ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ପାଣିରେ ନର୍କ ପାଲଟୁଛି ଖାତିଗୁଡା ଗ୍ରାମ , ତୁରନ୍ତ ଡ୍ରେନ ମରାମତି ପାଇଁ ଗ୍ରାମବାସୀଙ୍କ ଦାବି

ତେନ୍ତୁଳିଖୁଣ୍ଟି-୧୫/୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗପଦର ପଞ୍ଚାୟତ ଖାତିଗୁଡା ରେ ମୁଖ୍ୟ ରାସ୍ତା ଓ ସାହି ଭିତରେ ବର୍ଷା ହେଲେ ବେହାଲ ହୋଇପଡୁଛି ।ଏହି ଖାତିଗୁଡା ରେ ପ୍ରତେକ ଜାତିର ଲୋକେ ବସବାସ କରନ୍ତି ।ଏହି କଲୋନୀ ତଥା ଗ୍ରାମରେ ପ୍ରାୟ14ଶହ ରୁ ଉର୍ଧ୍ଵ ପରିବାର ବସବାସ କରୁଛନ୍ତି ।ତେନ୍ତୁଳିଖୁଣ୍ଟି ସଦର ମହକୁମା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଠାରୁ କଲୋନୀ ରାସ୍ତା ତଥା ସାହି ଗୁଡିକୁ ଯାଇଥିବା ରାସ୍ତା ଅଳ୍ପ ବର୍ଷା ହେଲେ ଯେମିତି ହେଉଛି ସେ ଦିଗରେ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ଏବଂ ପ୍ରକଳ୍ପ ପ୍ରଶାସନ ଦୃଷ୍ଟି ପଡୁନାହିଁ ।ସରକାର ଙ୍କ ପକ୍ଷରୁ ଅଞ୍ଚଳ ବିକାଶ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି ।ତେବେ ଉନୟନ ମୁଳକ କାର୍ଯ୍ୟ ବୁଝୁଥିବା ସରକାରୀ ବାବୁମାନଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ସାଧାରଣ ଲୋକେ ବର୍ଷାର ପରିମାଣରେ ବୃଦ୍ଧି ଘଟିଲେ ବେହାଲ ହୋଇ ଯାଉଛନ୍ତି। ଡ୍ରେନେଜ ବ୍ୟବସ୍ଥା ଠିକ ନାହିଁ ଯେଉଁଠି ଡ୍ରେନ କରାଯାଇଛି ଡ୍ରେନର ଜଳ କେଉଁଠି ନିଷ୍କାସିତ ହେବ ତାର ବ୍ୟବସ୍ଥା ନାହିଁ। ଡ୍ରେନ ପାଣି ବର୍ଷାହେଲେ ନିଷ୍କାସିତ ହୋଇ ନ ପାରି ଘରେ ପଶୁଛି ନଚେତ ରାସ୍ତାରେ ଜମା ହୋଇ ରହି ଯିବା ଆସିବାରେ ବାଧା ହେଉଛି। କାରଣ ନା ପଂଚାୟତ କର୍ତ୍ତୃପକ୍ଷ ନା ପ୍ରକଳ୍ପ କର୍ତ୍ତୃପକ୍ଷ ଡ୍ରେନ ରୁ ଆବର୍ଜନା କାଢ଼ିବା ପାଇଁ ମୌସୁମୀ ପୂର୍ବରୁ କିଛି ପଦକ୍ଷେପ ନେଉଛନ୍ତି। ଫଳତଃ ଡ୍ରେନର ଆବର୍ଜନା ଓ ବର୍ଷା ଜଳ ଏକ୍କାକାର ହୋଇ ଯିବା ଆସିବା ରେ ବାଧକ ହେବା ସହ ଡ୍ରେନ ଜଳ ଘର ଭିତରକୁ ପଶୁଛି। ଖାତିଗୁଡା ଓ ପ୍ରକଳ୍ପ କଲୋନୀରେ ଗତ ଦୁଇ ଦିନ ର ବର୍ଷା ସ୍ଥିତି ବେହାଲ କରି ଦେଇଛି। ପ୍ରତ୍ୟେକ ବର୍ଷ ଦୁଇ ରୁ ୩ ଦିନ ଲଗାଣ ବର୍ଷା ହେଲେ ଏଭଳି ସ୍ଥିତି ହେଉ ଛି ତଥାପି କିଛି କରା ନ ଯିବା ଚିନ୍ତା ଜନକ । ରାସ୍ତା ଓ ଗୃହ ନିର୍ମାଣ ବିଭାଗମୁଖ୍ୟ ରାସ୍ତା ପାର୍ଶ୍ଵ ଡ୍ରେନ କରିବା ଦିନ ଠାରୁ କୌଣସି କର୍ତ୍ତୃପକ୍ଷ ଡ୍ରେନ ସଫା କରି ନାଂହାନ୍ତି । ମୂଖ୍ୟ ରାସ୍ତା ପାର୍ଶ୍ଵ ଡ୍ରେନ ଜଳ କେଉଁଠି ନିଷ୍କାସିତ ହେବ ତାର ବ୍ୟବସ୍ଥା ମଧ୍ୟ କରାଯାଇନି। ି କାଦୁଅ ପଚ ପଚ ସହ ଆଣ୍ଠୁଏ ପାଣି ଦେଇ ଯିବାକୁ ପଡୁଛି । ।ସରକାର ଙ୍କ ଆମ ଗାଁ ଆମ ବିକାଶ ଯୋଜନା ଏଠି ଫେଲ ମାରିଥିବା ଦେଖିବାକୁ ମିଳିଛି ।ଏହି ରାସ୍ତା ରାସ୍ତା ଉପରେ ଆବର୍ଜନା ଜମିରହୁଥିବା ପାଣି ଅବସ୍ଥା କୁ ନେଇ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି ।କିଛିଦିନ ତଳେ ନବରଙ୍ଗପୁର ବିଧାୟକ ଖାତିଗୁଡା ଗସ୍ତକରିଥିବା ସମୟରେ ଡ୍ରେନ ର ସମସ୍ୟା କୁ ନେଇ ଗ୍ରାମଲୋକେ କହିଥିଲେ ଏବଂ ସାହି ସାହି ଭୁଳେଇ ଡ୍ରେନ ନଥିବା କହିଥିଲେ । କିଛି ଦିନ ଭିତରେ କାମ ହୋଇଯିବ ବୋଲି ବିଧାୟକ ଗ୍ରାମ ଲୋକଙ୍କୁ କହିଥିଲେ। ।ଖାତିଗୁଡା ଗ୍ରାମରେ ଡ୍ରେନ ନଥିବାରୁ ଗାଁ ରେ ଓ ପ୍ରୋଜେକ୍ଟ କଲୋନୀରେ ପାଣି ଜମିରହୁଥିବା ଦେଖିବାକୁ ମିଳିଛି । ଏହି ଡ୍ରେନେଜ ବ୍ୟବସ୍ଥା ର ସମାଧନ ଜରିବ କିଏ ? ପଂଚାୟତ ,ପ୍ରକଳ୍ପ ନା ରାସ୍ତା ଓ ଗୃହ ନିର୍ମାଣ ବିଭାଗ? ନା ସାଧାରଣ ଜନତା ଏହାକୁ ଦରଦାମ ବୃଦ୍ଧି ଭଳି ଦେହସୁହା କରିବାକୁ ପଡିବ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବିକାଶ ବାର୍ଷିକୋତ୍ସବ ହାରଭଷ୍ଟ – ୨୦୨୨ – ୨୩

Sunil Chandra Nayak

ଆନ୍ଦୋଳନ ରେ ଯୋଗ ଦେବାକୁ ଆସିବା ବେଳେ ବାଇକ ଧକ୍କାରେ ପାଚିକା ଗୁରୁତର

Sunil Chandra Nayak

ଜୁନାଗଡ଼ ଭାରତ ଯୋଡୋ ଯାତ୍ରା – ଥୁଆମୂଳ ରାମପୁର ବ୍ଳକର ବିଜେପି ଓ ବିଜେଡିର କର୍ମୀ କଂଗ୍ରେସ ଦଳରେ ସାମିଲ

Sunil Chandra Nayak

Leave a Comment

error: Content is protected !!