ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ

ରାଉରକେଲା/ ରାଉରକେଲା ସ୍ମାର୍ଟ ସିଟି ଓ ଆରଏମସି ପକ୍ଷରୁୂ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ରାଉରକେଲା ଏଡିଏମ ତଥା ସ୍ମାର୍ଟ ସିଟିର ସିଇଓ ଏବଂ ରାଉରକେଲା ମହାନଗର ନିଗମର କମିଶନର ଡଃ ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଓ ସ୍ୱାସ୍ଥ୍ୟ ଅଧିକାରୀ ଡଃ ସୁଶିଲ ପରିଡାଙ୍କ ତତ୍ବାବଧାନ ରେ ୱାଇଏମଏଫଆଇ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଜନ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଆରଏମସିର ଫୁଡ ଇନ୍ସିପେକ୍ଟର ସ୍ୱାଗତିକା ବେହେରା ଓ ଅନ୍ୟ ଷ୍ଟାଫମାନେ ଉପସ୍ଥିତ ଥିଲେ । ୱାଇଏମଏଫଆଇର ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ଚଳିତ ବର୍ଷର ବିଷୟବସ୍ତୁ ‘ସୁରକ୍ଷିତ ଖାଦ୍ୟ- ଉତ୍ତମ ଜୀବନ’ ସଂପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା । ‘ସଠିକ୍ ଖାଦ୍ୟ ଖାଆନ୍ତୁ, ସୁସ୍ଥ ରୁହନ୍ତୁ’ ସ୍ଲୋଗାନ ଦେଇ ନିୟମିତ ତଟକା ଓ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଫାଷ୍ଟଫୁଡ ଖାଦ୍ୟକୁ କମାଇବା, ଖାଦ୍ୟରେ ତେଲ, ମସଲା, ଚିନି, ଲୁଣର ମାତ୍ରାକୁୂ ହ୍ରାସ କରାଇବା, ଖାଦ୍ୟରେ ଶ୍ୱେତସାର, ଜୀବସାର ଓ ପୁଷ୍ଟିସାର ଆବଶ୍ୟକ ମାତ୍ରାରେ ରଖିବା, ଅପମିଶ୍ରଣ ଖାଦ୍ୟଠାରୁ ଦୂରେଇ ରହି ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବାକୁ ଅଭିନୟ ମାଧ୍ୟମରେ ବୁଝାଇ ଦିଆଯାଇଥିଲା । ଏଥିସହ ବ୍ୟକ୍ତିଗତ ପରିଚ୍ଛନ୍ନତା ଓ ନିଜ ପାରିପାର୍ଶ୍ବିକ ପରିବେଶ ନିର୍ମଳ ରଖିବାକୁ ପରାମର୍ଶ ଦିଆଯାଇଥିଲା । ସ୍ୱାସ୍ଥ୍ୟକର ଖାଦ୍ୟ ଦ୍ୱାରା ହିଁ ସୁସ୍ଥ ଜୀବନ ସଂଭବ ବୋଲି ଲୋକଙ୍କୁ ସଚେତନ କରାଯାଇଥିଲା । ରାଉରକେଲାର ଷ୍ଟେସନ ଛକ, ଡେଲିମାର୍କେଟ, ଉଦିତ୍ ନଗର ଆରଏମସି ଛକ ନିକଟରେ ଏହି ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା । କଳାକାର ବାପି ପଲାଇ, ବିଷ୍ଣୁ ପ୍ରିୟା ଓ ସୁନିତା ପ୍ରମୁଖ ଅଭିନୟ କରିଥିଲେ ।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ “ମାଙ୍କଡ ଜୀବନ ରକ୍ଷା” ପାଇଁ ଅଭିନବ ଅନୁରୋଧ

Sunil Chandra Nayak

ରାସ୍ତାରେ ଯୁବକଙ୍କୁ ଗୁଳି ମରାଯିବା ଘଟଣା – ହାତୀଗାଁ ଅଂଚଳରେ ମାଓ ପୋଷ୍ଟର ,ପୂର୍ବରୁ ଟାର୍ଗେଟରେ ଥିଲେ ବୋଲି ନକ୍ସଲଙ୍କ ସୂଚନା 

Sunil Chandra Nayak

ମଧୁମିତା ମିଶ୍ର ଙ୍କ ସୋନେଟ ଚଳନ୍ତା ଦିଅଁ

Sunil Chandra Nayak

Leave a Comment

error: Content is protected !!