ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଏକାଦଶାହ କର୍ମ ଉପଲକ୍ଷେ ସ୍ମୃତିଚାରଣ ସଭା

ବାଲେଶ୍ବର,୨୫/୫/୨୨- ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡା ନିକଟସ୍ଥ କାଶବାଜଇପୁର ଗ୍ରାମରେ ସ୍ବର୍ଗତ ଗୟାଚାନ୍ଦ ପଣ୍ଡାଙ୍କ ଏକାଦଶାହ କର୍ମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସ୍ମୃତିଚାରଣ ଓ ଶୋକସଭା ଅନୁଷ୍ଠିତ ହୋଇଥିଲା । ସ୍ମୃତିଚାରଣ ସହିତ ସ୍ବର୍ଗତ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ଅନୁଷ୍ଠିତ ସ୍ମୃତିଚାରଣ ସଭାକୁ ଅନ୍ତର୍ଯ୍ୟାମୀ ପଣ୍ଡା(ପୁଣ୍ଟୁ ନନା) ପରିଚାଳନା କରିଥିଲେ । ବଡ଼ପୁତ୍ର ହରିଶନ୍ଦ୍ର ପଣ୍ଡାଙ୍କ ସମେତ ସଞ୍ଜୟ ପଣ୍ଡା, ବଳଭଦ୍ର ପଣ୍ଡା, ଅନନ୍ତ ପଣ୍ଡା, ଅଚ୍ୟୁତ ପଣ୍ଡା, ଅକ୍ଷୟ ପଣ୍ଡା, ସୁମନ୍ତ ନନ୍ଦ, ବସନ୍ତ ନନ୍ଦ, ପର୍ଶୁରାମ ନନ୍ଦ, କଳ୍ପିତା ପାଢୀ ଓ ଆତ୍ମୀୟ ସ୍ୱଜନ ପ୍ରିୟ ପରିଜନ ଶୋକସଭାରେ ଯୋଗଦାନ କରି ସ୍ବର୍ଗତ ଆତ୍ମାର ସ୍ମୃତିଚାରଣ କରିଥିଲେ । ଜାମାତା ଅଧ୍ୟାପକ ଦ୍ୱାରିକାନାଥ ଶତପଥୀ ବେଦପାଠ କରିଥିଲେ । ଶେଷରେ ଜାମାତା ଶ୍ରୀଯୁକ୍ତ ଶତପଥୀ ଧନ୍ୟଵାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ

Sunil Chandra Nayak

ଚାଷୀଙ୍କୁ ଯାନ୍ତ୍ରିକ ଉପକରଣ ଯୋଗାଇବ ଜେଏସ୍‌ପିଏଲ୍ ଫାଉଣ୍ଡେସନ

ସାମ୍ବାଦିକ ଙ୍କୁ ମାଡ଼ ଘଟଣା ,ମୁଖ୍ୟ ଅଭିଯୁକ୍ତ ଙ୍କ ବାପାଙ୍କୁ କୋର୍ଟ ଚାଲାଣ

Leave a Comment

error: Content is protected !!