ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନାବେଡା ସରପଞ୍ଚ ଭୋଟ ଗଣତି ରେ ଅନିମିୟତା ହୋଇଥିବା ଅଭିଯୋଗ

 ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଚନାବେଡା ସରପଞ୍ଚ ଭୋଟ ଗଣତି ରେ ଅନିମିୟତା ହୋଇଥିବା ଅଭଯୋଗ, ସରପଞ୍ଚ ପ୍ରାର୍ଥୀନୀ ଜୟନ୍ତୀ ସୁନାନୀ ପ୍ରଶାସନ ଦ୍ବାରସ୍ତ ହୋଇଛନ୍ତି। ଚନାବେଡା ଗ୍ରାମପଂଚାୟତ ପ୍ରାର୍ଥୀ ରୂପେ ଦୁଇ ଜଣ ପ୍ରାର୍ଥୀ ପ୍ରତୀନ୍ଦ୍ବନ୍ଦିତା କରୁଥିଲେ। ମଥାମଣି ତାଣ୍ଡି ଏବଂ ଜୟନ୍ତୀ ସୁନାନୀ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଜୟନ୍ତୀ ସୁନାନୀ ୭୨୬ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ନିକଟତମ ପ୍ରାର୍ଥୀ ମଥାମଣି ତାଣ୍ଡି ୭୨୫ ଭୋଟ ପାଇଥିଲେ। ଫଲାଫଳ ଘୋଷଣା ପରେ ପୁନଃ ଗଣତି ହୋଇଥିଲା। ଜୟନ୍ତୀ ସୁନାନୀ ର ୪ ଗୋଟି ଭୋଟ ନାକଚ ହୋଇ ତାଙ୍କର ୭୨୨ ଭୋଟ ଥିବା ବେଳେ ମଥାମଣି ତାଣ୍ଡି ଙ୍କ ଗୋଟିଏ ଭୋଟ ନାକଚ ହୋଇ ତାଙ୍କ ୭୨୪ ଭୋଟ ହୋଇଅଛି। ଏଭଳି ଅନିୟମିତତା ଅଭିଯୋଗ କୁ ଭିତ୍ତି କରି ପୁନଃ ନିରପେକ୍ଷ ଗଣତି ହେବ ବୋଲି ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ପ୍ରତିଶ୍ରୁତି ଦେଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

କୋକସରା ତହସିଲ ର ୪ କ୍ରସର ରୁ ୪୨ ଲକ୍ଷ ଟଙ୍କା ଫାଇନ ଆଦାୟ

Sunil Chandra Nayak

ଭୂବନ ରେ ପ୍ରସିଦ୍ଧ ବଳଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!