ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁର ମାଁ ଗଜଲକ୍ଷ୍ମୀ ମଣ୍ଡପରୁ ଭସାଣୀ ପାଇଁ ବାହାରିଲେ ମାଁ ଗଜଲକ୍ଷ୍ମୀ

ନବରଙ୍ଗପୁର, ୧୭/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ରେଲି ସାହି ଠାରେ ମାଁ ଗଜଲକ୍ଷ୍ମୀ ପୂଜା ଭସାଣୀ କାର୍ଜ ମହା ସମରୋହରେ ସମ୍ପନ୍ନ ହୋଇଛି | ଏହି ଅବସରରେ ଗତ କାଲି ସନ୍ଧ୍ୟାରେ ମା ଗଜଲକ୍ଷ୍ମୀ ପୁଜା ପଉଥିବା ମଣ୍ଡପରୁ ଟ୍ରାକ୍ଟର ଉପରେ ବସାଇ ମହା ପଟୁଆରରେ ବାଜା ଵଜାଇ,ବାଣ ଫୁଟାଇ ଦୁଇଟି ଗାଡିରେ ଡିଜେ ଲଗାଇ ଡିଜେ ସ୍ଵରର ତାଳେ ତାଳେ ନାଚି ନାଚି ଡାବୁଗାଁ ସହରର ସମସ୍ତ ଗଳି କନ୍ଦି ପରିକ୍ରମା କରାଇ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଆଶିର୍ବାଦ ପ୍ରଦାନ କରି ଅଙ୍ଗି ନଦୀରେ ଭସାଣୀ କରାଇ ଥିଲେ। ରବିବାର ସକାଳୁ ମା ଙ୍କ ବିଭିନ୍ନ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇ ଗତ କାଲି ବିସର୍ଜନ କରାଇ ସନ୍ଧ୍ୟା ସମୟରେ ସହର ପରିକ୍ରମା କରାଇଥିଲେ |ବିସର୍ଜନର ପୁର୍ବ ଦିନ ଡାବୁଗାଁ ର ଜନ ସାଧାରଣ୍ ଙ୍କ ପାଇଁ ପୁଜା କମିଟି ସହଜୋଗରେ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ ।ଏଥିରେ ରଞ୍ଜିତ କୁମାର ଘରାଇ ଓ ଭଗବାନ ଖୁଣ୍ଟିଆ ପ୍ରମୁଖ କର୍ତ୍ତା ଭାବେ ଦାୟିତ୍ଵ ରେ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ଚୈତନ ଦାସ ମାଁ ଙ୍କ ପୂଜା କରିଥିବା ବେଳେ ଗୋବିନ୍ଦ ପଣ୍ଡା,ସମିର କର, ରମେଶ ଦାଶ ସହଜୋଗ କରିଥିଲେ | ଏଥିରେ ମା ଗଜଲକ୍ଷ୍ମୀ ପୂଜା କମିଟିର ଉପଦେଷ୍ଟା କେଶବ ରେଲି, ଜଗନ୍ନାଥ ରେଲି, ଲବ ରେଲି, ପାପନ୍ନା ରେଲି, ସୁରେନ୍ଦ୍ର ରେଲି, ଶୋଭା ରେଲି, ଗୋପୀ ରେଲି, ସୁଦର୍ଶନ ରେଲି, ଶଶୀ ରେଲି, ଜିତୁ ରେଲି,ତରଣି ରେଲି ଓ ଅନ୍ୟ ମାନେ ପରିଚାଳନା କରୁଛନ୍ତି | ଗତ କାଲି ୧୬ ତାରିଖ ରବିବାର ମାଁ ଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେଉ ଥିବା ବେଳେ ରେଲି ସାହିର ବହୁ ସଖ୍ୟାରେ ମା,ଭଉଣୀ ନାଚ୍ଚି ନାଚି ମା ଙ୍କୁ ମେଲାଣି ଦେଇଥିଲେ।।ଗେଟ୍ ଆକର୍ଷଣ ହୋଇ ଥିବା ବେଳେ ଆଲୋକମାଳା ଦର୍ଶକମାନଙ୍କ ମନ ମୋହୁଥିବା ଦେଖିବାକୁ ମିଳିଥିଲା।ମା ଙ୍କ ଆଗମନରେ ଡାବୁଗାଁ ସହର ଚଳ ଚଞ୍ଚଳ ହୋଇ ଉଠି ଥିବାବେଳେ ମା ଙ୍କ ଭସାଣି ପରେ ମଣ୍ଡପ୍ ଖଲି ପଡି ରହିଛି।

ନବରଙ୍ଗପୁର ଜିଲାରୁ ନାରାୟଣ୍ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ପିଇବା ପାଣି ପାଇଁ ଲୋକେ ଡହକ ବିକଳ

Sunil Chandra Nayak

ବିଷାକ୍ତ ମହୁଲଫାସ ଖାଇ ଗାଈ ଗୋରୁ ରୁଗ୍ଣ , ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

କୌଶଲ୍ୟା ଦୀପ ନୂଆପଡା ଜିଲ୍ଲା ଭାଇସ ପ୍ରେସିଡେଣ୍ଟ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!