ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ. ରାମପୁର ବନାଞ୍ଚଳ ରେ ୭୩ତମ ବନ ମହୋତ୍ସଵ ସପ୍ତାହ ପାଳନ 

ମ, ରାମପୁର,୦୮/୭(ମସୀହା): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ. ରାମପୁର ବନାଞ୍ଚଳ ତରଫରୁ ଜୁଲାଇ ୧ ତାରିଖ ରୁ ଆରମ୍ଭ ହୋଇଥିବା ୭୩ତମ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏ.ସି.ଏଫ.ଅନୁରାଗ ମିଶ୍ର ଓ ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାସ ଙ୍କ ତତ୍ୱାବଧାନ ଏବଂ ଉପସ୍ଥିତି ରେ ଗାଞ୍ଜି ପଦର,ଗଇନଦାମୁଣ୍ଡା,ମଦନପୁର ଆଦର୍ଶ ବିଦ୍ୟାଳୟ, ଦମକଳ କେନ୍ଦ୍ର ମ. ରାମପୁର, ବଡଙ୍ଗସରା,ସାଙ୍କୁସ ପ୍ରାଥମିକ ବିଦ୍ୟାଳୟ,ସି.ଆର.ପି.ଏଫ କ୍ୟାମ୍ପ ,ପ୍ରାଥମିକ ବିଦ୍ୟଳୟ ମଦନପୁର, ଦୁର୍ଗମାଧବ ସରକାରୀ ଉଚ୍ଚ ବିଦ୍ୟାପୀଠ, ଏସ.ଏସ.ଡି ମଦନପୁର, ପଣ୍ଡକମଲ୍ ଏ.ଏନ.ଆର ପ୍ଲାଣ୍ଟଟେସନ,ଧବଳେଶ୍ବର ମହାବିଦ୍ୟାଳୟ ମୋହନଗିରି, ମାଣିକେରା ଉଚ୍ଚ ବିଦ୍ୟାପୀଠ ,ଏ. ଏନ.ଆର. ପ୍ଲାଣ୍ଟଟେସନ ସାରାବହେଲି ଓ ସାଙ୍କୁସ ଏବଂ ଜେ.ଏମ.ଏଫ. ସି କୋର୍ଟ ମ.ରାମପୁର ପରିସର ଆଦି ୧୬ ଗୋଟି ସ୍ଥାନ ରେ ବୃକ୍ଷ୍ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଗୁଡିକରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ, ଜେ ଏମ ଏଫ୍ ସି ବିଚାର ପତି ତଥା ଅଧକ୍ଷ୍ୟା ପ୍ରତ୍ୟାଶା ରାୟ, ସି ଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡର ସୁବାଷ କୁମାର,ପ୍ରଗତିବାଦୀ ଡି. ଜି.ଏମ କମ୍ବୁପାଣି ମିଶ୍ର, ସରପଂଚ ବୀଣା ପାଣି ସାହୁ, ରୀନା ସାହୁ, ଆଦର୍ଶ ବିଦ୍ୟାଳୟ ଅଧକ୍ଷ୍ ସଂକୀର୍ତ୍ତନ ବେହେରା, ଅଧ୍ୟକ୍ଷ ଲକ୍ଷ୍ମୀ କାନ୍ତ ବେହେରା ,ପ୍ରଧାନ ଶିକ୍ଷକ ଶାନ୍ତନୁ ମେହେର ,ଶେଷଦେବ ସାହୁ ,ବନ ସୁରକ୍ଷା ସମିତି ର ସଭାପତି ମାଧବ ସାହୁ , ଦୁର୍ଯୋଧନ କରମଦେବ ପ୍ରମୁଖ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା,ବୃକ୍ଷ୍ ରୋପଣ ଓ ତାର ଯତ୍ନ ,ବନ ମହୋତ୍ସଵ ର ଉଦେଶ୍ୟ ଉପରେ ସଚେତନତା ବାର୍ତ୍ତା ଦେଇ ବୃକ୍ଷ୍ ରୋପଣ କରି ଥିଲେ । ଏହି ମହୋତ୍ସଵ ତଥା ବୃକ୍ଷ୍ ରୋପଣ କାର୍ଯ୍ୟକ୍ରମ ରେ ବନପାଳ ରମେଶ ଚନ୍ଦ୍ର ବାଗ, ଯଶୋବନ୍ତ ପାତ୍ର, ଦୀପକ ସା, ଲବ ପଣ୍ଡା , ସମସ୍ତ ବନରକ୍ଷୀ ଓ କର୍ମଚାରୀ ପି. ଏନ.ଜି .ଓ ଗ୍ରାମ୍ୟ ବିକାଶ ସଙ୍ଗଠନ ର ଦଳପତି ଓ ବିକାଶ ଅଧିକାରୀ ସାହାର୍ଯ୍ୟ ସହଯୋଗ କରି ଥିବା ବେଳେ ଆମ ଜଙ୍ଗଲ ଯୋଜନା ର ଦକପତି ପ୍ରଦିପ କୁମାର ସାହୁ ପରିଚାଳନା କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଅପ୍ରତିଦ୍ବନ୍ଦି ନାୟକ ନବୀନ ପଟ୍ଟନାୟକ

ଏସ୍‌ଏଚ୍ ୬ କଦଳୀଘାଟି ରାସ୍ତାର ବିପଦସଂକୁଳ ଖାଲ ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହେଲା ଆଲୁମିନିୟମ ବୋଝେଇ କଣ୍ଟେନର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା    ମୁଁ ସମୟ

Sunil Chandra Nayak

Leave a Comment

error: Content is protected !!