ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଲକି ଡ୍ର ର କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ୟୁରୋ ରିପୋର୍ଟ -/ କୋରୋମଣ୍ଡଳ ଇଣ୍ଟରନେସନାଲ ଲିମିଟେଡ ପକ୍ଷରୁ ଜୁନାଗଡ଼ ହୋଟେଲ ଓରିଆନ ଠାରେ ଗ୍ରୋମୋର ଖରିଫ ଧମାକା ୨୦୨୧-୨୨ ଆଜି ଅନୁଷ୍ଟିତ ହୋଇଯାଇଛି। ବିଗତ ଖରିଫ ଋତୁରେ କମ୍ପାନୀ ପକ୍ଷରୁ ଗ୍ରୋମୋର୍ ୨୮.୨୮.୦ ସାର ଧର୍ମଗଡ ଉପଖଣ୍ଡ ର ଚାଷୀ ମାନଙ୍କୁ ବିଭିନ୍ନ ଖୁଚୁରା ସାର ବ୍ୟବସାୟୀ ମାନଙ୍କ ଜରିଆରେ ବିକ୍ରୟ କରାଯାଇଥିଲା। ଏହା ଉପରେ କମ୍ପାନୀ ପକ୍ଷରୁ ଆଜି ଏକ ଲକି ଡ୍ର ରଖାଯାଇଥିଲା।ଏହି କାର୍ଯ୍ୟକ୍ରମରେ କମ୍ପାନୀ ର ସିନିୟର୍ ଜେନେରାଲ ମ୍ୟାନେଜର ବିଷ୍ଣୁ ମିଶ୍ର, ଜୋନ ମ୍ୟାନେଜର ବଳରାମ ପଟ୍ଟନାୟକ, ସିନିଅର ଅଗ୍ରୋନୋମିଷ୍ଟ ଆଦିତ୍ୟ ନାରାୟଣ ପାତ୍ର, ଆସିଷ୍ଟାଣ୍ଟ ମ୍ୟାନେଜର ଜ୍ୟୋତି ରଞ୍ଜନ ଚୌଧୁରୀ, ମାର୍କେଟିଂ ଅଫିସର ଆଲୋକ ନାଥ ବିଷୋୟୀ ପ୍ରମୁଖ ଯୋଗ ଦେଇ ଖରିଫ ଧମାକା ର ଲକି ଡ୍ର କରିଥିଲେ। ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଅନେକ ଚାଷୀ ଓ ସାର ବ୍ୟବସାୟୀ ମାନେ ଯୋଗ ଦେଇଥିଲେ। ଏହି ଲକି ଡ୍ର ରେ କମ୍ପାନୀ ପକ୍ଷରୁ ଟିଭିଏସ ଏକ୍ସଏଲ୍ ପ୍ରଥମ ପୁରସ୍କାର ରଖାଯାଇ ଥିବା ବେଳେ ପାଞ୍ଚଗୋଟି ୨୦ ଗ୍ରାମ ର ସିଲଭର କଏନ ଓ ୪୦ ଗୋଟି ୧୦ ଗ୍ରାମ ର ସିଲଭର କଏନ ପୁରସ୍କାର ରାଶି ରଖାଯାଇଥିଲା।ଲକି ଡ୍ର ଜରିଆରେ ବିଜୟୀ ଚାଷୀ ମାନଙ୍କୁ ଅତିଥି ମାନେ କାର୍ଯ୍ୟକ୍ରମରେ ପୁରସ୍କୃତ କରିଥଲେ।

Related posts

ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ ଅଭିଯାନ

Sunil Chandra Nayak

ଓଡ଼ିଆ ଭାଷା ସାହିତ୍ୟ ଦିଗରେ କାର୍ଯ୍ୟରତ ଢ଼େଙ୍କାନାଳ ଥିଙ୍କର୍ସ୍ ଫୋରମ୍

Sunil Chandra Nayak

ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ କ୍ଷତ୍ରିୟ ମାନଂକ ଖଣ୍ଡା ଖେଳ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!