ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ବୟସ ହୋଇଲା ଶୀତର ଚାଦର
   ଘୋଡାଇ ଦିଅ ହେ ମୋତେ
ଦେଉଳ ଦାଣ୍ଡରେ ବସି ରହିଥିବି
      ଜପୁଥିବି ଜଗନ୍ନାଥେ।
ଗାଉଥିବି ତୋର ଭଜନ ସଂଗୀତ
   ଦେହ ପାପ ଯାଉ ଛାଡ଼ି
ସକାଳ ସନ୍ଧ୍ୟାରେ ଭକ୍ତି କରୁଅଛି
     ବେନି ହାତ ଭାବ ଯୋଡ଼ି।
ଝୁଣା ଧୂପ ଦେଇ ଆଳତୀ ଦେଉଛି
    ଗାଉଛି ତୋର ବନ୍ଦନା
ଧରଣୀ ଦୁଃଖକୁ ଦୂର କରି ଦିଅ
    ଏଇ ହେଉ ମୋ କାମନା।
ସବୁରି ଯନ୍ତ୍ରଣା ପାରି କରି ଦିଅ
       ଜଗତ ଉଠୁ ଉଜ୍ଜ୍ୱଳ
ଅନ୍ଧାର ଦୂରେଇ ଆଲୋକ ପ୍ରବେଶ
      ଖୁସିରହୁ ରସାସ୍ଥଳ।
ବଡ଼ଦାଣ୍ଡ ମୋର ବିଶ୍ରାମ ଘରକୁ
    ମନା କର ନାହିଁ କେବେ
ଶାନ୍ତିରେ ରହିବି ଖୁସିରେ ରହିବି
     ପ୍ରଭୁ ନାମ ଜପି ଦମ୍ଭେ

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଅମଠା ହାଇସ୍କୁଲ ଦଶମ ଶ୍ରେଣୀ ଛାତ୍ର ଙ୍କ କୃତିତ୍ବ 

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଅଶୋକ କୁମାର ନାୟକ ଙ୍କ କବିତା ମଣିଷ

Sunil Chandra Nayak

ଚେମ୍ବର୍ ଅଫ କମର୍ସ ର ବାର୍ଷିକ ବୈଠକ ଓ ନୂଆ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!