ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶତାଧିକ ଜବ୍‌କାର୍ଡ ରଦ୍ଦ , ବିଡିଓଙ୍କ ଦ୍ୱାରସ୍ତ ହେଲେ ହିତାଧିକାରୀ

କୋକସରା,୨୯ା୬- ( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ବାବେକୋହରା ଓ କଛାରପଡା ଗ୍ରାମର ଶତାଧିକ ଜବ୍‌କାର୍ଡ କୁ ହିତାଧିକାରୀଙ୍କ ଅଜାଣତରେ ରଦ୍ଦ କରିଥିବା ଅଭିଯୋଗ ନେଇ ବୁଧବାର ଦୁଇ ଗ୍ରାମବାସୀ କୋକସରା ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ, ପଞ୍ଚାୟତ ଓ ବ୍ଲକ କର୍ମଚାରୀ ମାନେ ହିତାଧିକାରୀଙ୍କୁ ନ ଜଣାଇ ଶତାଧିକ ଲୋକଙ୍କ ଜବ୍ କାର୍ଡକୁ ଡିଲିଟ କରିଦେଇଛନ୍ତି । ଯାହା ଫଳରେ ସରକାରଙ୍କ ମନରେଗା ଯୋଜନାରେ ଏହି ଶ୍ରମିକ ମାନେ କାମ କରିବାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟପଟେ ସରକାରୀ କର୍ମଚାରୀଙ୍କ ନାଁରେ ଜବକାର୍ଡ ରହିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଯେଉଁମାନେ ପ୍ରକୃତ ଶ୍ରମିକ ବର୍ଷ ତମାମ୍ କାମକରି ପରିବାର ପ୍ରତିପୋଷଣ କରନ୍ତି ସେମାନଙ୍କ ଜବ୍ କାର୍ଡକୁ ଜାଣିଶୁଣି ଡିଲିଟ କରାଯାଇଛି । ଏଣୁ ଏହାର ଉଚିତ ତଦନ୍ତ କରି ଗରୀବ ଶ୍ରେଣୀର ଲୋକଙ୍କ ଜବ୍‌କାର୍ଡ କୁ ପୁନଃ ଚାଲୁ କରିବା ସହ କାମ ନ କରିବା ଲୋକଙ୍କ ନାମରେ ଥିବା ଜବକାର୍ଡକୁ ରଦ୍ଦ କରିବାକୁ ଦାବି କରିଛନ୍ତି । ବୁଧବାର ୱାର୍ଡସଭ୍ୟ କୃଷ୍ଣ ଚନ୍ଦ୍ର ରାଉତ, କୌବଲ୍ୟ ନାଏକ, ଯୁବରାଜ ନାଏକ କୋକସରା ବିଡିଓ ମନୀଷା ଦାସଙ୍କୁ ହିତାଧିକାରୀ ମିନି କେତନ ମାଝୀ, କ୍ଷୀର ମାଝୀ, ବଳସିଂ ପୁଝାରୀ, କୈଲାସ ନାଏକ, ଅଭି ରାଉତ, ମକରନ୍ଦ ମାଝୀ, ହରିପାଳ ଗଉଡ, ହେମରାଜ ନାଏକ, ବସନ୍ତ କୁମାର ନାଏକ ସେମତେ ଦୁଇ ଗ୍ରାମର ଶତାଧିକ ହିତାଧିକାରୀ ଙ୍କ ଦସ୍ତଖତ ସମ୍ମଲିତ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ବିଡିଓ ଦାସ ରଦ୍ଦ ହୋଇଥିବା ସମସ୍ତ ଜବ୍‌କାର୍ଡର ନକଲ କପି ଦେବାକୁ କହିବା ସହ ତଦନ୍ତ କରାଯିବ ବୋଲି କହିଥିବା ଜଣାପଡିଛି ।

Related posts

ସସ୍ମିତାରାଣୀ ନାୟକ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ବଡ଼ଦାଣ୍ଡ ଆଜି ଉଛୁଳେ ।।

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!