ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମ ଦିବସ ପାଳନ

 ଫୁଲବାଣୀ ଏନ.ୱାଇ.କେ ପକ୍ଷରୁ ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ ୬।୭,ଫୁଲବାଣୀ ନେହେରୁ ଯୁବକେନ୍ଦ୍ର ତରଫରୁ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମଦିନ ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ହୋଇଥିଲା। ଆଜି ତା ୭/୭/୨୦୨୨ ରିଖ ସକାଳ ୯ ଟା ସମୟରେ ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ଉପ ଜ଼ିଲ୍ଲାପାଳ ଶେଷଦେବ ମିଶ୍ର ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜ଼ିଲ୍ଲା ଆପତ୍ତକାଳୀନ ଅଧିକାରୀ ପଦ୍ଯୁମ୍ନ ମଣ୍ଡଳ, ସମାଜସେବୀ ତଥା ସାମ୍ବାଦିକ ବରିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ଅତିଥିଭାବେ ଯୋଗ ଦେଇଥିଲେ।ଉକ୍ତ ରକ୍ତଦାନ ଶିବିର ରେ ପ୍ରଥମେ ଉପଜିଲାପାଳ ଏବଂ ତାଙ୍କର ଧର୍ମପତ୍ନୀ ଅନୀତା ମିଶ୍ର ନିଜେ ରକ୍ତଦାନ କରିଥିଲେ। ଏହି ଶିବିର ରେ ରକ୍ତସଂଗ୍ରହ କାର୍ଯ୍ୟରେ ରକ୍ତଭଣ୍ଡାର ଅଧିକାରୀ ଡ଼ ଜୟଦୀପ ଘୋଷ, କର୍ମଚାରୀ ତୁଷାର କାନ୍ତ ପ୍ରଧାନ, ଲଷ୍ମୀଧର ମଣ୍ଡଳ, ପ୍ରଶାନ୍ତ କୁମାର ରତ୍ନାଲୁ, ସୁଜିତ କୁମାର ସାହୁ, ସଞ୍ଜୁକ୍ତା ଦଳଛତ୍ର, ବରୁଣ ବେହେରା ସୁଚାରୁ ରୁପେ ପରିଚାଳନା କରିଥିଲେ। ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଫୁଲବାଣୀ ବ୍ଲକର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ଯୁବକ ସଙ୍ଘର ସଭ୍ୟ ସଭ୍ୟା, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ।ଏହି ରକ୍ତ ଦାନ ଶିବିରରେ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପରେ ଶ୍ୟାମ ପ୍ରସାଦ ଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିଲା ଏଥିରେ ଫୁଲବାଣୀ ବିଜ୍ଞାପିତ ଅଂଚଳ ପରିଷଦର ପୁର୍ବତନ ଅଧ୍ଯକ୍ଷ ତଥା ଭାରତୀୟ ଜନତା ପାର୍ଟି ର ବରିଷ୍ଠ ସଦସ୍ୟ କମଳାକାନ୍ତ ପାଣ୍ଡେ, ଭାରତୀୟ ଜନତା ପାର୍ଟିର ଜ଼ିଲ୍ଲା ସମ୍ପାଦକ ପୂର୍ବତନ ଡି. ଜି ନୋମିନୀ, ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ଭଗବାନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ,। ଏହି ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କର ଜନ୍ମଦିବସ ଅବସରରେ ବୃକ୍ଷ ରୋପଣ, ପଦଯାତ୍ରା, ଚିତ୍ରାଙ୍କନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ଶ୍ରୀ ମିଶ୍ର ଆଜିର ଦିବସ ପାଳନ ର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବଭାଇ ଭଉଣୀ ମାନଙ୍କୁ ଅବଗତ କରିଥିଲେ । ବୈଠକରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ରଛାତ୍ରୀ, ଯୁବକ ଭାଇ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ଚନ୍ଦ୍ରମଣି ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ମାଓ ହମଲାରେ ୩ ସି ଆର୍ ପି ଏଫ୍ ଯବାନ ସହିଦ

Sunil Chandra Nayak

ବସଷ୍ଟାଣ୍ଡ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

Sunil Chandra Nayak

ପ୍ରଗତିଶୀଳ ଓଡିଶା  ରେ  ଦାଦନ ଦୁଃଖ !!

Leave a Comment

error: Content is protected !!