ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମରକଟା ଠାରେ ନୂଆଁଖାଇ ଭେଟଘାଟ

ନର୍ଲା:(ମନିସ)  ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହୋଇଯାଇଛି।ନର୍ଲା ବସ୍ତି ଏବଂ ସମର୍‌କଟା ଠାରେ ନୂଆଁଖାଇ ଆୟୋଜକ କମିଟିର ସଂଗଠକ ଅରୁଣ କୁମାର ପ୍ରଧାନୀଙ୍କ ନେତୃତ୍ୱରେ ନୂଆଁଖାଇ ଭେଟଘାଟ ହୋଇଥିଲା। ପାହାନ୍ତିଆ ସମୟରେ କୁରେଇ ପତ୍ର ରୁ ଆରମ୍ଭ କରି ନୂଆଧାନ ସଂଗ୍ରହ,ଗାଁ ଦେବତୀ,ଧରଣୀ ପୀଠରେ ପୂଜା ପାଠ, ସାମୂହିକ ନବାନ୍ନ ଭକ୍ଷଣ ଓ ନୂଆଁଖାଇ ଭେଟର ଆୟୋଜନ କରାଯାଇଥିଲା।ନାଚ,ଗୀତ,ପ୍ରତିଯୋଗିତା କରି ବୟୋଜ୍ୟେଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।ପୂର୍ବତନ ନାଏବ ସରପଞ୍ଚ କମଳା ପ୍ରଧାନୀ,ପିତାମ୍ବର ଗଉଡ଼,କପୁରଚନ ମାଝୀ, ମୂରଲୀ ଭୋଇ,କୁତୃ ମାଝୀ, ଯଦୁପତି ପ୍ରଧାନୀ, ଦେବ ଗଉଡ଼,କଳାବତୀ କୁମାର ମ୍ଞ୍ଚାସୀନ ଥିଲେ।ଜୟରାମ ଚନ୍ଦନ କାଠି ନୃତ୍ଯ ପରିବେଷଣ କରିଥିଲେ।ଶେଷରେ ଆୟୋଜକ ଅରୁଣ କୁମାର ପ୍ରଧାନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁଇଁ ଗୁଟେ ଗଅଁଲିଆ କବି

Sunil Chandra Nayak

ଆଶା ଦିଦି ଙ୍କୁ ବିରୋଧ କରି ଅଙ୍ଗନବାଡି କୁ ତାଲା ପକେଇଦେଲେ ମହିଳା ସମିତି ର ସଦସ୍ୟ ମାନେ 

Sunil Chandra Nayak

କୁଟୁଡୁଘାଟିରେ ତଳକୁ ଖସିଲା ବେଦାନ୍ତ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

Leave a Comment

error: Content is protected !!