ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେନରା ଗ୍ରାମପଞ୍ଚାୟତ – ୧୦ଗୋଟି ଗଠିତ  ଯୁବକ ସଂଘ ମଧ୍ୟରୁ ମାତ୍ର ତିନୋଟି ଯୁବକ ସଂଘ  ପାଳିଲେ ବନମହୋତ୍ସବ 

ନବରଙ୍ଗପୁର୍– ବେନରା ଗ୍ରାମପଞ୍ଚାୟତ ରେ ୧୦ଗୋଟି ଯୁବକ ସଂଘ ଗଠିତ ହୋଇଛି।ହେଲେ ସେଥିମଧ୍ୟରୁ ତିନୋଟି ଯୁବକ ସଂଘର କର୍ମ କର୍ତ୍ତା ଏବର୍ଷ ପାଳିଲେ ବନମହୋତ୍ସବ। ଏହି ଅବସରରେ ମୁଖ୍ୟ ଅତିଥି ଉମରକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ଯୋଗଦେଇଥିଲେ ।ସେହି ବୃକ୍ଷ ର ରକ୍ଷଣା ବେକ୍ଷଣ ଦାଇତ୍ୱ,ଯୁବକ ସଂଘର କର୍ମକର୍ତା ଓ ଗ୍ରାମବାସୀ ମାନଙ୍କୁ ଦେଇଥିଲେ। ଉମରକୋଟ ରେଞ୍ଜର ପୂର୍ଣ୍ଣ ଚନ୍ଦ୍ର ନାୟକ ଚାରା ଯୋଗାଇଦେଇଥିବା ବେଳେ ଉକ୍ତ ବୃକ୍ଷର ମୂଳରୁ ଘାସ ଚାଞ୍ଛି ବୃକ୍ଷକୁ କଣ୍ଟା ବାଡ଼ରେ ଆବୃତ କରିଛନ୍ତି,ଯେପରି ଗାଇ ଗୋରୁ ମାନଙ୍କ ଦ୍ଵାରା ନଷ୍ଟ ନ ହେବ।ଏପରି କାର୍ଯ୍ୟ ପ୍ରକୃତିବନ୍ଧୁ କୈଳାଶ ଚନ୍ଦ୍ର ବେହେରା ସମ୍ପୂର୍ଣ୍ଣରୁପେ ସଙ୍ଘ ଗଠନ ଓ ତାର ପରିଚାଳନା କରିବା ଦୟିତ୍ଵ ନେଇ ଥିବା ବେଳେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟ କରିବାକୁ ଯୁବକମାନଙ୍କ ମଧ୍ୟରେ ସଚେତନ ସ୍ତୁଷ୍ଟି କରିପାରିଛନ୍ତି। ଆଗାମୀ ଦିନରେ ଅନେକ ସାମାଜିକ କାର୍ଯ୍ୟ ଯୁବକମାନଙ୍କୁ ନେଇ ସଚେତନ କରା ଯିବ, ବର୍ତମାନ ସ୍ଥିତିରେ ଦୁଇଟି ଯୁବକସଂଘ ଯଥା ବାବାଭୈରବ ଯୁବକ ସଂଘ, ଶଙ୍କରଡ଼ା ଓ ସହିଦ ଲଖ୍ମଣ ନାୟକ ଯୁବକ ସଂଘ, କାର୍ଲିପଦର ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଆଗାମୀ ଦିନରେ ଅନେକ କାର୍ଯ୍ୟ ଯୁବକମାନଙ୍କୁ ନେଇ କରିହେବ ବୋଲି ପରିବେଶ ବିତ ଶ୍ରୀଯୁକ୍ତ ବେହେରା ମତ ପ୍ରକାଶ କରିଛନ୍ତି।ଉକ୍ତ କାର୍ଜ୍ୟକ୍ରମରେ ସଭାପତି ରମେଶ ଭତ୍ରା,ଉପ ସଭାପତି-ଶଙ୍କର ଭତ୍ରା,ସମ୍ପାଦକ ଖଗପତି ଭତ୍ରା,କୋଷାଧକ୍ଷ ତରୁଣ୍ ଭତ୍ରା,ସହ ସମ୍ପାଦକ ଜେଜେନ୍ଦ୍ର ଶବର,ପରାମର୍ଶ ଦାତା ଅଭିରାମ ଭତ୍ରା,ଶିବ ଭତ୍ରା,ସୁକଚନ୍ଦ୍ର ଭତ୍ରା, ଗିରିଶ ଭତ୍ରା,ସମସ୍ତ ମେମ୍ବର ଓ ଗ୍ରାମର ଲୋକ ମାନଙ୍କ ମଧ୍ୟରୁ ରାଇବାରୁ ଭତ୍ରା,ରମେଶ୍ଵର ଭତ୍ରା,ଉଦ୍ରାରନ ଭତ୍ରା,ମଙ୍ଗଳୁ ଭତ୍ରା,ପିତମ୍ବର ଭତ୍ରା ପ୍ରମୁଖାଙ୍କ ସହ ୪୦ଜଣରୁ ଉର୍ଧ ଲୋକେ ସହଯୋଗ କରି ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଆଲୋକର ପର୍ବ ଦୀପାବଳି: ଡାବୁଗାଁ କନ୍ୟାଶ୍ରମରେ ପାଳିଲେ ଅନ୍ତେବାସୀ ଛାତ୍ରୀ ଦୀପାବଳି

Sunil Chandra Nayak

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସାଧୁତା ର ଶପଥ ପାଠ।

Sunil Chandra Nayak

କେନ୍ଦ୍ର ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି.. ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ସମସ୍ତ କିନ୍ନରଙ୍କୁ ମିଳିବ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା

Sunil Chandra Nayak

Leave a Comment

error: Content is protected !!