ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟ ଙ୍କ କଳାକାରନାମା

୩୯ ଲକ୍ଷରୁ ଅଧିକ ଟଙ୍କା ହେରଫେର କରି ଫେରାର

କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟ ଙ୍କ କଳାକାରନାମା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡପ କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ବିଇଓ ଠାକୁର ସାହୁ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।

ଅନ୍ୟପକ୍ଷେ, ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ଅଫିସରେ ସ୍କୁଟି ରଖି ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ, ମହିଳା ଜଣକ ଭବାନୀପାଟଣା ବିଇଓ ଅଫିସରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର। ସେ ଜଣେ ଅସ୍ଥାୟୀ କର୍ମଚାରୀ। ଏକ୍ସକ୍ୟାଡର ଶିକ୍ଷକଙ୍କ ଦରମା ପିଏଫଏମ୍‌ଏସ୍‌ ଜରିଆରେ ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ୩୯ଲକ୍ଷ ୩୦ହଜାର ୪୬୮ ଟଙ୍କା ଟ୍ରାନ୍ସଫର କରି ହଡପ କରିଥିବା ନେଇ ସ୍ଥାନୀୟ ବିଇଓ ଭବାନୀପାଟଣା ଟାଉନଥାନାରେ ଅଭିଯୋଗ କରିଛନ୍ତି।

ଭବାନୀପାଟଣା ସଦର ବ୍ଲକରେ ୧୭୧ ଏକ୍ସକ୍ୟାଡର ଶିକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ଜଣ ଓଟିଇଟି ପାସ କରିଥିବାରୁ ମାସକୁ ୩୬ ହଜାର ୬୪ ଟଙ୍କା ଦରମା ଓ ୧୫୦ ଜଣ ଶିକ୍ଷକ ଓଟିଇଟି ପାସ କରି ନ ଥିବା ଯୋଗୁ ମାସକୁ ୩୩ ହଜାର ୨୦ଟଙ୍କା ଦରମା ପାଇଥାନ୍ତି। ଗତ ସେପ୍ଟେମ୍ବର ମାସର ସମୁଦାୟ ୫୭ ଲକ୍ଷ ୧୦ ହଜାର ୩୪୪ ଟଙ୍କା ଦରମା ବକେୟା ରହିଥିଲା। ୯ଜଣ ଶିକ୍ଷକ ଅଫିସକୁ ଆସି ଦରମା ପାଇଁ ଅଡି ବସିବା ପରେ ସେମାନଙ୍କୁ ଚେକ୍‌ ମାଧ୍ୟମରେ ୩ ଲକ୍ଷ ୧ ହଜାର ୨୨୪ ଟଙ୍କା ଦରମା ପ୍ରଦାନ କରାଯାଇଥିଲା।

ଅନ୍ୟପକ୍ଷେ, ପିଏଫ୍‌ଏମ୍‌ଏସ୍‌ ଜରିଆରେ ଦରମା ନ ଦେଇ ଚେକ ମାଧ୍ୟମରେ ଟଙ୍କା ପ୍ରଦାନ କରିବା ଘଟଣା ତଦନ୍ତ ସାପେକ୍ଷ। ଏତେ ବଡ କେଳେଙ୍କାରୀ ପରେ ବିଇଓ କାର୍ଯ୍ୟାଳୟର ଅଧିକାରୀ କିଭଳି ଜାଣିପାରିଲେ ନାହିଁ ତା’କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହିଳା କର୍ମଚାରୀ ଶୁଚିସ୍ମିତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ମାତ୍ର ୭୯ ହଜାର ଟଙ୍କା ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଟାଉନଥାନା ପକ୍ଷରୁ ଏ ନେଇ ଏକ ମାମଲା(ନଂ.୪୩୧/୨୨) ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରଦୀପ ଧରୁଆ ସୂଚନା ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

Sunil Chandra Nayak

ସରକାରୀ ଆବସ ଗୃହ କାହା ପାଇଁ ? ମୁରା ଗଉଡ଼ ଘରଖଣ୍ଡିକ ପାଇଁ ନୟାନ୍ତ

ଗାନ୍ଧୀବାଦୀ ନାରାୟଣ ଦାସଙ୍କ ବ୍ୟକ୍ତିତ୍ବ ଅମ୍ଳାନ ଓ ଚିରସ୍ମରଣୀୟ

Leave a Comment

error: Content is protected !!