ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମରକଟା ଠାରେ ନୂଆଁଖାଇ ଭେଟଘାଟ

ନର୍ଲା:(ମନିସ)  ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହୋଇଯାଇଛି।ନର୍ଲା ବସ୍ତି ଏବଂ ସମର୍‌କଟା ଠାରେ ନୂଆଁଖାଇ ଆୟୋଜକ କମିଟିର ସଂଗଠକ ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ନୂଆଁଖାଇ ଭେଟଘାଟ ହୋଇଥିଲା। ପାହାନ୍ତିଆ ସମୟରେ କୁରେଇ ପତ୍ର ରୁ ଆରମ୍ଭ କରି ନୂଆଧାନ ସଂଗ୍ରହ,ଗାଁ ଦେବତୀ,ଧରଣୀ ପୀଠରେ ପୂଜା ପାଠ, ସାମୂହିକ ନବାନ୍ନ ଭକ୍ଷଣ ଓ ନୂଆଁଖାଇ ଭେଟର ଆୟୋଜନ କରାଯାଇଥିଲା।ନାଚ,ଗୀତ,ପ୍ରତିଯୋଗିତା କରି ବୟୋଜ୍ୟେଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।ପୂର୍ବତନ ନାଏବ ସରପଞ୍ଚ କମଳା ପ୍ରଧାନୀ,ପିତାମ୍ବର ଗଉଡ଼,କପୁରଚନ ମାଝୀ, ମୂରଲୀ ଭୋଇ,କୁତୃ ମାଝୀ, ଯଦୁପତି ପ୍ରଧାନୀ, ଦେବ ଗଉଡ଼,କଳାବତୀ କୁମାର ମ୍ଞ୍ଚାସୀନ ଥିଲେ।ଜୟରାମ ଚନ୍ଦନ କାଠି ନୃତ୍ଯ ପରିବେଷଣ କରିଥିଲେ।ଶେଷରେ ଆୟୋଜକ ଅରୁଣ କୁମାର ପ୍ରଧାନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରତିନାରାୟଣ ରାଉତ ଙ୍କ କବିତା ବିଷୁବ ସଂକ୍ରାନ୍ତି 

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ତୁ ଅଟୁ ଶ୍ରୀକ୍ଷେତ୍ର ରଜା

ଯାତ୍ରୀ ବାହି ବସ ଉପରେ ପଥର ମାଡ଼

Sunil Chandra Nayak

Leave a Comment

error: Content is protected !!