ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରାରେ ଭାରତ ବନ୍ଦ ପାଳନ

କୋକସରା,୨୫ /୫- (ମ ନି ସ ) ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ବୁଧବାର ୧୦ ଦଫା ଦାବୀ ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଜିଲ୍ଲା ସଦସ୍ୟ କ୍ଷିରସିନ୍ଧୁ ବୋଡକିଆଙ୍କ ନେତୃତ୍ୱରେ ୨୬ ନମ୍ବର ଜାତୀୟ ରାଜପଥର କୋକସରା ବସଷ୍ଟାଣ୍ଡ ନିକଟରେ ସକାଳ ୬ ରୁ ୧୨ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ବନ୍ଦ ପାଲନ କରିଥିଲେ । ଏହି ବନ୍ଦ କୁ ପଣ୍ଡରା ମାଲି ସମାଜ, ଯାଦବ ସମାଜ, ରଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସମେତ ସିଡୁଲକାଷ୍ଟ ଫେଡରେସନ ଆଦି ସଂଗଠନ ସମର୍ଥନ ଜଣାଇ ବନ୍ଦ ପାଳନରେ ସାମିଲ ହୋଇଥିଲେ । ଏଥିରେ କେନ୍ଦ୍ର ସରକାର ଦ୍ୱାରା ଓବିସି ଜାତି ଆଧାରିତ ଜନଗଣନା ନକରିବା, ଇଭିଏମ୍ ଘୋଟାଲା, ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ନିମନ୍ତେ ପୃଥକ ନିର୍ବାଚନ ମଣ୍ଡଳୀ (ପୃଥକ ଚୟନକର୍ତ୍ତା) ଲାଗୁ କରିବା, ଆଦିବାସୀ ମାନଙ୍କୁ ସେମାନଙ୍କର ଜଳ, ଜଙ୍ଗଲ ଜମିରୁ ବିସ୍ଥାପନ କରିବା ବିରୋଧ, ଭଲି ୧୦ ଟି ଦାବି ନେଇ ରାଜ ରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ଉପରେ ବିଭିନ୍ନ ନାରା ବାଜି ଦେଇଥିଲେ । ଏହି ବନ୍ଦ ପାଳନରେ ଭାରତ ମୁକ୍ତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଜାଲ, ପଣ୍ଡରା ମାଲି ସମାଜର ବ୍ଲକ ସଭାପତି ବିଡୁ ନାଏକ, ଦଣ୍ଡପାଟ ଆଂଚଳିକ ସଭାପତି ଅମନ ରଣା, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଉପେନ୍ଦ୍ର ଶବର, ଭିମ ଆର୍ମୀ ନବରଙ୍ଗପୁର ଜୋନ ପ୍ରଭାରୀ ବଲଦେବ ଜାଲ, ପ୍ରଧାନୀ ବାଗ, ସିଡୁଲକାଷ୍ଟ ଫେଡରେସନ ର ଧବଲେଶ୍ୱର ନାଗ, ରମେଶ ଚନ୍ଦ୍ର ବେମାଲ, କିଶୋର ନାଗ, ପୂର୍ଣ୍ଣଚନ୍ଦ୍ର ରାଉତ, ଭଗବାନ ହଂସ, ଧନସିଂ ବାଗ, ପାର୍ଥ ଗୋପାଳ, ଜୟରାମ ମହାନନ୍ଦ, ଧବଲେଶ୍ୱର ଗହୀର, ଇଶ୍ୱର ବଚ୍ଛା, ବିଶିଷ୍ଠ ମହାନନ୍ଦ, ଟଙ୍କଧର ନାଏକ ସମେତ ବିଭିନ୍ନ ସଂଗଠନର ସଦସ୍ୟ ଯୋଗଦେଇ ଭାରତ ବନ୍ଦ କୁ ସଫଲ କରିଥିଲେ ।

Related posts

ବାଲି ଚୋରା ଚଲାଣ ଅଭିଯୋଗ, ରାଜସ୍ବ ବିଭାଗ ପକ୍ଷରୁ ଏକ ଲକ୍ଷ ଟଙ୍କା ଫାଇନ

Sunil Chandra Nayak

ବିଦୁଲତା ବେହେରା ଙ୍କ କବିତା ଦେବେ କରନ୍ତି ସ୍ତୁତି ବିଘ୍ନ ନାଶହେ ଗଣପତି

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା।ଆଜିର ସୁବିଚାର

Leave a Comment

error: Content is protected !!