ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡଗରା ବନସୁରକ୍ଷା ସମିତିପକ୍ଷରୁ ବୃକ୍ଷ ରୋପଣ 

ବାଲେଶ୍ବର -:  ୦୮/୭/୨୨ – ବାଲେଶ୍ଵର ଜିଲ୍ଲା ବାଲିଆପାଳ ଡଗରା ବନସୁରକ୍ଷା ସମିତି ପକ୍ଷରୁ ବନ ମହୋତ୍ସବ ଅବସରରେ ଡଗରା ବେଳାଭୂମିରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ ଫରେଷ୍ଟ ବିଭାଗର ରେଞ୍ଚ୍ ଅଫିସର ବାଲେଶ୍ବରର ଗଣେଷ ଚନ୍ଦ୍ର ଲେଙ୍କା, ଲଙ୍ଗେଳଶ୍ବର ଫରେଷ୍ଟର ଶଶିଧର ପ୍ରଧାନ, ଡଗରା ଓ ଚୌମୁଖ ଫରେଷ୍ଟ ଗାର୍ଡ ହୁଷିକେଶ ପ୍ରଧାନ, ଡଗରା ବନ ସୁରକ୍ଷା ସମିତି ସଭାପତି ଗଣପତି ଜେନା, ସମାଜସେବୀ, ନିତ୍ଯାନନ୍ଦ ଜେନା, ପୂର୍ବତନ ସମିତି ସଦସ୍ଯ ସୁଂଧାଶୁ ମାଝୀ, ଯୁବନେତା ତୀର୍ଥ କୁମାର ନାଗ ଏବଂ ଡଗରା ବନ ସୁରକ୍ଷା ସମିତିର ଅନ୍ଯ ସଦସ୍ଯା ମାନେ ଉପସ୍ଥିତି ଥିଲେ । ଆଗାମୀ ଦିନରେ ଡଗରା ବନ ସୁରକ୍ଷା କମିଟି ସମିତି ପକ୍ଷରୁ ଏକ ହଜାର ଚାରା ଗଛ ରୋପଣ କରାଯିବାର ନିଷ୍ପତ୍ତି ମଧ୍ଯ ସିନ୍ଧାନ୍ତ ହୋଇଛି । ପରିବେଶ ସୁରକ୍ଷା ପାଇଁ ପ୍ରତିଟି ବ୍ୟକ୍ତି ଅତିକମରେ ଗୋଟିଏ ଲେଖାଏଁ ଗଛ ଲଗାଇବା ଉଚିତ ବୋଲି ଲୋକଙ୍କୁ ବାର୍ତ୍ତା ଦେଇଥିଲେ । ଆଗାମୀ ଦିନରେ ଆହୁରି ଅଧିକ ଭାବରେ ବୃକ୍ଷ ରୋପଣକୁ ଗୁତୁତ୍ୱ ଦିଆଯାଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ବନ ବିଭାଗର ସଦଦ୍ୟ ମାନେ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସଡକ ଦୁର୍ଘଟଣାରେ ଜଣେ ସାମ୍ବାଦିକ ମୃତ୍ୟୁ ଜଣେ ଗୁରୁତର । ମୃତ ସାମ୍ବାଦିକ ଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ

Sunil Chandra Nayak

କସ୍ତୁରୀ ର ସାଂସ୍କୃତିକ ମହୋତ୍ସବ ୨୦୨୨ ପାଇଁ ପ୍ରସ୍ତୁତି..

Sunil Chandra Nayak

ପ୍ରିୟଙ୍କା ସାହୁ ଙ୍କ କବିତା ଶାମୁକା

Sunil Chandra Nayak

Leave a Comment

error: Content is protected !!