ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିତ୍ୟାନନ୍ଦ ସରସ୍ବତୀ ଶିଶୁମନ୍ଦିର ନୂଆଗାଁର ବାଜିମାତ

ବାଲେଶ୍ଵର,୦୮/୭/୨୨- ଚଳିତ ବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳାଫଳରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ପଞ୍ଚାୟତର ନୂଆଗାଁ ମାର୍କେଟ ନିକଟରେ ଥିବା ନିତ୍ୟାନନ୍ଦ ସରସ୍ବତୀ ଶିଶୁମନ୍ଦିରର ପିଲାମାନେ ଶତ ପ୍ରତିଶତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହାକି ଶତକଡା 80% ରୁ ଅଧିକ ମାର୍କ ରଖି ରେକର୍ଡ କରିଛନ୍ତି । ଏଠାରେ ଅଧ୍ୟୟନ କରୁଥିବା 33 ଜଣ ପିଲା ମଧ୍ୟରୁ A1ଶ୍ରେଣୀ ରେ ୧୬ ଜଣ ପିଲା ଓ A2 ଶ୍ରେଣୀ ରେ ୧୭ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସସ୍ମିତା ନାୟକ ସର୍ବାଧିକ ୫୭୪ ନମ୍ବର ରଖି ସ୍କୁଲରେ ଟପ୍ପର ହୋଇଛନ୍ତି । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ର ଛାତ୍ରୀଙ୍କ ସମେତ ଅଭିଭାବକ ମାନେ ଖୁସି ମନାଇଛନ୍ତି । ଶିଶୁ ମନ୍ଦିରର ଏହିଭଳି ପରୀକ୍ଷା ଫଳ ବାଲିଆପାଳ ତଥା ବାଲେଶ୍ୱର ଜିଲ୍ଲା ପାଇଁ ମଧ୍ୟ ଗୌରବର ବିଷୟ ପାଲଟିଛି । ବାଲିଆପାଳ ବ୍ଲକର ଏକ ମାତ୍ର ଆବାସିକ ଶିଶୁ ମନ୍ଦିର ଯାହାକି ଏଠାରେ ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା, ଯୋଗ ଶିକ୍ଷା, ନିତୀ ଶିକ୍ଷା, ଆଧ୍ୟାତ୍ମିକ ଶିକ୍ଷା ଆଦି ସବୁ ପ୍ରକାରର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ବାଲେଶ୍ୱର ଜିଲ୍ଲାର ପ୍ରାୟ ପ୍ରତ୍ୟେକ ବ୍ଲକର ପିଲାମାନେ ଏଠାରେ ରହି ଅଧ୍ୟୟନ କରୁଛନ୍ତି । ଏଠାରେ ସବୁ ବର୍ଗର ପିଲାମାନଙ୍କ ପାଇଁ ଉନ୍ନତ ମାନର ଶିକ୍ଷାର ବ୍ୟବସ୍ଥା ରହିଛି । ସମଗ୍ର ଓଡିଶାରେ ପାସ ହାର ୯୦.୫୫ ପ୍ରତିଶତ ଥିବା ବେଳେ ଏହି ଶିଶୁ ମନ୍ଦିରରେ ତାହା ଶତ ପ୍ରତିଶତ ରହିଛି ଯାହାକି ଶିଶୁ ମନ୍ଦିର ପାଇଁ ଏହା ଗୌରବର ବିଷୟ ହୋଇଛି । ଗତ ୨୦୦୫ମସିହାରେ ଏହି ଅଂଚଳର ସ୍ବର୍ଗତ ନିତ୍ୟାନନ୍ଦ ବେହେରା, ସ୍ବର୍ଗତ କାର୍ତ୍ତିକ ପ୍ରସାଦ ଦାସ, ସ୍ବର୍ଗତ ନୀଳକଣ୍ଠ ପାଢ଼ୀ ଓ ସ୍ବର୍ଗତ ସେକ ଏସାକ ଆଦି ବୁଦ୍ଧିଜୀବୀ ମାନଙ୍କ ପ୍ରଚେଷ୍ଟାରେ ଏହି ଅନୁଷ୍ଠାନଟି ପ୍ରଥମେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରଙ୍କ ସ୍ୱୀକୃତି ଲାଭ ପାଇ ଆରମ୍ଭ ହୋଇଥିଲା, ପରେ ତାହା ସମ୍ପ୍ରସାରଣ ହୋଇ ୨୦୧୮ ମସିହାରେ ଛାତ୍ରଛାତ୍ରୀ ମାନେ ଦଶମ ଶ୍ରେଣୀ ପରୀକ୍ଷା ଦେବାପାଇଁ ସରକାରଙ୍କ ସ୍ୱୀକୃତି ଲାଭ କରିଥିଲା ଏହି ଶିଶୁ ମନ୍ଦିର । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପ୍ରଭାକର ବେହେରା ଛାତ୍ରଛାତ୍ରୀ ମାନଙ୍କର ଏକ ଉଜ୍ୱଳ ଭବିଷ୍ୟତ ଗଠନ କରିବାର ଲକ୍ଷ୍ୟ ନେଇ ଅନ୍ୟ ଗୁରୁଜୀ-ଗୁରୁମା ମାନଙ୍କ ସୁ ପରାମର୍ଶ ନେଇଥାନ୍ତି । ଶିକ୍ଷାର ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଉନ୍ନତ ମାନର ଶିକ୍ଷା ପ୍ରଦାନ ସହିତ ସ୍ବତନ୍ତ୍ର ପ୍ରକାର ଶୈଳୀ ଗ୍ରହଣ କରାଯିବ ବୋଲି ଶିଶୁ ମନ୍ଦିରର ସମ୍ପାଦକ ରଞ୍ଜନ କୁମାର ବେହେରା କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡକାୟତି ଭାବି ନିରୀହଙ୍କୁ ପିଟିବା ଘଟଣାରେ ୪ ଅଭିଯୁକ୍ତ ଗିରଫ

Sunil Chandra Nayak

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା ସପନ

Sunil Chandra Nayak

କୁସୁର୍ଲା ଅଙ୍ଗନୱାଡି କେନ୍ଦ୍ରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!