍ଦାକୁ ଚିହ୍ନି ସାରିଥିଲା,,,

ଦାଢ଼ି ଵାଲା ବ୍ୟକ୍ତି : “କଣ ମାଡମ କଟକ ଯାଉଛନ୍ତି ବୋଧେ,,,”!

ଛନ୍ଦା : ହଁ,,,।କିନ୍ତୁ ଆପଣଙ୍କୁ ଚିହିଁଲା ପରି ଲାଗୁଛି,,,ଆପଣ,,,,!

ବ୍ୟକ୍ତି : ହଁ,,,ମୋତେ ଚିହ୍ନିଲା ପରି ଲାଗୁଛି,,ହେଲେ ଚିହ୍ନି ପାରୁନ,,,କେମିତି ଚିହ୍ନିବ,,,! ଏଥି ମଧ୍ୟରେ ଚାରି ବର୍ଷ ଅତିବାହିତ ହୋଇଗଲାଣି ଯେ,,,

ଛନ୍ଦା : ମାନେ…?

ବ୍ୟକ୍ତି : ମାନେ ଆଉ କଣ ଛନ୍ଦା ଦେବୀ,

ଛନ୍ଦା : କଣ କହିଲେ ଆପଣ ? ଛନ୍ଦା,,,ମୋ ନାଁ ବି ଜାଣିଛନ୍ତି,,,!

:ହଁ,,,ଛନ୍ଦା ଦେବୀ,

: ଆପଣ କିଏ,,,ଆଉ ମୋତେ…

: ( ହସି) ମୁଁ ,,,ମନୋଜ,,,ସେଦିନର ସେଇ ମେଧାବୀ ଛାତ୍ର,,,ମନୋଜ,,,

ଯିଏ ଦିନେ କଲେଜରେ ତୁମ ସହ ଟକ୍କର ଲଗାଇ ଭଦ୍ରକ କଲେଜରେ first class ପାଇଥିଲା,,,ଆଉ ତୁମର….

: ମନୋଜ ତୁମେ ,,,!ଏଠି,,,!!ଏହି ଅବସ୍ଥାରେ,,,!!!

ମନୋଜ : ହଁ,ଛନ୍ଦା,,,ମୁଁ ସେଇ ଦିନଠୁ ଏମିତି,,,

ଛନ୍ଦା : ସେଇ ଦିନଠୁ ,,,ମାନେ, କଣ ତୁମେ କହୁଛ,,,,

: ହଁ,,,ଛନ୍ଦା,,,ଆଜିକୁ ଚାରି ବର୍ଷ ହେଲା, ମୋର ଏଇ ଅବସ୍ଥା,ସେଇ ଦିନଠୁ ଆଜି ଯାଏ,ମୁଁ ମଦ ଆଉ ସିଗାରେଟରେ ବଞ୍ଚିଛି,,,

: ଚାରି ବର୍ଷ ହେଲା,,,! କିନ୍ତୁ କାହିଁକି,,,ମନୋଜ,,,?

: ଏଠି ଆଉ କାହିଁକି ର ପ୍ରଶ୍ନ ଉଠୁନି ଛନ୍ଦା,,,ଏଠି ଉଠୁଛି ଅତୀତର ମାଟି ଉପରେ ବର୍ତ୍ତମାନକୁ ନେଇ ଭବିଷ୍ୟତ ଚାରା,,, କୁହ ଛନ୍ଦା,,,ତୁମେ କେମିତି ଅଛ,,,? ତୁମେ ଖୁବ ଖୁସିର ଅଛ ନା,,,,??

: ମନୋଜ କଣ ହେଇଛି ତମର,,,ଏମିତି ପାଗଳଙ୍କ ପରି କଣ ଗପୁଛ,,,

: ହଁ ,,,ଆଜି ମୋ କଥା ତୁମକୁ ପାଗଳଙ୍କ ପରି ମନେ ହେଉଛି,,,କାରଣ ମୋ ଆଜିର ଅବସ୍ଥା ତୁମକୁ ପାଗଳ ପରି ଦେଖା ଯାଉଛି ଛନ୍ଦା,,, ସେଥିପାଇଁ ତୁମେ ଆଜି…..(ଦାୟୀ)

: ମନୋଜ,,,,!

: ହଁ ଛନ୍ଦା,,, ସେଦିନ ଆମେ ଦୁହେଁ ଏକାଠି ପଢୁଥିଲେ,,, ରହୁଥିଲେ,,, କେତେ ଆନନ୍ଦରେ ଆମ ଦିନ କଟି ଯାଉଥିଲା,,,। ଆଉ ତୁମର ମୋର ସମ୍ପର୍କ ବି ଭଲ ଥିଲା,,,।ସାଙ୍ଗ ହୋଇ ପଢାପଢି,ବୁଲାବୁଲି ସବୁକିଛି ଠିକ୍ ଥିଲା,,,ହେଲେ ଏଗ୍ଜାମ୍ ଥିଲା ମୋର ପ୍ରଥମ ଲକ୍ଷ୍ୟ,,,ଭଲ ରେଜଲ୍ଟ କଲେ ତୁମକୁ ଦେଇଥାନ୍ତି ମୋ….

