ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବ ଶତ୍ରୁତା କାଳ ହେଲା – ଗରମ ତେଲ ପଡ଼ି ମହିଳା ଗୁରୁତର , ଜଣେ ଗିରଫ

ଲାଞ୍ଜିଗଡ଼,୨୬/୦୭(ମନିସ)-ପଡ଼ୋଶୀଙ୍କ ଘରକୁ ପିଠା ତିଆରିରେ ସାହାଯ୍ୟ କରିବାକୁ ଯାଇଥିବା ନିଜ ସ୍ତ୍ରୀଙ୍କୁ ଗାଳିଗୁଲଜ କରି ଗରମ ତେଲ ଥିବା କଡ଼େଇକୁ ଲାତ ମାରିବାରୁ ଏଥିରେ ଦୁଇଜଣ ମହିଳା ଗୁରୁତର ହୋଇଛନ୍ତି ! ଏପରି ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏଇ ଘଟଣାରେ ଜଣେ ଗିରଫ ହୋଇ କୋର୍ଟଚାଲାଣ ହୋଇଛି ! ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଲାଞ୍ଜିଗଡ଼ ଥାନା ମସ୍କାପଦର ଗାଁର ଶରତ ନାଏକ ଓ ମଧୁସୂଦନ ହରିଜନଙ୍କ ମଧ୍ୟରେ କୌଣସି କାରଣରୁ ଅପଡ଼ ଥିଲା ! ତେବେ ମଧୁ ଘରେ ନଥିବାବେଳେ ତାଙ୍କ ସ୍ତ୍ରୀ ମିଲ୍କୀ ହରିଜନଙ୍କୁ ଶରତଙ୍କ ସ୍ତ୍ରୀ ଅନୀତା ନାଏକ ତାଙ୍କ ଘରକୁ ପିଠା ତିଆରି କରିବାରେ ସାହାଯ୍ୟ କରିବାକୁ ଡାକିନେଇଥିଲେ ! ଏଇ ସମୟରେ ମଧୁ ଘରକୁ ଫେରି ନିଜ ସ୍ତ୍ରୀ ଘରେ ନଥିବା ଦେଖି ଖୋଜାଖୋଜି କରିବାରୁ ସେ ଶରତଙ୍କ ଘରେ ଥିବା ଦେଖି ହଠାତ୍ ରାଗିଯାଇ ଗାଳିଗୁଲଜ କରିଥିଲେ ! ଏହାକୁ ଶରତ ବିରୋଧ କରିବାରୁ ମଧୁ ଉତ୍ତ୍ୟକ୍ତ ହୋଇ ମାରଧର କରିବା ସହିତ ପିଠା ତିଆରି କରୁଥିବା ଗରମ ତେଲ କଡ଼େଇକୁ ଗୋଇଠା ମାରିଥିଲେ ! ଯାହାଫଳରେ ପିଠା ତିଆରି କରୁଥିବା କଡ଼େଇରୁ ଗରମ ତେଲ ପଡ଼ି ଅନୀତା ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଜଣେ ସରୋଜିନୀ ନାଏକ ମଧ୍ୟ ଆହତ ହୋଇଥିଲେ ! ଉଭୟଙ୍କୁ ଗୁରୁତର ଭାବେ ପ୍ରଥମେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ! ଏ ନେଇ ଶରତ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ମଧୁଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି ! ଏନେଇ ଲାଞ୍ଜିଗଡ଼ ଥାନାରେ କେସ୍ ନଂ ୪୩/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ତତ୍ତ୍ବାବଧାନରେ ଏସ୍ଆଇ ବିଳାସିନୀ ଭୋଇ ଘଟଣାର ତଦନ୍ତ କରୁଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜୟନ୍ତୀ

Sunil Chandra Nayak

ନୃସିଂହ ପ୍ରସାଦ ଷଡ଼ଙ୍ଗୀ(ବୁଲୁ) ଙ୍କ କବିତା ଅପୂର୍ଣ୍ଣତା

ଜାମଜୋର ରେ ଯୁବକ ଜଣକ ଫାଶି ଲଗାଇ ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!