ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେବାଶିଷ ମିଶ୍ର ଙ୍କ କବିତା ପରୀଟିଏ

ପରୀଟିଏ

                         ଦେବାଶିଷ ମିଶ୍ର

 

ପରୀଟିଏ କେହି କଣ ଅନୁଭବ କଲ ।

କେମିତି ଆସିଲା ମୋର ଅଧୁରା ଜୀବନେ

ଶାନ୍ତ ହୋଇଲା ଦେଖି ତାର ତନୁ ମନ ।

ତଥାପି ଏବେ ଶାନ୍ତ ହେଇ ନାହିଁ ମୋ ମନ

ହେଇ ଥାନ୍ତା ପାଖରେ ଥାଇ ପ୍ରେମ କଲେ ରାତିଦିନ ।

 

ରାତିଦିନ ତୁମ ଇଚ୍ଛା ପୁରା କରିବାକୁ ମୁଁ ଅଛି ।

ରୂପ ଯଉବନ ଆଉ ହସ ତମର ପଡୁଥାଉ ଝଲସି

ନିରେଖି ଚାହିଁଲେ ତମର ରୂପ ଯଉବନ

ମୁନି ମାନେ ତପ ଭୁଲି ହେବେ ଧ୍ୟାନ ଭଗ୍ନ ।

 

ତଥାପି ପ୍ରିୟତମା ନ ବୁଝେ ମନ ତମକୁ ଦେଖି ।

ଯେତେ ଦେଖୁ ଥିଲେ ଲାଗ ସଜ ଫୁଟା ଫୁଲ ପରି

ହରି ନେଉଥାଏ ମନ ତମ ନୟନ ଯୁଗଳ ।

ଶଙ୍ଖ ପରି ଦେହ ତମର ଚାନ୍ଦ ତମ ବଦନ

ପୀରତି ନିଶାରେ ଭରା ତମ ଦୁଇ ନୟନ ।

 

ହାତ ତମ ଧରି ଧିରେ ପାରି ହେଇଯିବି ସଂସାର

ମୋ ମନରେ ତୁମ ରୂପ ଯେହ୍ନେ ଗୋଲାପର ଫୁଲ ।

ମନକଥା କେ ବୁଝି ପାରିଛି ସେ ଏକା ପ୍ରୀୟା ମୋର

ତୁମ ପାଇଁ ଜନ୍ମି ଅଛି ମର୍ତ୍ତ୍ୟେ ବହି ହୋଇ ନର 

ସୁଖ ଦୁଃଖ ଯାହା ଆସୁ କେବେ କରିବନି ମତେ ପର

Related posts

ବିଜୟ କୁମାର ଜେନା ଙ୍କ କବିତା ଏ ମାଟିର କୀର୍ତ୍ତି ଆପାଶୋରା

Sunil Chandra Nayak

ଶ୍ରୀରାମ ଚରିତ ମାନସ ଓ ନବାହ୍ନ ପାରାୟଣ ଓ ପ୍ରବଚନ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପ୍ରହେଳିକା … ଏକ ନିଶବ୍ଦ ରାତ୍ରୀ ର

Sunil Chandra Nayak

Leave a Comment

error: Content is protected !!