ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ବୟସ ହୋଇଲା ଶୀତର ଚାଦର
   ଘୋଡାଇ ଦିଅ ହେ ମୋତେ
ଦେଉଳ ଦାଣ୍ଡରେ ବସି ରହିଥିବି
      ଜପୁଥିବି ଜଗନ୍ନାଥେ।
ଗାଉଥିବି ତୋର ଭଜନ ସଂଗୀତ
   ଦେହ ପାପ ଯାଉ ଛାଡ଼ି
ସକାଳ ସନ୍ଧ୍ୟାରେ ଭକ୍ତି କରୁଅଛି
     ବେନି ହାତ ଭାବ ଯୋଡ଼ି।
ଝୁଣା ଧୂପ ଦେଇ ଆଳତୀ ଦେଉଛି
    ଗାଉଛି ତୋର ବନ୍ଦନା
ଧରଣୀ ଦୁଃଖକୁ ଦୂର କରି ଦିଅ
    ଏଇ ହେଉ ମୋ କାମନା।
ସବୁରି ଯନ୍ତ୍ରଣା ପାରି କରି ଦିଅ
       ଜଗତ ଉଠୁ ଉଜ୍ଜ୍ୱଳ
ଅନ୍ଧାର ଦୂରେଇ ଆଲୋକ ପ୍ରବେଶ
      ଖୁସିରହୁ ରସାସ୍ଥଳ।
ବଡ଼ଦାଣ୍ଡ ମୋର ବିଶ୍ରାମ ଘରକୁ
    ମନା କର ନାହିଁ କେବେ
ଶାନ୍ତିରେ ରହିବି ଖୁସିରେ ରହିବି
     ପ୍ରଭୁ ନାମ ଜପି ଦମ୍ଭେ

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବିଜୟ କୁମାର ଜେନା ଙ୍କ କବିତା ତ୍ରିରଙ୍ଗା

Sunil Chandra Nayak

ରାଷ୍ଟ୍ରପତୀ ପଦ ହାସଲ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଥୁଆମୂଳ ରାମପୁର ବ୍ଳକରେ ବିଜେପି ର ବିଜୟ ଉତ୍ସବ

Sunil Chandra Nayak

ବିଜୁ ଜନତା ଦଳର ଜନ ସଂର୍ପକ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!