ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସର୍ବ ଧର୍ମ ନୂଆଖାଇ ତିହାର ପାଳନ 

ନୂଆପଡା ଜିଲ୍ଲାର ସଂସ୍କୃତି ପୀଠ ଖଡ଼ିଆଳ ସହରରେ ସର୍ବଧର୍ମ ନୂଆଖାଇ ତିହାର ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ବିଗତ ବର୍ଷରେ ମହା ଆଡମ୍ବରରେ ପାଳନ କରି ଆସୁଥିଲା ହେଲେ ମହାମାରୀ କରୋନାର ଭୟ ଯୋଗୁଁ ଦୁଇ ବର୍ଷ ବନ୍ଦ ହୋଇଥିଲା । ବର୍ତମାନ ଏହି ବର୍ଷ ମହାସମାରୋହରେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏହି ନୂଆଖାଇ ତିହାର ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ମୁଖ୍ୟ ବକ୍ତା ସୁ ସାହିତ୍ୟିକା ଡ଼ଃ. ସୁରେଶ୍ୱରୀ ବାଗ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ନଗରପାଳ ଉଜ୍ଜଳ ଗୁପ୍ତା, ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ ପଣ୍ଡା, ପୂର୍ବତନ ସଭାପତି ନାଟ୍ୟକାର ଜିତେନ୍ଦ୍ର ନାଥ ପଟନାୟକ ପ୍ରମୁଖ ମଂଚାସୀନ ଥିଲେ l ନୂଆଖାଇ ତିହାର ଉତ୍ସବ ରେ ଫୋକ ଡେଂସ ଓ ସଂଯୋଗ ବାଗ ଙ୍କ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଉପସଭାପତି ନିଶାର ଅହମ୍ମଦ ଖାଁ, ସମ୍ପାଦକ ଜାକିର ଅହମ୍ମଦ ଖାଁ, ସୁନୀଲ ସାହୁ, ଗୋବିନ୍ଦ ପଣ୍ଡା, ଅଶୋକ ବାରିକ, ସୁକେଶ ପଟନାୟକ, ରାମରତନ ସାହୁ, ରାଜେଶ ହଟୱାର, ଆଦିତ୍ୟ ପାଣିଗ୍ରାହୀ, ପୂର୍ବତନ ସମ୍ପାଦକ ମନୁ ତାଣ୍ଡି, ଭୋଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ । ନୂଆଖାଇ ତିହାର ଉପଲକ୍ଷେ ଅତିଥି ମାନଙ୍କୁ ଉପଢ଼ୋକନ ଦେଇ ସ୍ୱାଗତ କରିଥିଲେ । ଅତିଥି ମାନେ ନୂଆଖାଇ ର ମହତ୍ୱ ଏବଂ ଭାଇଚାରାର ପାରମ୍ପରିକ ସଂସ୍କୃତି ଅଟେ ବର୍ଷକୁ ଥରେ ଏହି ତିହାର ଆସେ ତାକୁ ପଶ୍ଚିମ ଓଡ଼ିଶାର ଲୋକେ ଧୂମଧାମ ରେ ପାଳନ କରନ୍ତି ବୋଲି ପ୍ରକାଶ କରୁଥିବାବେଳେ ନୂଆଖାଇ ପର୍ବ ଉପରେ ସୁନ୍ଦରଭାବେ ମୁଖ୍ୟବକ୍ତା ଡ଼ଃ ସୁରେଶ୍ୱରୀ ବାଗ ବକ୍ତବ୍ୟ ଦେଇଥିଲେ । ସେହିପରି ପୂର୍ବତନ ସଭାପତି ଜିତେନ୍ଦ୍ର ନାଥ ପଟନାୟକ ମଞ୍ଚ ପରିଚାଳନା କରିଥିଲେ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗଙ୍ଗାଧର ମହାନ୍ତି ପରିଚାଳନା କରିଥିଲେ l  ଏଠାରେ ପ୍ରକାଶ ଯୋଗ୍ୟଯେ, ଖଡ଼ିଆଳ ସହର ଓ ଗ୍ରାମାଞ୍ଚଳରେ ଏ ବର୍ଷ ଧୂମଧାମ ରେ ଉତ୍ସବ ପାଳନ ହୋଇଅଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

 

 

Related posts

ଜିପିଏଲ୍‌ଏଫ୍ ମିଶନଶକ୍ତି କର୍ମୀ ସଂଘର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ 

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ବିଧବା

Sunil Chandra Nayak

ରାଉରକେଲା ସ୍ପୋର୍ଟସଆସୋସିଏସନ୍ ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!