ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସ୍ତରେନ ମାଉଲିଙ୍କ ଆଷାଢ କେନା ମଣ୍ଡେଇ ଯାତ୍ରା, ଲାଠିଯାତ୍ରା ଓ କଣ୍ଟା ଦୋଳିରେ ଝୁଲିଲେ କାଲିସି 

କୋକସରା,୧୫/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଧିନସ୍ଥ ଟେମରା ଠାରେ ଥିବା ଦେବୀ ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢକେନା ମଣ୍ଡେଇ ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଗତ ୨ ବର୍ଷ କୋଭିଡ କଟକଣା ଯୋଗୁଁ ମଣ୍ଡେଇ ଯାତ୍ରା ଉପରେ ପ୍ରଶାସନର ରୋକ ଲାଗିଥିବା ବେଳେ ଚଳିତ ବର୍ଷ ୧୦ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି। ପ୍ରତିବର୍ଷ ବାହୁଡା ଯାତ୍ରା ପରେ ପଡୁଥିବା ଶୁକ୍ରବାର ଦିନ ମଣ୍ଡେଇ ଯାତ୍ରା ହୋଇଆସୁଛି। ଏହି ଯାତ୍ରାକୁ ଆଷାଢ଼ କେନା ମଣ୍ଡେଇ ଯାତ୍ରା ମଧ୍ୟ କୁହାଯାଏ । ଆଷାଢ଼ ମାସ ପ୍ରାରମ୍ଭରେ ଚାଷ ପାଇଁ ଚାଷୀ ବିହୁଡା ଓ ରୁଆ ପ୍ରସ୍ତୁତି ଆରମ୍ଭ କରନ୍ତି । ପରମ୍ପରା ଅଛିଯେ ଏହି ମଣ୍ଡେଇ ଯାତ୍ରା ସରିବା ପରେ ଏ ଅଞ୍ଚଳର ଚାଷୀ ବିହୁଡା ଓ ରୁଆ କାର୍ଯ୍ୟ ଆରମ୍ଭ କରନ୍ତି। ସକାଳୁ ଗ୍ରାମର ଗୌନ୍ତିଆ ଚୁମନ ପାତ୍ର ଓ ପୂଜକ ଚିତ୍ରସେନ ମାଝୀ ଙ୍କ ଘରୁ ପୁଜା ସାମଗ୍ରୀ, ଦେବୀଙ୍କ ଲାଠି, କାଳିସୀ ବାଜା ବଜାଇ ଏକ ଶୋଭାଯାତ୍ରାରେ ଦେବୀ ପିଠକୁ ପହଞ୍ଚିବା ପରେ ଆମପାଣି ଗ୍ରାମରୁ ବୁଢାରଜା, ଡେଙ୍ଗାଗୁଡା ଗ୍ରାମରୁ ହିଙ୍ଗୁଲା, ମାଝିଗୁଡା ଗ୍ରାମରୁ ବରସାଲମାଝି ସହ ଠାକୁରାଣି, ଲଙ୍କେଶ୍ୱରୀ ଓ ଦ୍ୱାରସିନୀ ଦେବୀଙ୍କ ଲାଠି ଓ କାଳିସୀ ଦେବୀ ପୀଠକୁ ପହଞ୍ଚିଥିଲା । ପୀଠରେ ପ୍ରଥମେ ପୁଜାର୍ଚ୍ଚନା କରିବା ପରେ ଦେବୀ ମାନଙ୍କର ମଣ୍ଡେଇ ହାଟ ପରିକ୍ରମା ଆରମ୍ଭ ହୋଇଥିଲା । ମଣ୍ଡେଇ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଦେବାଦେବୀ ଏକତ୍ର ହୋଇ ମଣ୍ଡେଇ ହାଟକୁ ୩ଥର ପରିକ୍ରମା କରି ପୁଣିଥରେ ଦେବୀ ପୀଠକୁ ଫେରିଆସିଥିଲେ । ଦେବୀ ମାନଙ୍କ ପରିକ୍ରମା ସମୟରେ ଶହ ଶହ ମହିଳା ଓ ପୁରୁଷ ଭକ୍ତ ମାନେ ବାଟ ଓଗାଳି ନିଜ ନିଜର ମାନସିକ ଜଣାଇଥିଲେ । ସେହି ସମୟରେ କାଳିସୀ ମାନେ ହାତରେ ଧରିଥିବା ବିନ୍ତି(ଦେବୀ ଚାଉଳ) ଭକ୍ଷଣ କରିବା ପାଇଁ କହି ଆଶିର୍ବାଦ ଦେଉଥିବା ଦେଖିବାକୁ ମିଳିଥିଲା । ପରେ କଣ୍ଟା ଦୋଳିରେ ଝୁଲିବା କାଲିସିଙ୍କ ସହ ଗ୍ରାମର ଗୌନ୍ତିଆ,ପୁଜକ, ଗ୍ରାମରକ୍ଷୀ, ଲାଠି ବୋହିଥିବା ବ୍ୟକ୍ତି ସହ ଏପରି ୧୦/୧୫ ଜଣରୁ ଉର୍ଦ୍ଧ ବ୍ୟକ୍ତି କଣ୍ଟା ଦୋଳିରେ ଝୁଲି ଭକ୍ତ ଓ ଦର୍ଶକ ମାନଙ୍କୁ ବିଭୋର କରିଥିଲେ । ମାନସିକ କରିଥିବା ଭକ୍ତ ନିଜ ନିଜର ମାନସିକ ପୁରଣ ସଦୃଶ୍ୟ କୁକୁଡା, ପାରା, ବୋଦା ବଳି ଦେଇଥିବା ବେଳେ ଅଧିକାଂଶ ଭକ୍ତ ନଡିଆ ଚଢାଇ ପୂଜାର୍ଚ୍ଚନା କରି ଆଶିର୍ବାଦ ନେଇଥିଲେ । ମଣ୍ଡେଇ ଯାତ୍ରାର ସବୁ ପ୍ରକାର ପୂଜା କାର୍ଯ୍ୟ ପୁଜକ ଚିତ୍ରସେନ ମାଝିଙ୍କ ନେତୃତ୍ୱରେ ହୋଇଥିବା ବେଳେ ଟେମରା ଗ୍ରାମର ସରପଞ୍ଚ କ୍ଷିତିରାମ ପାତ୍ର, କମିଟି ସଭାପତି ପଦ୍ମଲୋଚନ ଦଳପତି, ସମ୍ପାଦକ ମହାଦେବ ବେଶ୍ରା, ସୁଧିର କୁମାର ପାତ୍ର, ଗୋଦାବରୀଶ ପାତ୍ର, ହେମନ୍ତ ବାଣୁଆ , ଅଶୋକ କୁମାର ଦାସ, ରାଜେନ୍ଦ୍ର ନାଏକ, ମିନକେତନ ସାହୁ, ଦୁଷ୍ମନ୍ତ କୁମାର ପାତ୍ର, ଟୋପେଶ୍ୱର ମାଝୀ, ପ୍ରମୁଖ ସହଯୋଗ କରିଥିଲେ । ଏହି ମଣ୍ଡେଇ ଯାତ୍ରାରେ ବିଭିନ୍ନ ଗ୍ରାମ ଓ ଅଂଚଳରୁ ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଓ ଦର୍ଶକଙ୍କ ସମାଗମ ହୋଇଥିଲା । ଏହି ଅବସରରେ କୋକସରା ଥାନା ତରଫରୁ ଶାନ୍ତିଶୃଙ୍ଖଳା ପାଇଁ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ।

Related posts

ରାଜ୍ୟ ମହିଳା ଉପଦେଷ୍ଟା ରୂପେ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାୟକ

Sunil Chandra Nayak

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

ମୟୂରଭଂଜ – ଦିବଂଗତ ବିଦ୍ୟାଳୟ ନିରୀକ୍ଷକ ଜ୍ଞାନେନ୍ଦ୍ର ଚୌଧୁରୀଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort