ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 ମାନଗୋବିନ୍ଦ ସ୍ବାଇଁ

କାର୍ତ୍ତିକ ସ୍ନାହାନ ମନ୍ଦିର ଦର୍ଶନ
   ପୁଣ୍ୟ ଫଳ ପ୍ରାପ୍ତି ମାସ
ଦାନ ଧର୍ମ କଲେ ପୁଣ୍ୟ ପ୍ରାପ୍ତି ହୁଏ
   ଗ୍ରହ ଦୋଷ ହୁଏ ଶେଷ।
ଭଜନ କୀର୍ତ୍ତନ ହରି ନାମ କଲେ
    ଶୁଦ୍ଧ ପ୍ରାପ୍ତି ମୋ ଜୀବନ
ବେଲ ପତ୍ର ଥଣ୍ଡା ପାଦୁକା ପାଇଲେ
   ପାପ ହୁଏ ମୋ ଉଭାନ।
କିଛି ନ ଗାଇଲେ ଖାଲି ବସି ଶୁଣ
    ମନକୁ କର ପବିତ୍ର
ଶୁଦ୍ଧ ହବ ମନ ଦେହ ପାଗ ସବୁ
   ଯାତ୍ରା ହବ ମୋ ସ୍ବତନ୍ତ୍ର।
ପ୍ରଭୁଙ୍କ ଡାକରା ଗମନ ମଥୁରା
   ଶୁଭ ହବ ମୋ ଯାତ୍ରା
ସଂସାର ଧରିକି ପ୍ରଭୁ ନାମ ସ୍ମରି
    ଯିବି ମୁ ଏବେ ମଥୁରା।
ଚାରି ଧାମ ଯାଇ ଭ୍ରମଣ କରିଲେ
   ଜୀବନର ସୁଖ ଶାନ୍ତି
ଦର୍ଶନ ଜଣାଣ କରୁଥିଲେ ନିତି
    ମିଳିବ ଈଶ୍ୱର ଭକ୍ତି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ପକ୍ଷରୁ ଅଷ୍ଟାଦଶ କବିତା ଆସର

Sunil Chandra Nayak

ପଛୁଆ ବର୍ଗ ଙ୍କ ପାଇଁ ଶିକ୍ଷା ଓ ବୃତ୍ତି ରେ ୨୭ ପ୍ରତିଶତ ସଂରକ୍ଷଣ ଦାବୀ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସମ୍ଭାବନା

Sunil Chandra Nayak

Leave a Comment

error: Content is protected !!