ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରାରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ରୁପ୍ରା, (ମନିସ) : ନର୍ଲା ବ୍ଲକ୍ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରୁପ୍ରା ଠାରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି । । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତପନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଓ ଅଧ୍ୟାପିକା ଶ୍ରୀମତି ମମତା ମଞ୍ଜରୀ ପ୍ରଧାନଙ୍କ ଆବାହକରେ ଅନୁଷ୍ଠିତ ହୋଇଥିବା ବେଳେ ମୁସ୍କୁଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ସଞ୍ଜୁଲତା ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସମାଜସେବୀ ତଥା ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ପତିତପାବନ ଭୋଇ ଓ ସାମ୍ୱାଦିକ ଶ୍ରୀଯୁକ୍ତ ଅଜୟ କୁମାର ସେନାପତି ପ୍ରମୁଖ ଯୋଗଦାନ କରିଥିଲେ । ଅତିଥି ଗଣ ନିଜ ଅଭିଭାଷଣରେ କହିଲେ ଛାତ୍ରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କର ଏହି ଆତ୍ମସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ବାସ୍ତବିକ ପ୍ରସଂଶନୀୟ । ଛାତ୍ରୀମାନଙ୍କ ଦୈନନ୍ଦିନ ଜୀବନରେ ଏହି ତାଲିମ୍ କର୍ମକୁ ଆସିବ ବୋଲି କହିବା ସହ ତାଲିମ ପାଇସାରିବା ପରେ ପ୍ରତିଦିନ ଅନ୍ୟୁନ ଅଧଘଣ୍ଟା ଲେଖାଏଁ ଘରେ ଅଭ୍ୟାସ କରିବାକୁ ମତବ୍ୟକ୍ତ କରିଥିଲେ । ଉକ୍ତ ତାଲିମ ଶିବିରରେ ପ୍ରଶିକ୍ଷିକା ଭାବରେ ସୁଶ୍ରୀ ଦେବସ୍ମିତା ପ୍ରଧାନ ଯୋଗଦାନ କରି ବିଦ୍ୟାଳୟର ୬୬ ଜଣ ଛାତ୍ରୀଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି । ଉକ୍ତ ଶିବିର ଚଳିତ ମାସ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ୍ ପ୍ରକାଶ କରିଥିଲେ । ଖେଳ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ପରିଚାଳିତ ହେଉଥିବା ବେଳେ ବିଦ୍ୟାଳୟର ଇତିହାସ ଅଧ୍ୟାପକ ତଥା ରେଡକ୍ରସ୍ କାଉନସିଲର୍ ଶ୍ରୀଯୁକ୍ତ ସୁଧିର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରି ଆଜିର ଶିବିରକୁ ସମାପ୍ତ ଘୋଷଣା କରିଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ

Sunil Chandra Nayak

କ୍ରେଡିଟ ଏକସିସ ଗ୍ରାମୀଣ କୋଟା ପକ୍ଷରୁ ଥାନାକୁ ଉପହାର ପ୍ରଦାନ

Sunil Chandra Nayak

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ବେହେରା ଗସ୍ତ

Sunil Chandra Nayak

Leave a Comment

error: Content is protected !!