:କଣ ହେଲା ମନୋଜ,,,? ଅଟକି ଗଲ ଯେ,,,

: ତୁମକୁ ମୁଁ ଦେଇଥାନ୍ତି ମୋ ପ୍ରେମର ସର୍ପରାଇଜ,,, ହେଲେ ରେଜଲ୍ଟ ବାହାରିବା ପୂର୍ବରୁ ହଷ୍ଟେଲ ଛୁଟି ହୋଇ ଥିବାରୁ ତୁମେ ଗାଁ କୁ ଚାଲିଗଲ,,,ଆଉ ମୁଁ ଦିଲ୍ଲୀ,,, ଯେଉଁ ଦିନ ରେଜଲ୍ଟ ବାହାରିଲା,ସେଦିନ ମୁଁ ଦିଲ୍ଲୀରୁ ଫେରିଲି,,, ଆଉ ରେଜଲ୍ଟ ଶୁଣିଲି,,,ତାପର ଦିନ ସକାଳୁ ବାହାରିଲି କଲେଜରୁ ତୁମ ଗାଁ କୁ,,,କାରଣ କଲେଜରୁ ତୁମ ରେଜଲ୍ଟ ଓ ଆଡ୍ରେସ ପାଇଲି,,,।ଗାଡି ମୋର ଛୁଟିଲା ତୁମ ଗାଁ ଅଭିମୁଖେ,,,ଗାଁ ରେ ପହଞ୍ଚି କିଛି ଭାବି ପାରିଲି ନାହିଁ,,, ହଠାତ ଗୋଟିଏ ପିଲା,ବୟସ ପ୍ରାୟ ଦଶ ବାର ବର୍ଷ ହେବ,,,ମୁଁ ଠିଆ ହେଇ ଥିବାର ଦେଖି ମୋତେ ପଚାରିଲା,,,ବାବୁ କାହାକୁ ଖୋଜୁଛ,,? ଆଉ ତୁମ କଥା ତାକୁ ପଚାରିଲରୁ ସେ କହିଲା,,, ଏଇ ଆଠ ଦଶ ଦିନ ତଳେ ଛନ୍ଦା ଦିଦିର ବାହାଘର ହେଇଗଲା,,,।ତୁମର ବିଷୟରେ ତାଠାରୁ ଶୁଣି ସେଦିନ ଫେରିଲି ଗୋଟିଏ ହତାଶା ଭାଵ ନେଇ,,,ଆଉ ସେ ଦିନ ଠୁଁ ଆଜି ଯାଏଁ…..।ଆଉ ପାଠ ପଢା ମୋ ଦେଇ ହେଲାନି,,,,। ବାପାଙ୍କର ବିଜିନେସର ସମସ୍ତ ଦାୟିତ୍ୱ ମୋତେ ନେବାକୁ ପଡିଲା।ବିଜିନେସର ଲାଭ ହେବା ବଦଳରେ ଦିନକୁ ଦିନ କ୍ଷତି ହେବାରେ ଲାଗିଲା। ବଡ଼ ଭାଇ ଦିଲ୍ଲୀରୁ ଆସି ବିଜିନେସ ସମ୍ଭାଳିଲେ,,,। ଆଉ ମୁଁ ଏମିତି ଜୀବନ କାଟୁଛି,,,।

: ନା ମନୋଜ,,,ତୁମେ ଭୁଲ କଲ,,,ବହୁତ ବଡ଼ ଭୁଲ କଲ,,,ନିଜକୁ ଏମିତି ଦୁଃଖ ଭିତରେ ବୁଡ଼େଇ ଦେଇ ନିଜର ସର୍ବନାଶକୁ ଡାକି ଆଣିଲ ମନୋଜ,,,! ତୁମେ ଚାହିଁଥିଲେ ତୁମ ଖୁସି ଅନେକ ଦିନଠୁ ତୁମେ ପାଇ ପରିଥାନ୍ତ,,,କିନ୍ତୁ ଏବେ….?

: ମୁଁ ଜାଣେ ଛନ୍ଦା,,, ଏବେ ଆଉ କିଛି ହେଇ ପାରିବ ନାହିଁ।,,,।ହେଲେ ତୁମକୁ ଟିକେ ଦେଖିବି,ଏଇ ଜନ୍ମରେ ମୋର ବିଶ୍ୱାସ ନଥିଲା,,,ନାଲି ଶଙ୍ଖା, ସିନ୍ଦୁର ଓ ଶାଢ଼ୀ ଭିତରେ ଆଜି ତୁମକୁ ଖୁବ ମାନୁଛି ଛନ୍ଦା,,,!

