ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ଜମି ମାଫିଆ ଙ୍କ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅହେତୁକ ଅନୁକମ୍ପା କାହିଁକି !

କଳାହାଣ୍ଡି ଜିଲ୍ଲା ର ପୁରାତନ ଗଡଜାତ ନଗରୀ ଜୁନାଗଡ ବାଣିଜ୍ୟିକ କ୍ଷେତ୍ରରେ ଜିଲ୍ଲାର ପ୍ରମୁଖ ଭୂମିକା ନେଇଥାଏ । ଏହି ପୁରାତନ ସହରର ଆଖ ପାଖ ଅଞ୍ଚଳରେ ଥିବା ସରକାରୀ ଜମି ସବୁ କୁ ବିଭାଗୀୟ କର୍ତ୍ତୃପକ୍ଷ ସୁରକ୍ଷା ଦେବାରେ ବିଫଳ ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଜାତୀୟ ରାଜପଥ ୨୬ ପାର୍ଶ୍ବରେ ଥିବା ଅନେକ ସରକାରୀ ଅନାବାଦୀ ଜମି ଗୁଡ଼ିକ ଦେଖିଲେ ସହଜେ ଅନୁମେୟ । ସେସବୁକୁ ବର୍ତ୍ତମାନର ତହସିଲଦାରଙ୍କ ଜ୍ଞାତ ସାରରେ ହିଁ ଜବର ଦଖଲ କରାଯାଉଥିବା ଚର୍ଚ୍ଚା ହେଉଛି । ପୂର୍ବ ତହସିଲଦାର ମାନେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସରକାରୀ ଜମିକୁ ସୁରକ୍ଷା ଦେବାକୁ ତାର ବାଡ ଦେଇ ସୁରକ୍ଷିତ ବ୍ୟବସ୍ଥା କରିଥିବା ବେଳେ ସେସବୁ ଏବେ ଜମି ମାଫିଆ ମାନଙ୍କ କବଳରେ କ୍ରମଶଃ ଧିରେ ଧିରେ ଜବର ଦଖଳ ହେବାରେ ଲାଗିଛି । ଜୁନାଗଡ ଡାକଘର ପାଖ ପୁରୁଣା ବସଷ୍ଟାଣ୍ଡ ଠାରୁ ପଶ୍ଚିମ ଦିଗକୁ ଏନ ଏଚ ଉପରେ ଅଳ୍ପ ଦୂରରେ ବାମ ପାର୍ଶ୍ବରେ ଥିବା ସରକାରୀ ଅନାବାଦି ଜମି ଜୁନାଗଡ ନଜୁଲ ସିଟ ନଂ-୧ ଅନ୍ତର୍ଗତ ପ୍ଲଟ ନଂ ୧୨୯୭ କିମ୍ବା ୧୨୯୮ ଜମି ଉପରେ ନବେ ଦଶକରେ ଏକ ଜଗନ୍ନାଥ ମନ୍ଦିର ଥିଲା । ସରକାରୀ ଜମି ଉପରେ ଥିବା ହେତୁ ତତ୍କାଳୀନ ତହସିଲଦାର/ ଉପଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ଉକ୍ତ ଜଗନ୍ନାଥ ମନ୍ଦିର କୁ ଭଙ୍ଗାଇ ଦେଇଥିଲେ । ମନ୍ଦିର ଭଙ୍ଗା ଘଟଣାରେ ପୋଲିସ କେସ ମଧ୍ୟ ଥିବାର ଜଣାପଡିଛି । ଉକ୍ତ ଜମି ଉପରେ ଭୂମିହୀନ ମାନେ ଘର କରି ରହୁଥିବାର ଦେଖା ଯାଉଥିଲା । ଅଭିଯୋଗ ଅନୁଯାୟୀ ସେହି ଜମି ର ପାର୍ଶ୍ବରେ ଅର୍ଥାତ ଦକ୍ଷିଣ ରେ ଜୁନାଗଡ ସିଟ ନଂ ୪ ରେ ଥିବା ପ୍ଳଟ ନଂ ୧୨୪୦ ର କେତେକ ଜମିକୁ ଜମି ମାଫିଆ ମାନେ ଅଳ୍ପ ମୂଲ୍ୟରେ କିଣି ଥିବା ବେଳେ ସେହି ଜମି ସହ ଜାତୀୟ ରାଜପଥ ର ସଂଯୋଗୀକରଣ ରାସ୍ତା ନ ଥିବା ହେତୁ ସେହି ଜମି ମୂଲ୍ୟ ହିନ ହୋଇ ଯାଇ ଥିବା କାରଣରୁ ଜମି ମଫିଆ ମାନେ ପାର୍ଶ୍ୱସ୍ଥ ସରକାରୀ ଅନାବାଦି ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଜବର ଦାଖଲକାରୀ ଠାରୁ ଚଢା ମୂଲ୍ୟରେ ଆପୋଷି ଭାବରେ କିଣି ଉକ୍ତ ଘରକୁ ଭାଙ୍ଗି ଦେବାପରେ ଭିତରେ ଥିବା ପ୍ରାଇଭେଟ ଜମିକୁ ସିଧା ସଳଖ ରାସ୍ତା କରି ପ୍ଳଟ ନଂ ୧୨୪୦ ର ବଜାର ମୂଲ୍ୟ ବଢାଇ ଚଢା ମୂଲ୍ୟରେ ବିକ୍ରି କରିବାର ଯୋଜନା କରୁଥିବା ଦେଖା ଯାଇଛି । ସେଥିପାଇଁ ଜୁନାଗଡ ସହର