ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହୁରି ପରିବାରର ଶାରଦୀୟ ମହାମିଳନ

ଭବାନୀପାଟଣା, ତା.୦୮.୧୦.୨୦୨୨-( ମ ନି ସ) କଳାହାଣ୍ଡିରୁ ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘କଳାହାଣ୍ଡି କବିତା ଆନ୍ଦୋଳନର ଏକ ଶାଶ୍ୱତ ସ୍ପନ୍ଦନ ମହୁରି’ ପରିବାରର ଏକ ଭେଟଘାଟ ପର୍ବ ମା’ ମାଣିକେଶ୍ୱରୀଙ୍କ ପୀଠରେ ଗତ କାଲି ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ୧୪ ବର୍ଷ ଧରି ନିୟମିତ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ‘ମହୁରି’ ଏକ କବିତା ଆନ୍ଦୋଳନରୁ ଗତ ୨୦୦୭ ମସିହା, ମକର ସଂକ୍ରାନ୍ତିରେ ଭବାନୀପାଟଣାରେ ଜନ୍ମ ନେଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ବ୍ୟାପକ କରିବା ନିମନ୍ତେ ମହୁରିର ସଭାପତି ତଥା କବି ଭବାନୀଶଙ୍କର ନିଆଲ ଏକ କବିତା ପତ୍ରିକାର ପରିକଳ୍ପନା କରିଥିଲେ । ଉକ୍ତ କବିତା ପତ୍ରିକା ୨୦୦୮ ମସିହା ପୂଜା ସଂଖ୍ୟା ଭାବେ ଆତ୍ମପ୍ରକାଶ କଲା । ଏହି ପତ୍ରିକାର ସଂପାଦନା ଓ ପରିକଳ୍ପନା ଏତେ ସୁଦୃଢ଼ ଥିଲା ଯେ ଖ୍ୟାତନାମା କବି ଜୟନ୍ତ ମହାପାତ୍ରଙ୍କ ଶୁଭାଶିଷ ତଥା ଆର୍ଥିକ ସହଯୋଗ ପାଇ ପାରିଥିଲା । ସେହିପରି ଓଡ଼ିଶାର ପୁରପଲ୍ଲୀରୁ ଶହଶହ କବି ଲେଖକଙ୍କ ପତ୍ରଜନିତ ଅନୁରୋଧ ପରେ ଏହାକୁ ଏକ ଷାଣମାସିକ ସାହିତ୍ୟ ପତ୍ରିକା ଭାବେ ଜାନୁଆରୀ ୨୦୦୯ରୁ ନିୟମିତ ଆତ୍ମ ପ୍ରକାଶ କରି ଆସୁଛି । ଏଥିରେ ସାହିତ୍ୟର ସମସ୍ତ ବିଭାଗକୁ ସନ୍ନିବେଶିତ କରାଯାଉଛି । ଏହି ପତ୍ରିକା ସହ କଳାହାଣ୍ଡିର ସମସ୍ତ ବୁଦ୍ଧିଜୀବୀ ଅଳ୍ପ ବହୁତେ ସଂଶ୍ଲିଷ୍ଟ । ସମସ୍ତଙ୍କର ଆନ୍ତରିକ ସହଯୋଗ ଫଳରେ କଳହାଣ୍ଡିରୁ ପ୍ରକାଶ ପାଉଥିବା ଏହି ସାହିତ୍ୟ ପତ୍ରିକାଟି ରାଜ୍ୟର ପ୍ରମୁଖ ସାହିତ୍ୟ ପତ୍ରିକା ଭାବେ ଗତ ଏକ ଦଶନ୍ଧି ଧରି ପରିଗଣିତ ହେଉଛି ।  ୨୦୨୨ ମସିହାର ଶାରଦୀୟ ବିଶେଷାଙ୍କ ମା’ ମାଣିକେଶ୍ୱରୀଙ୍କ ଠାରେ ସମର୍ପଣ କରିବା ଉଦ୍ଦେଶ୍ୟରେ ମହୁରି ପରିବାର ସଦସ୍ୟ ଗଣ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଗତ ଶୁକ୍ରବାର ସନ୍ଧ୍ୟାରେ ଏକତ୍ରତ ହୋଇଥିଲେ । ମହୁରିର ଉପଦେଷ୍ଟା ତଥା ଭବାନୀପାଟଣା ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ଭବାନୀପାଟଣା ପୌରପାଳିକା ନିର୍ବାହୀ ଅଧିକାରୀ ବଳୟ ଦେହୁରି, କବି ସକିତ ରତେ, କବି ଡ. ତପନ କୁମାର ରଥ, ବିରଂଚି ନାରାୟଣ ମୁଣ୍ଡ, ସଂହିତା ରଥ, ସଂଜୀବ ପଣ୍ଡା, ସୁଧିର ସାହୁ, ଅନୂସୟା ସାହୁ, ମଧୁସ୍ମିତା ବାଗ,ଜ୍ୟୋତ୍ସ୍ନାମୟୀ ନିଆଲ, ଆବର୍ତ୍ତୀ ନିଆଲ,ସଚିନ ଜୈନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପରିବାରର ମୁଖ୍ୟ ଶ୍ରୀମତୀ ବେହେରା ମହୁରିକୁ ଅଧିକ ପାଠକ ପ୍ରିୟ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ସଂପାଦନା ମଣ୍ଡଳୀଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ କରିଥିଲେ ମହୁରିର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ ଓ ଧନ୍ୟବାଦ ଅର୍ପଣ କରିଥିଲେ ସଂପାଦକ ସୁକାନ୍ତ ସାହୁ ।

Related posts

ପଥଭ୍ରଷ୍ଟ ହେଉଛି ମହିଳା ଓ ଶିଶୁ ବିକାଶ ବିଭାଗ – ମଣିଷ ପାଇଁ ଉଦ୍ଦିଷ୍ଟ ଛତୁଆ ପଶୁଙ୍କର ଆହାର ହୋଇଛି 

Sunil Chandra Nayak

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା/କହିବି

Sunil Chandra Nayak

ଧୁଳିଗୁଣ୍ଡ ରେ ଅତିଷ୍ଠ କିକିଆ ଗ୍ରାମବାସୀ

Leave a Comment

error: Content is protected !!