ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ସାମ୍ବାଦିକ ସମନ୍ଵୟ ସମିତି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଜିଲ୍ଲା ସମନ୍ଵୟ ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି। ଏହି ଶିବିର କୁ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓସିଏ ଉପସଭାପତି ଭୈରବ ସାହୁ, ଅତିରିକ୍ତ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧକାରୀ ଡ଼ଃ.ଲଳିତ ମୋହନ ବିଶି, ସଞ୍ଜୟ ପୁରୋହିତ, କ୍ଷୀରୋଧ ପାଢ଼ୀ,ବିଜେପି ଯୁବ ସଭାପତି ଅଭିନନ୍ଦନ ପଣ୍ଡା ଯୋଗ ଦେଇ ରକ୍ତଦାନ କରିଛନ୍ତି। ମନିଜର ଆର୍ଯ୍ୟ, ଜିଲ୍ଲା ପ୍ରେସ କ୍ଲବ ଉପସଭାପତି ଡେନିଷ ରାୟ, ସୀମାଞ୍ଚଳ ପାଢ଼ୀ, ଆମୋଦ ଗୁରୁ, ସମନ୍ଵୟ ସମିତି ଆବାହକ ବିଜୟ କୁମାର ସହିସ, ଏନ୍ଡ଼ିୟୁଜେ ସଭାପତି ଶୁଶାନ୍ତ କର, ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଲୋକନାଥ ମହାପାତ୍ର,କୁମର ମଣି ମହାନନ୍ଦ, ଶିଶିର ଭୁଇଁୟା, ଦୀପକ ମିଶ୍ର,ରଞ୍ଜିତ ପଣ୍ଡା, ଜୟ ହୋତା, ପୁରୋହିତ ସୁନାନୀ, ରିଣ୍ଟୁ ପୁରୋହିତ ପ୍ରମୂଖ ଯୋଗ ଦେଇଥିଲେ। ଖବର ନେବା ପର୍ଯ୍ୟନ୍ତ ୧୦ ରୁ ଉର୍ଦ୍ଧ ପଏଣ୍ଟ ରକ୍ତ ସଂଗ୍ରହ ହୋଇଅଛି। ୫୦ ରୁ ଉର୍ଦ୍ଧ ପଏଣ୍ଟ ସଂଗ୍ରହ ଲକ୍ଷ ରହଅଛି।ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବ୍ଳକ କୁମାରକାନୀ ଯୁବକ ଦାଦନ ଯାଇ କେରଳରେ ମୃତ୍ୟୁ , ଗାଁକୁ ଶବ ଫେରୁଛି

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ସକାଳେ କଟକ ବଡ ଡାକ୍ତରଖାନା ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା

Sunil Chandra Nayak

କବିତା ସାହୁ   ଙ୍କ କବିତା ଫେରିଆ ସମୟ 

Sunil Chandra Nayak

Leave a Comment

error: Content is protected !!