ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ରେ ଭାରତ ବନ୍ଦ, ଆଂଶିକ ସଫଳ

ଜୁନାଗଡ଼,୨୫/୫(ମ ନି ସ)ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ଡାକରା ରେ ଜୁନାଗଡ଼ରେ ସଫଳ ହୋଇଥିବାବେଳେ ଦୋକାନ ବଜାର କିଛି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।ଏହି ବନ୍ଦ ଡାକରା କୁ ବିଭିନ୍ନ ସଂଗଠନର ସମର୍ଥନ ରହିଥିଲା।ଓଡିଶା ସିଡୁଲକାଷ୍ଟ ଫେଡରେସନ ତରଫରୁ ଜିଲ୍ଲା ସମ୍ପାଦକ ଜାତୀନ୍ଦ୍ର କରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସାମିଲ ହୋଇ ସହରରେ ପିକେଟିଂ କରାଯାଇ ସ୍ଥାନୀୟ କଲେଜ ଛଳ ନିକଟରେ ଜାତୀୟ ରାଜପଥ ଅବରୋଧ କରି ନା ରାବାଜି କରିଥିଲେ।ଏଥିରେ ଜାତି ଆଧାରିତ ଜନଗଣନା ,ଦରଦାମ ହ୍ରାସ,ଘରୋଇକରଣ ବନ୍ଦ ଏଭିମ ପ୍ରତ୍ୟାହାର, ନୂତନ ଶ୍ରମ ଆଇନ ବାତିଲ ପ୍ରଭୃତି ଦାବୀ ଉପରେ ପ୍ରତିକ୍ରିୟା ରଖିଥିଲେ। ବନ୍ଦ ପାଳନ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଥିଲା।ଏହି ବନ୍ଦ ପାଳନରେ ରାଷ୍ଟ୍ରୀୟ ଅଛୁଆ ବର୍ଗ ମୋର୍ଚାର ଜିଲ୍ଲା ସଭାପତି ଆଦିତ୍ୟ ହଂସ,ଏବଂ ସଂଗଠନର ଅଭିଜିତ କର,ଧ୍ରୁବ ଚରଣ କାଣ୍ଡ, ବ୍ଲକ ସଭାପତି ମହାଦେବ ନାଏକ ପ୍ରମୁଖ ସାମିଲ ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ମା ତାରିଣୀ କଂ ପବିତ୍ର ପିଠ ଘଟଗାଁ ଠାରେ ତ୍ରିରଙ୍ଗା ଯାତ୍ରା ମହାସମାରୋହରେ ପାଳିତ

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାତୃଦିବସ୍‌ ଦିନେ ମାଆଁର୍‌ ପଦେ

Sunil Chandra Nayak

ସପ୍ତମ ଜୀହୋବା ଜିରି ଫୁଟବଲ ଟୁୁର୍ଣ୍ଣାମେଣ୍ଟ ଉଦ୍ ଯାପିତ:,ପେନାଲଟି ସୁଟ ରେ ମିଳିଲା ଫଳ: ଘରୋଇ ଦଳ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!