ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବାଶିଷ ମିଶ୍ର ଙ୍କ କବିତା ପରୀଟିଏ

ପରୀଟିଏ

                         ଦେବାଶିଷ ମିଶ୍ର

 

ପରୀଟିଏ କେହି କଣ ଅନୁଭବ କଲ ।

କେମିତି ଆସିଲା ମୋର ଅଧୁରା ଜୀବନେ

ଶାନ୍ତ ହୋଇଲା ଦେଖି ତାର ତନୁ ମନ ।

ତଥାପି ଏବେ ଶାନ୍ତ ହେଇ ନାହିଁ ମୋ ମନ

ହେଇ ଥାନ୍ତା ପାଖରେ ଥାଇ ପ୍ରେମ କଲେ ରାତିଦିନ ।

 

ରାତିଦିନ ତୁମ ଇଚ୍ଛା ପୁରା କରିବାକୁ ମୁଁ ଅଛି ।

ରୂପ ଯଉବନ ଆଉ ହସ ତମର ପଡୁଥାଉ ଝଲସି

ନିରେଖି ଚାହିଁଲେ ତମର ରୂପ ଯଉବନ

ମୁନି ମାନେ ତପ ଭୁଲି ହେବେ ଧ୍ୟାନ ଭଗ୍ନ ।

 

ତଥାପି ପ୍ରିୟତମା ନ ବୁଝେ ମନ ତମକୁ ଦେଖି ।

ଯେତେ ଦେଖୁ ଥିଲେ ଲାଗ ସଜ ଫୁଟା ଫୁଲ ପରି

ହରି ନେଉଥାଏ ମନ ତମ ନୟନ ଯୁଗଳ ।

ଶଙ୍ଖ ପରି ଦେହ ତମର ଚାନ୍ଦ ତମ ବଦନ

ପୀରତି ନିଶାରେ ଭରା ତମ ଦୁଇ ନୟନ ।

 

ହାତ ତମ ଧରି ଧିରେ ପାରି ହେଇଯିବି ସଂସାର

ମୋ ମନରେ ତୁମ ରୂପ ଯେହ୍ନେ ଗୋଲାପର ଫୁଲ ।

ମନକଥା କେ ବୁଝି ପାରିଛି ସେ ଏକା ପ୍ରୀୟା ମୋର

ତୁମ ପାଇଁ ଜନ୍ମି ଅଛି ମର୍ତ୍ତ୍ୟେ ବହି ହୋଇ ନର 

ସୁଖ ଦୁଃଖ ଯାହା ଆସୁ କେବେ କରିବନି ମତେ ପର।

Related posts

ସାଂସଦ ପାଣ୍ଠି ରୁ ଭୂତ ନାଥ ମନ୍ଦିର ରେ ଶିଳାନ୍ୟାସ

Sunil Chandra Nayak

ନୂତନ ଶିଵ ଲିଙ୍ଗ ସ୍ଥାପନ 

Sunil Chandra Nayak

ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ପ୍ରଥମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ     

Sunil Chandra Nayak

Leave a Comment

error: Content is protected !!