: ମନୋଜ ପ୍ଲିଜ,,,!ତୁମେ ଆଉ ସେ ମଦ ପିଇ ନିଜକୁ ନିଃଶେଷ କରି ଦିଅନି,,,ତୁମକୁ ପୁଣି ସେଇ ଦିନକୁ ଫେରି ଆସିବାକୁ ହେବ ମନୋଜ,,, ତୁମକୁ… ତୁମକୁ ଛନ୍ଦା ରାଣ,,,

: ପ୍ଲିଜ ଛନ୍ଦା,,,ତୁମେ ଏ କଣ କଲ,,,! ଏ ମନୋଜର ଆଜି ବଞ୍ଚିବାର ରାସ୍ତା ବି ବନ୍ଦ କରିଦେଲ,,,ତୁମେ ଏତେ ବଡ ରାଣ ପକାଇ ମୋର ନିଜତ୍ବକୁ କାହିଁକି ଛଡାଇ ନେଲ ଛନ୍ଦା,,,? କାହିଁକି ତୁମର ଗୋଟିଏ ପରେ ଗୋଟିଏ ଆଘାତ ମୋତେ ଦେଇ ଚାଲିଛ,,,

: I am sorry,,, Manoj…I am very sorry.

: ମୁଁ ରଖିବି ଛନ୍ଦା , ତୁମ ରାଣ,,, ହେଲେ ମୋର ତୁମକୁ ଗୋଟିଏ ସର୍ତ୍ତ ରଖିବାକୁ ହେବ,,,

: କୁହ ମନୋଜ,,,

 : ମୋର ଆଜି ଏଇ ପ୍ରେମର ଧୂମକେତୁକୁ ତୁମ ଦାମ୍ପତ୍ୟ ଜୀବନରେ କେବେ ବି ଯେମିତି ନ ଡାକ,,,ମୋ ପ୍ରେମ ଯେମିତି ତୁମ ସମ୍ପର୍କରେ ଫାଟ ସୃଷ୍ଟି ନ କରେ,,,ଏଥିପାଇଁ ତୁମକୁ ମୋ ରାଣ,,,

: ମନୋଜ…..!

    ଏହା ଭିତରେ କଟକରେ ଗାଡି ଅଟକିଛି ।ଆଖି ଛଳ ଛଳ କରି ଛନ୍ଦା ଗାଡିରୁ ଓହ୍ଲାଇ ଯାଇଛି।ମନୋଜ କୁ ଭୁବନେଶ୍ୱର ଯିବାର ଅଛି…

    ଜୀବନ ଗୋଟିଏ ଅଙ୍କା ବଙ୍କା କଙ୍କଡ଼ ପୂର୍ଣ୍ଣ ଲମ୍ବା ରାସ୍ତା,,,। ସେଇ ଲମ୍ବା ରାସ୍ତା ରେ ଚାଲୁ ଚାଲୁ କାହା ସହ କେତେବେଳେ ଭେଟ ହେଇଯାଏ,,,,ପୁଣି ସେଇ ଶୂନ୍ୟ ପଥରେ କାହା ସହ ସହଯାତ୍ରୀ ହୋଇ କିଛି ବାଟ ଚାଲିବାକୁ ହୁଏ,,,ସବୁ ନିୟତିର ଖେଳ,,,। ସେହି ଲମ୍ବା ରାସ୍ତାର ଚାରିଛକରେ ଠିଆ ହୋଇଥିବା ମଣିଷ ନିଜେ ହିଁ ନିଷ୍ପତ୍ତି ନେବାକୁ ହୁଏ, ସେ କେଉଁ ମୋଡ଼ରେ ଚାଲିବ,,,ହେଇପାରେ ସେ ଆବଡା ଖାବଡା କଣ୍ଟକିତ ରାସ୍ତା ଅଥବା ଫୁଲର ପାଖୁଡ଼ାରେ ଗାଲିଚା ବିଛା ସୁକୋମଳ ରାସ୍ତା,,,,,।।

ସିଙ୍ଗିଟି, ଚାନ୍ଦବାଲି, ଭଦ୍ରକ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଅଭୁଲା ଅତୀତ

Sunil Chandra Nayak

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

Sunil Chandra Nayak

ଭିଜିଲାନ୍ସ ଜାଲରେ ଢେ଼ଙ୍କାନାଳ ଡିଏସପି ଅଭିନବ ଡ଼ାଳୁଆ 

Sunil Chandra Nayak

Leave a Comment

error: Content is protected !!