ଉପକଣ୍ଠ ବନମାଳୀପୁର ପାଖ ପରୁଆଭାଡି ଜଙ୍ଗଲ ରୁ ରାତି ଆଧିଆ ମାଟି ବୁହା ଯାଇ ପ୍ଳଟ ନଂ ୧୨୪୦ ଉପରେ ପକାଇ ଘର ଉପଯୋଗି କରୁଥିବା ଦେଖା ଯାଉଛି । ଏଠାରେ କୁହା ଯାଇପାରେ ଯେ ଯଦିଓ ରାଜପଥ ପାର୍ଶ୍ୱସ୍ଥ ଉକ୍ତ ଜମି କୁ ଅକ୍ତିଆର କରାଯାଇ ନ ଥିଲେ ଭିତରେ ଥିବା ପ୍ରାଇଭେଟ୍ ଜମିର ବଜାର ମୂଲ୍ୟ ନଗଣ୍ୟ ଏବଂ ଉକ୍ତ ସରକାରୀ ଅନବାଦି ଜମିକୁ ଜବର ଦାଖଲ କରି ରାସ୍ତା କଲେ ହିଁ ଭିତରେ ଥିବା ଜମିର ବଜାର ମୂଲ୍ୟ ବହୁ ଗୁଣରେ ବଢି ଯାଉଛି । ହୁଏତ ସରକାରୀ ଜମି ୧୦ କିମ୍ବା ୨୦ ଡିଶିମିଲ ହୋଇଥାଇପାରେ କିନ୍ତୁ ସେଠାରେ ସର୍ବ ସାଧାରଣ ଙ୍କ ପାଇଁ ଥିବା ମନ୍ଦିର ଥିବା ବେଳେ ତାହା ଅତୀତରେ ଭଙ୍ଗା ଯାଇଥିଲା । ବର୍ତ୍ତମାନ ସେହି ଜମିକୁ ମଫିଆ ମାନେ ଜବର ଦଖଲ କରି ସେହି ଜମି ମାଧ୍ୟମରେ କୋଟି କୋଟି ଟଙ୍କା ଆୟ କରିବାର ଯୋଜନା କରୁଥିବା ଆଲୋଚନା ହେଉଛି । ଏହି କାରବାର ରେ ତହସିଲଦାର ନୀରବ ଦ୍ରଷ୍ଟା ହୋଇଥିବାରୁ ନିଶ୍ଚିତ ଭାବରେ ସେହି ଜମି ଜବର ଦାଖଲ ସାଙ୍ଗକୁ ଶହ ଶହ ଟ୍ରକ/ ହାଇବା ମାଧ୍ୟମରେ ମାଟି ପକାଯାଉଥିଲେ ହେ ତହସିଲଦାର କାହିକି ନୀରବ ରେ ବସିଛନ୍ତି ତାହା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ଏପରିକି ପୋଲିସ ତଥା ପ୍ରଶାସନ କୁ ମଧ୍ୟ ଚୁପ କରାଯିବାର ବ୍ୟବସ୍ଥା କରାଯାଇଥିବାର ମଧ୍ୟ ଆଲୋଚନା ହେଉଛି । ଏହା ଯଦି ସତ୍ୟ ହୋଇଥାଏ ତେବେ ନିଶ୍ଚିତ ଭାବେ ସାଙ୍ଘାତିକ । ଯେଉଁମାନେ ଏହି ବିଷୟକୁ ଉତ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରୁ ଚାପ ପ୍ରୟୋଗ କରି ଦବାଇ ଦିଆଯାଉଥିବା ଅଭିଯୋଗ ହେଉଛି । ରାସ୍ତା ପଛପଟେ ଥିବା ମହାଜନି ଜମିକୁ କିଣି ସେହି ଜମି ସହ ରାଜପଥକୁ ସଂଯୋଗି କରଣ ରାସ୍ତା ପାଇଁ ସରକାରୀ ଅନାବାଦି ଜମିକୁ ଜବର ଦଖଲ କରି ସଂଯୋଗ ରାସ୍ତା କରିବା ପରେ ସେହି ମହାଜନି ଜମି ରେ ମାଟି ପକାଇ ଘର ଉପଯୋଗୀ କରାଯାଇ କୋଟି କୋଟି ଟଙ୍କାରେ ବିକ୍ରି କରାଯିବାର ଯୋଜନା ପ୍ରସ୍ତ୍ରୁତ କରାଯାଇଥିବା ଆଲୋଚନା ହେଉଛି । ଏସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସରକାରୀ ଜମିର ସୁରକ୍ଷା କରାଯିବା ସହିତ ବିଭାଗୀୟ ଉଦାସୀନତା ପାଇଁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବୀ ହେଉଛି ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ଡେପୁଟି ରେଞ୍ଜର ନର୍ଥ ଡିଭିଜନ  ଙ୍କଠାରୁ ଭିଜିଲାନ୍ସ 1,50ଲକ୍ଷ ଟଙ୍କା ଜବତ କଲା

masiha

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା କବି

ଚର୍ଚ୍ଚା ରେ ସରପଞ୍ଚ ପ୍ରାର୍ଥୀ ଭାଗିରଥୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort