ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମାହାପାତ୍ର ଙ୍କ କବିତା ଦୁଃଖ ସୁଖ

    ଦୁଃଖ ସୁଖ

ଜୀବନରେ କେତେ ଆଲୁଅ
ଅନ୍ଧାର
ପାରିବାନି ଆମେ କହି
ଆଲୁଅ ଅଟଇ କ୍ଷଣିକ
ମାତର
ଅନ୍ଧାରତ ସରେନାହିଁ !
ଆଲୁଅଟା ପରା ଲିଭି ଗଲା ପରେ
ଅନ୍ଧାର ଆସଇ ଯେବେ
ଦୁଃଖମାଦିଆସେ ପାହାଡ଼
ସମାନ
ସୁଖ ସରିଯାଏ ବେଗେ !
ଆଣିଥାଏ ସୁଖ ସରସତା
ମନେ
ଦୁଃଖ ଆଣେ ବିଫଳତା
ଜାବୁଡି ଧରଇ ସବୁବେଳେ
ଦୁଃଖ
ହଜିଯାଏ ସରସତା !
ଦୁଃଖ ସୁଖ ଯେତେ ଅନ୍ଧାର
ଆଲୁଅ
ସବୁଏ ମଣିଷ ପାଇଁ !
ସୁଖର ସୁଆଦ ଚାଖିନାହିଁ
କେହି
ଦୁଃଖ ଯଦି ପାଇନାହିଁ !

ମଧୁସୂଦନ ମାହାପାତ୍ର

ନୀଳାଦ୍ରି ବିହାର ଝୁମ୍ପାଣ
ନଗୁଆ. ଯାଜପୁର

Related posts

ଦେଶୀ ବନ୍ଧୁକ ମରାମତି ବେଳେ ଗୁଳି ଫୁଟି,5ଆହତ 

Sunil Chandra Nayak

ବୁଢ଼ାରଜା ଦଶରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଶ୍ରୀକାନ୍ତ ପଣ୍ଡା ଙ୍କ କବିତା ହସୁଛି ଲୋ କଳାଚାନ୍ଦ

Sunil Chandra Nayak

Leave a Comment

error: Content is protected !!