ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଯୁବ ଛାତ୍ର ଜନତା ଦଳ ଓ ଭବାନୀ କ୍ଲବ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ 

କାମାକ୍ଷାନଗର:୦୧-୦୯-୨୦୨୨ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଭବାନୀ କ୍ଲବ ପକ୍ଷରୁ ଜିରିଡାମାଳି ଠାରେ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।ଆଜିର ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦାନ ଦେଇ କହିଥିଲେ ରକ୍ତଦାନ ମହାପୂଣ୍ୟ ଆମେ ସମସ୍ତେ ରକ୍ତଦାନ କରିବା ନିହାତି ଆବଶ୍ୟକ ,ଏହା ଦ୍ୱାରା ଆମେ ସୁସ୍ଥ ଆଉ ସୁରକ୍ଷିତ ରେ ରହିବା ସହିତ ଅନ୍ୟ ମାନଙ୍କର ଜୀବନ ବଞ୍ଚାଇ ଥାନ୍ତି ଏଣୁ ସମସ୍ତ ଯୁବ ବର୍ଗ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତୁ କହି ନିଜର ବକ୍ତବ୍ୟ ରଖିଥିଲେ, ଆଜିର ଏହି କାର୍ଯ୍ୟକ୍ରମ ରେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ତଥା କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡ଼ା, କାନପୁରା ସରପଞ୍ଚ ସତ୍ୟଜିତ ରାଉତ, ସମିତି ସଭ୍ୟ ରିତା ବେହେରା, ସମାଜସେବୀ ଓ ରକ୍ତ ଦାତା ସୁମନ୍ତ କୁମାର ଜେନା ,କାମାକ୍ଷାନଗର ରକ୍ତଦାତା ସଙ୍ଘ ସଂଯୋଜନା ମୁଖ୍ୟ ହିମାଂଶୁ ଶେଖର ମହାପାତ୍ର,ହୃଦୟ ବଲ୍ଳଭ ମିଶ୍ର, ସୁମିତ୍ରା ମିଶ୍ରଓ ଭବାନୀ କ୍ଲବ ର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ।ଆଗାମୀ ଦିନ ରେ ଏହାକୁ ବ୍ୟାପକ କରିବା ପାଇଁ କ୍ଳବ ତରଫରୁ ସୁମନ୍ତ କୁମାର ଜେନା ପ୍ରକାଶ କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାମି ପାତ୍ର ଙ୍କ କବିତା ଶରତର ଆଗମାନ

Sunil Chandra Nayak

ସଫଳା ଦାସ ଙ୍କ କବିତା ପ୍ରଶଂସା

Sunil Chandra Nayak

ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ବରିଷ୍ଠ ନେତା ସୁନିଲ ମାଝୀଙ୍କ ଘର‌ବାହୁଡା

Sunil Chandra Nayak

Leave a Comment

error: Content is protected !!