ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶାରୁ ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ବନ୍ଧା ପଡ଼ିଛନ୍ତି ଯୁବକ

ଜୟପାଟଣା:୧୭/୧୦ ଓଡିଶା ସରକାର ତାଙ୍କ ଶାଶନରେ ରାଜ୍ୟ ସମୃଦ୍ଧିଶାଳୀ ହୋଇଥିବା କଥା ଡିଣ୍ଡିମ ପିଟୁଥିବା ବେଳେ ତୃଣମୂଳ ସ୍ତରରେ ଜନସାଧାରଣ କାମଧନ୍ଦା ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ହନ୍ତସନ୍ତ ହେଉଛନ୍ତି । କାଳାହାଣ୍ଡି ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ଜିଲ୍ଲାର ଅଧିକାଂଶ ଯୁବପିଢି ବେରୋଜଗାର ହୋଇ ଦାଦନ ଖଟିବାକୁ ଯାଉଛନ୍ତି ସତ କିନ୍ତୁ ଫେରିବା ସମୟରେ କେହି କେହି ଶବ ହୋଇ ଫେରୁଛି ତ ଆଉ କିଏ ମାଲିକଙ୍କ ଠାରୁ ଅକଥନୀୟ ନିର୍ଯାତନାର ଶିକାର ହୋଇ ଖଟୁଥିବା ବେଳେ ଆଉ କେହି କେହି ନିଖୋଜ ମଧ୍ୟ ହେଉଛନ୍ତି । ଆଉ ଏହିଭଳି ଏକ ଦୁଃଖଦ ଖବର ଦେଖିବାକୁ ମିଳିଛି ଜୟପାଟଣା ଥାନା ଅନ୍ତର୍ଗତ, ରେଙ୍ଗାଲପାଲି ଗ୍ରାମରେ । ସୂଚନା ଅନୁଯାଇଏହି ଗ୍ରାମର ୫ଜଣ ଯୁବକ ଅର୍ଜୁନ ନାଗ,ଲିଙ୍ଗରାଜ ମାଝୀ, ପ୍ରେମଲାଲ ବାଣୁଆ,କୋକିଳ କଣ୍ଟା,ଦେବା ବାଣୁଆଙ୍କୁ ଲଡୁଗାଁର ଜଣେ ବ୍ୟକ୍ତି ସୁଦୂର ତେଲେଙ୍ଗାନାର ରାମପୁରମ ,ଥାନା ଇନ୍ଦୁଲବାଲିି ,ଜିଲ୍ଲା ନିଜାମାବାଦକୁ ନେଇ ଜଣେ ମାଲିକ ପାଖରେ ଜିମାଦେଇ ନିଜେ ଚମ୍ପଟ ମାରିଥିଲେ । ସେଠାରେ ସେଇ ମାଲିକ ଏହି ଯୁବକ ମାନଙ୍କୁ ଅକଥନୀୟ ଅତ୍ୟାଚାର କରି ମାରିପିଟି କାମ କରାଇବାରୁ ୩ଜଣ ଯୁବକ ଗତ ୭ ତାରିଖ ଦିନ ଅର୍ଜୁନ ନାଗ,ଲିଙ୍ଗରାଜ ମାଝୀ, ପ୍ରେମଲାଲ ମାଝୀ ଲୁଚି ପଳାଇ ଆସିବାରେ ସମର୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେବା ବାଣୁଆ ଏବଂ କୋକିଳ କଣ୍ଟା ଫସି ରହିଛନ୍ତି । ସେମାନଙ୍କର ମୋବାଇଲ ଗୁଡିକୁ ସେହି ମାଲିକ ଛଡେଇ ରଖିଥିବା ଜଣାପଡ଼ିଛି । ସଂପୃକ୍ତ ଯୁବକ ଦ୍ୱୟଙ୍କର ପରିବାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏ ସମ୍ୱନ୍ଧରେ ଆଜି ଜୟପାଟଣା ଥାନାର ଦ୍ୱାରସ୍ଥ ହୋଇ ଦୁହିଁଙ୍କୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଅନୁରୋଧ କରାଯାଇଥିବା ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି । ବିଭାଗୀୟ କତ୍ତୃପକ୍ଷ ଏଥିପ୍ରତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

ଜୟପାଟଣା, କାଳାହାଣ୍ଡି

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶରଧାବାଲି

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗଛ ଗଣ୍ଡି ପଡି ପରିବାର ବାସହରା

Sunil Chandra Nayak

କଳାହାଣ୍ଡି ରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ କମ୍ପାନୀର ଏସ୍ ସି/ ଏସ୍ ଟି ଛାତ୍ରୀ ମାନଙ୍କ ପାଇଁ ବୃହତ୍ ନିଯୁକ୍ତି ମେଳା

Sunil Chandra Nayak

Leave a Comment

error: Content is protected !!